Azamgarh Bypoll 2022: ଦଳୀୟ ବିଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେପି ପ୍ରାର୍ଥୀ ନିରହୁଆ
Advertisement

Azamgarh Bypoll 2022: ଦଳୀୟ ବିଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେପି ପ୍ରାର୍ଥୀ ନିରହୁଆ

Azamgarh By Election 2022 Result: ଆଜମଗଡ ଉପନିର୍ବାଚନରେ ଦଳ ବିଜୟ ହାସଲ କରିଥିବା ନେଇ ନିଜେ ଟ୍ୱିଟ କରି ଜଣାଇଛନ୍ତି ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରହୁଆ।

Azamgarh Bypoll 2022: ଦଳୀୟ ବିଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେପି ପ୍ରାର୍ଥୀ ନିରହୁଆ

Azamgarh By Election 2022 Result: ଉତ୍ତର ପ୍ରଦେଶର ଆଜମଗଡ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେପି ବାଜିମାତ କରିଥିବା ବେଳେ ପାରମ୍ପରିକ ଗଡ଼ରେ ପରାସ୍ତ ହୋଇଛି ସମାଜବାଦୀ ପାର୍ଟି। ଆଜମଗଡ଼ ଆସନରେ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରହୁଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କୁ ଖଣ୍ଡ ଭୋଟ ବ୍ୟବଧାନରେ ୮୬୭୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। 

ଆଜମଗଡ ଉପନିର୍ବାଚନରେ ଦଳ ବିଜୟ ହାସଲ କରିଥିବା ନେଇ ନିଜେ ଟ୍ୱିଟ କରି ଜଣାଇଛନ୍ତି ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରହୁଆ। ରାଜ୍ୟର ଆଜମଗଡ-ରାମପୁର ଲୋକସଭା ଆସନରେ  ହୋଇଥିବା ଉପନିର୍ବାଚନରେ ବାଜିମାତ କରିଥିବା ଦଳର ପ୍ରାର୍ଥୀ ଦୀନେଶ ଲାଲ ଯାଦବ ଏବଂ ଘନଶ୍ୟାନ ଲୋଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। 

ଆଜମଗଡ଼ ଉପନିର୍ବାଚନରେ ​​ବାଜିମାତ କରିବା ପରେ ବିଜେପି ପ୍ରାର୍ଥୀ ନିରହୁଆ କହିଛନ୍ତି ଯେ ମୋ ପାଖରେ କେବଳ ମାତ୍ର ୧.୫ ବର୍ଷର ସମୟ  ରହିଛି  ହେଲେ ଏଠାରେ ବିକାଶ ହେଉଛି ମୋର ପ୍ରାଥମିକତା। ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ପ୍ରଚାର ପାଇଁ ଅଖିଳେଶ ଯାଦବ ଆଜାମଗଡ  ଆସିନଥିଲେ। କାରଣ ସେ ଜାଣିଥିଲେ ଯେ ସେ ଏଠାରୁ ହାରୁଛନ୍ତି।

ଆଜମଗଡ-ରାମପୁର ଲୋକସଭା ଉପନିର୍ବାଚନରେ ଦଳର ବିଜୟକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳୀୟ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଯେ ଏହି ବିଜୟ ହେଉଛି ବିଜେପି ସରକାରର ଲୋକକଲ୍ୟାଣ ନୀତିର ଫଳାଫଳ। ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜମଗଡ ଲୋକସଭା ଉପନିର୍ବାଚନରେ ହୋଇଥିବା ଏହି ଐତିହାସିକ ବିଜୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାରର କଲ୍ୟାଣକାରୀ ନୀତିର ଫଳାଫଳ। ଏହି ବିଜୟ ଦଳର ସମସ୍ତ କର୍ମକର୍ତ୍ତାଙ୍କ ପାଇଁ ଉତ୍ସର୍ଗୀକୃତ। ଆଜମଗଡ ଲୋକଙ୍କୁ ଧନ୍ୟବାଦ! 

ଆଜମଗଡ ଲୋକସଭା ଉପନିର୍ବାଚନରେ ​​ବିଜୟ ବାନା ଉଡା଼ଇଥିବା ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରହୁଆ ସମାଜବାଦୀ ପାର୍ଟି ଠାରୁ ତାଙ୍କ ପରାଜୟର ପ୍ରତିଶୋଧ ନେଇଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଭୋଜପୁରୀ ଅଭିନେତାରୁ ରାଜନେତା ପାଲଟିଥିବା ନିରହୁଆ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ପରାସ୍ତ କରିଥିଲେ। ହେଲେ ୩ ବର୍ଷ ପରେ ପୁଣି ସେହି ଆଜମଗଡ ଆସନରେ ସମାଜବାଦୀ ପାର୍ଟିକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ନିରହୁଆ। 

Also Read: UP Lok Sabha Election 2022: ସମାଜବାଦୀ ପାର୍ଟି ହାତରୁ ଖସିଲା ରାମପୁର-ଆଜମଗଡ଼