Bihar Politics: ମନ୍ତ୍ରୀମଣ୍ଡଳ ବଣ୍ଟନକୁ ନେଇ ଆରଜେଡି-ଜେଡିୟୁ ମଧ୍ୟରେ ବୁଝାମାଣା ଶେଷ
Advertisement

Bihar Politics: ମନ୍ତ୍ରୀମଣ୍ଡଳ ବଣ୍ଟନକୁ ନେଇ ଆରଜେଡି-ଜେଡିୟୁ ମଧ୍ୟରେ ବୁଝାମାଣା ଶେଷ

RJD JDU Alliance Govt:  ମେଣ୍ଟ ସରକାରରେ କ୍ୟାବିନେଟ ଗଠନ କିପରି ହେବେ ସେ ନେଇ ଆରଜେଡି-ଜେଡିୟୁ ମଧ୍ୟରେ ହୋଇସାରିଛି ବୁଝାମଣା। ଗତ ୨୦୧୫ ମହାଗଠବନ୍ଧନ ବେଳେ ଯେଉଁ ସୂତ୍ର ରହିଥିଲା ତାହାର ଆଧାରରେ ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ଗଠନ କରାଯିବ। 

Bihar Politics: ମନ୍ତ୍ରୀମଣ୍ଡଳ ବଣ୍ଟନକୁ ନେଇ ଆରଜେଡି-ଜେଡିୟୁ ମଧ୍ୟରେ ବୁଝାମାଣା ଶେଷ

RJD JDU Govt: ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର। ପ୍ରାୟ ୨୧ ମାସ ପରେ ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସେ। ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ବିହାର ରାଜନୀତିରେ ଏକ ନୂଆ ରେକର୍ଡ କରିଛନ୍ତି ନୀତିଶ କୁମାର। ସେହିପରି ଦ୍ୱିତୀୟ ଥର ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ତେଜସ୍ୱୀ ଯାଦବ।  ପୂର୍ବରୁ ଗତ ୨୦୧୫ ନଭେମ୍ବର ୨୦ ତାରିଖରେ ଉଭୟ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବ ଯଥାକ୍ରମେ ବିହାର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥଲେ।

ପ୍ରାୟ ୫ ବର୍ଷ ପରେ ପୁଣି ଥରେ ବିହାର ରାଜନୀତିରେ (Bihar Politics) ଗଠିତ ହୋଇଛି ଆରଜେଡି-ଜେଡିୟୁ ମେଣ୍ଟ ସରକାର (RJD JDU Alliance Govt)। ପୂର୍ବରୁ ଗତ ୨୦୧୩ ବର୍ଷରୁ ୨୦୧୭ ପର୍ଯ୍ୟନ୍ତ ବିହାରରେ ଶାସନ କରିଥିଲା ଏହି ମେଣ୍ଟ ସରକାର। ମାତ୍ର ୨୦୧୭ ଜୁଲାଇରେ ଏହି ସରକାର ଭାଙ୍ଗି ଯାଇଥିଲା। ଏବେ ପୁଣି ଥରେ ବିହାର ଶାସନ ଗାଦିରେ ବସିଛି ଆରଜେଡି-ଜେଡିୟୁ ମେଣ୍ଟ ସରକାର।

Also Read: Bihar Politics: ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ହେଲେ ଏହି ସରକାରରେ କ୍ୟାବିନେଟ ଗଠନ କିପରି ହେବେ ସେ ନେଇ ଆରଜେଡି-ଜେଡିୟୁ (JDU RJD) ମଧ୍ୟରେ ହୋଇସାରିଛି ବୁଝାମଣା। ଗତ ୨୦୧୫ ମହାଗଠବନ୍ଧନ ବେଳେ ଯେଉଁ ସୂତ୍ର ରହିଥିଲା ତାହାର ଆଧାରରେ ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ଗଠନ କରାଯିବ। ଆରଜେଡି-ଜେଡିୟୁ ମେଣ୍ଟ ସରକାରରେ ୩୫ ଜଣ ମନ୍ତ୍ରୀ ରହିବେ। ଏହି ସରକାରରେ ଆରଜେଡି କୋଟାରୁ ୧୬, ଜେଡିୟୁ କୋଟାରୁ ୧୩, ହିନ୍ଦୁସ୍ତାନ ଆୱାମୀ ୧ କଂଗ୍ରେସ ପକ୍ଷରୁ ୨ ଜଣ ମନ୍ତ୍ରୀ ହେବେ। ବିହାର ବିଧାନସଭା ବାଚସ୍ପତି ଆରଜେଡି ପାଖରେ ରହିବ। ଏହି ସରକାରର ନେତୃତ୍ୱ ଜେଡିୟୁ ନେତା ନୀତିଶ କୁମାରଙ୍କ ହାତରେ ରହିବ।

