Rajya Sabha Election 2024: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା
Advertisement
Article Detail0/zeeodisha/odisha2107556

Rajya Sabha Election 2024: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା

BJD Rajyasabha Candidates List 2024: ୨୦୨୪ ରାଜ୍ୟସଭା ନିର୍ବାଚନ  ଲାଗି ଦଳୀୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି।

 

 

 

Rajya Sabha Election 2024: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା

BJD Rajya Sabha Candidates 2024: ରାଜ୍ୟସଭା ନିର୍ବାଚନ ୨୦୨୪ ପାଇଁ ଫେବୃଆରୀ ୧୨ ତାରିଖ ସୋମବାର ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଳିତ ବର୍ଷ ରାଜ୍ୟର ମୋଟ ୧୦ ସିଟ୍ ମଧ୍ୟରୁ ୩ ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ୩ ସିଟ୍ ମଧ୍ୟରୁ ୨ ଆସନ ପାଇଁ ସୋମବାର ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ  ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବାକି ଗୋଟିଏ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ ବିଜୁ ଜନତା ଦଳ। ଚଳିତ ବର୍ଷ ଅପ୍ରେଲ ମାସରେ ରାଜ୍ୟର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ ଚୟନ କରିବାକୁ ସରପ୍ରାଇଜ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ବରିଷ୍ଠ ନେତା ତଥା କଟକ-ବାରବାଟୀ ଆସନର ପୂର୍ବତନ ବିଧାୟକ ଦେବାଶିଷ ନାୟକ ପୁରୀ ଜିଲ୍ଲାୀର ଯୁବ ନେତା ତଥା ବିଜେଡି ଯୁବମୋର୍ଚ୍ଚା ଉପସଭାପତି ସୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ୩ ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡ଼ି ୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତୃତୀୟ ଆସନ ପାଇଁ କିଏ ହେବେ ପ୍ରାର୍ଥୀ ତାହା ଏବେ ଚର୍ଚ୍ଚାରେ ରହିଛି। ତୃତୀୟ ଆସନ ଲାଗି ବିଜେଡ଼ି କାହାକୁ ପ୍ରାର୍ଥୀ କରୁଛି  ସେ ନେଇ ଚିତ୍ର ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। 

ଚଳିତ ବର୍ଷ ଅପ୍ରେଲ ମାସରେ ୩ ରାଜ୍ୟସଭା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ସାଂସଦ ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି ୩ ରାଜ୍ୟସଭା ଆସନରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପାଇଁ ଆସନ୍ତା ୨୭ ତାରିଖରେ ନିର୍ବାଚନ ହେବ। ବିଧାୟକ ଦଳ ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ସମସ୍ତ ୩ ଆସନ ଦଖଲ କରିବା ପ୍ରାୟ ନିଶ୍ଟିତ। ହେଲେ ଚଳିତ ବର୍ଷ ଗତ ୨୦୧୯ ବର୍ଷର ଘଟଣାକ୍ରମକୁ ଏଡ଼ାଇ ଦେଇ ହେବ ନାହିଁ।  ସେତେବେଳେ ବିଜେପି ରାଜ୍ୟସଭା ପ୍ରାର୍ଥୀ ତଥା ପୂର୍ବତନ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡ଼ି। 

ଏବେ ରାଜ୍ୟର ୩ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ଖାଲି ହେଉଥିବା ୩ ସିଟ୍ ମଧ୍ୟରୁ ୨ ଆସନ ଲାଗି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ପୁରୀ ଜିଲ୍ଲାର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିବା ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ନେଇଥିବା ନିଷ୍ପତ୍ତି ଏବେ ଚର୍ଚ୍ଚାରେ ରହିଛି। ଖୁବଶୀଘ୍ର ତୃତୀୟ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପାରେ ବିଜେଡ଼ି। ସେଥିପାଇଁ ଚର୍ଚ୍ଚାରେ ରହିଥିବା ବରିଷ୍ଠ ନାଁ ଦୌଡରେ ସାମିଲ ନଥିବା କୌଣସି ନେତାଙ୍କୁ ବିଜେଡ଼ି ରାଜ୍ୟସଭାକୁ ପଠାଇବ ତାହା ଉପରେ ରହିଛି ନଜର।