ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ଦେବ ବିଜେଡି। ଗୁରୁବାର ପ୍ରେସମିଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।
Trending Photos
ଭୁବନେଶ୍ୱର: ଓବିସିଙ୍କୁ ନେଇ ବଡ଼ କାର୍ଡ ଖେଳିଲା ବିଜୁ ଜନତା ଦଳ। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ଦେବ ବିଜେଡି। ଗୁରୁବାର ପ୍ରେସମିଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ମଧ୍ୟ ଉଭୟ ମନ୍ତ୍ରୀ କହିଛନ୍ତି।
୨୭% ଓବିସି ପ୍ରାର୍ଥୀ ସରଂକ୍ଷଣ ନେଇ ବିଜେଡିର ଘୋଷଣାକୁ ବିଜେପି ଓ କଂଗ୍ରେସ (Congress) ସମାଲୋଚନା କରିଛନ୍ତି। ଓବିସି (OBC) ଙ୍କୁ ଆଗ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦିଆଯାଉ ବୋଲି ଉଭୟ ଦଳ ଦାବି କରିଛନ୍ତି। ଏପରି କି ପଂଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ଓବିସିଙ୍କୁ ସରଂକ୍ଷଣ (Reservation) ଦେବା ଘୋଷଣା ପରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ କରିଛି।
Also Read: ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା..
ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ, ସତ୍ୟ ପ୍ରକାଶ ନାୟକ (Satya Prakash Nayak) କହିଛନ୍ତି ଯେ, ଓଡ଼ିଶାରେ ଓବିସି ସଂଖ୍ୟା ବହୁଳ ଏବଂ ସେମାନଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଜେଡ଼ି (BJD) ବିଫଳ ହୋଇଛି। ବିଭିନ୍ନ ଆଳ ଦେଖାଇ ତାଙ୍କୁ ଅବହେଳିତ କରାଯାଇଛି। ଏସ.ଇ.ବି.ସି ଏବଂ ଓବିସିଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ଅଛି। ଓବିସି ଗଣନାକୁ ଆଳ ଦେଖାଯାଇଛି। ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି।
ସେ ବିଜେଡିକୁ ପ୍ରଶ୍ନ କରିଛନ୍ତି ଯେ, ଆଜି ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା କହିଛି। ସରକାର ଚାକିରି ଓ ଶିକ୍ଷା କ୍ଷେତ୍ରରେରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଦେଇ ନାହାନ୍ତି କାହିଁକି? ରାଜ୍ୟ ସରକାର ବିଧାନସଭାରେ କାହିଁକି ଏ ଦିଗରେ ସଂକଳ୍ପ ପରିତ କରି ସାଂସଦଙ୍କୁ ପଠାଇଲେ ନାହିଁ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ ରାଜ୍ୟ ସରକାର କାହିଁକି ବିଧାନସଭାରେ ଏକ ସଂକଳ୍ପ ପାରିତ କରି ସଂସଦକୁ ପଠାଇଲେ ନାହିଁ? ଓବିସିମାନଙ୍କ କ୍ଷେତ୍ରରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଆପଣ ଧୋକା ଦେଇଥିବା ଦଳ ଅଭିଯୋଗ କରିଛି।