ବିହାରର ବିଜେପି ସମର୍ଥିତ ଏନଡିଏ ସରକାର ଗାଦିଚ୍ୟୁଚ ହେବା ପରେ ଏବେ ରାଜ୍ୟର ଶାସନ ଗାଦି ଦଖଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ (Bihar Mahagathbandhan Govt)। ରାଜ୍ୟରେ ସାତୋଟି ଦଳଙ୍କୁ ନେଇ ଏକ ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ଏହି ସରକାରରେ ସାତୋଟି ସାମିଲ ହୋଇଛନ୍ତି ସେମାନେ ହେଉଛନ୍ତି, ଆରଜେଡି, ଜେଡିୟୁ, କଂଗ୍ରେସ, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା, ସିପିଆଇଏମଏଲ, ସିପିଆଇ, ସିପିଏମ ଏବଂ ଜଣେ ସ୍ୱାଧିନ ବିଧାୟକ। ଏହି ସମସ୍ତ ଦଳ ପାଖରେ ମୋଟ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

Also Read: Bihar Politics: ସରକାର ଗଠନ ନେଇ ଜେଡିୟୁ-ଆରଜେଡି ମଧ୍ୟରେ ବୁଝାମଣା ଶେଷ

ମୋଟ ୨୪୩ ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କୌଣସି ଦଳକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ବହୁମତ ସାବ୍ୟସ୍ତ କରିବା ଲାଗି ଆବଶ୍ୟକୀୟ ବିଧାୟକ ସଂଖ୍ୟା ଠାରୁ ମହାଗଠବନ୍ଧନ ପାଖରେ ଅଧିକ ୪୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ମହାଗଠବନ୍ଧ ସରାକରରେ ସାମିଲ ହେବାକୁ ଯାଉଥିବା ଦଳ ଏବଂ ସେମାନଙ୍କ ବିଧାୟକ ସଂଖ୍ୟା ହେଉଛି

  • ଆରଜେଡି: ୭୯
  • ଜେଡିୟୁ: ୪୫
  • କଂଗ୍ରେସ: ୧୯
  • ସିପିଆଇଏମଏଲ: ୧୨
  • ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା: ୪
  • ସିପିଆଇ:  ୨
  • ସିପିଏମ: ୨
  • ସ୍ୱାଧିନ:  ୧ 
  • ମୋଟ: ୧୬୪ 

Also Read: Bihar Politics: ରାଜ୍ୟରେ ଗଠିତ ୭ ଦଳିଆ ମେଣ୍ଟ ସରକାର

ବିହାରରେ ସରକାର ଗଠନ କରିବାକୁ ନେଇ ଜେଡିୟୁ ନେତା ନୀତୀଶ କୁମାର ଏବଂ ଆରଜେଡି ବିଧାୟକ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ବୁଝମଣା ହୋଇସାରିଛି। ମେଣ୍ଟ ସରକାରରେ ଗୃହ ବିଭାଗ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ପଦ ଜେଡୟୁ ପାଖରୁ ମାଗିଛି ଆରଜେଡି। ବିଭାଗ ଆବଣ୍ଟନ ଉପରେ କୌଣସି ମତଭେଦ ରହିବ ନାହିଁ ବୋଲି ଆରଜେଡି ପକ୍ଷରୁ କୁହାଯାଇ ସାରିଛି।