Sunil Gavaskar Controversy : ବିରାଟ ପରେ ଏହି କ୍ରିକେଟରଙ୍କ ପତ୍ନୀ ଉପରେ ଅଶ୍ଳୀଳ କମେଣ୍ଟ୍ରୀ କଲେ ଗାଭାସ୍କର!
Advertisement

Sunil Gavaskar Controversy : ବିରାଟ ପରେ ଏହି କ୍ରିକେଟରଙ୍କ ପତ୍ନୀ ଉପରେ ଅଶ୍ଳୀଳ କମେଣ୍ଟ୍ରୀ କଲେ ଗାଭାସ୍କର!

ଇଣ୍ଡିଆନ୍ ପ୍ରିମିୟର ଲିଗ (IPL 2022) ରୁ ବିରତି ନେଇ କାରାବିଆନ୍ ବ୍ୟାଟ୍ସମ୍ୟାନ୍ Shimron Hetmyer ନିକଟରେ ଘରକୁ ଫେରିଥିଲେ। ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ଏବଂ ପ୍ରସବ ପରେ ସେ ପୁଣିଥରେ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି। ଶିମରନ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଭାଗ ନେଇଥିଲେ।

ଡିଜାଇନ୍ ଫଟୋ

Sunil Gavaskar Controversy : ପୁଣି ଥରେ ବିବଦକୁ ଟାଣି ହୋଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଦିଗଜ୍ କ୍ରିକେଟର ସୁନୀଲ ଗାଭାସ୍କର। ଦିନେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଅନ୍ ଏୟାରରେ ଆପତ୍ତିଜନକ ଭାଷାରେ କମେଣ୍ଟ୍ରୀ କରିଥିଲେ। ଆଉ ଏବେ ଜଣେ ବିଦେଶୀ କ୍ରିକେଟରଙ୍କ ପତ୍ନୀଙ୍କୁ ନେଇ ସମାନ ଶୈଳୀରେ କମେଣ୍ଟ କରିଛନ୍ତି। ଏଥିପାଇଁ ସୁନୀଲ ଗାଭାସ୍କରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯିବା ସହ ନିନ୍ଦା କରାଯାଉଛି।

ଇଣ୍ଡିଆନ୍ ପ୍ରିମିୟର ଲିଗ (IPL 2022) ରୁ ବିରତି ନେଇ କାରାବିଆନ୍ ବ୍ୟାଟ୍ସମ୍ୟାନ୍ Shimron Hetmyer ନିକଟରେ ଘରକୁ ଫେରିଥିଲେ। ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ଏବଂ ପ୍ରସବ ପରେ ସେ ପୁଣିଥରେ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି। ଶିମରନ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଭାଗ ନେଇଥିଲେ। ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସିଥିଲେ, ଏହି ସମୟରେ କମେଣ୍ଟ୍ରୀ କରୁଥିବା ସୁନୀଲ ଗାଭାସ୍କର ଅନଏୟାରରେ ଏକ ଆପତ୍ତିଜନକ କଥା କହିଥିଲେ, ଯାହାକୁ ନେଇ ଲୋକମାନେ କ୍ରୋଧିତ ହୋଇଥିଲେ।

Also Read: Ind vs SA T20I ସିରିଜ୍ ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଲା ଖୁସି ଖବର

କ୍ରିକେଟ୍ ପ୍ରଶଂସକମାନେ ବର୍ତ୍ତମାନ ମହାନ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଟ୍ରୋଲ କରୁଛନ୍ତି ଏବଂ IPL କମେଣ୍ଟ୍ରୀରୁ ତାଙ୍କୁ ହଟାଇବାକୁ ଦାବି କରୁଛନ୍ତି। ବାସ୍ତବରେ, ଯେତେବେଳେ ହେଟମେୟର ପଡ଼ିଆକୁ ଆସିଲେ, ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରନ୍ ସ୍କୋର କରିବାର ଥିଲା। ଗାଭାସ୍କର ତାଙ୍କ କମେଣ୍ଟ୍ରୀରେ କହିଛନ୍ତି- 'ଶିମ୍ରନ୍ ହେଟମିୟରଙ୍କ ପତ୍ନୀ (Nirvani) ପ୍ରସବ କରିଛନ୍ତି, ସେ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ପାଇଁ ସ୍କୋର କରିବେ କି? (Shimron Hetmyer's wife has delivered, will he deliver now for the Royals)

ଲୋକମାନେ ଗାଭାସ୍କରଙ୍କ ଏପରି ମନ୍ତବ୍ୟକୁ କଡା ନିନ୍ଦା କରିଛନ୍ତି। କିଛି ଲୋକ ଏପରିକି କମେଣ୍ଟ୍ରୀରୁ ତାଙ୍କୁ ହଟାଇବାକୁ ଦାବି କରିଥିଲେ। ତେବେ Shimron Hetmyer ଅଧିକ ସମୟ ପାଇଁ ପିଚରେ ତିଷ୍ଟି ନଥିଲେ। ୭ଟି ବଲରେ ମାତ୍ର ୬ ରନ କରି କାରେବିଆନ ବ୍ୟାଟସମ୍ୟାନ ଆଉଟ ହୋଇଥିଲେ। ଅନ୍ୟପଟେ ଆର. ଅଶ୍ୱିନ୍ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୨୩ ବଲରେ ଅପରାଜିତ ୪୦ ରନର ଇନିଂସ ଖେଳିଥିଲେ। ଅଶ୍ୱିନଙ୍କ ପାଇଁ ରାଜସ୍ଥାନ ଜିତିନଥିଲା ବରଂ ପ୍ଲେ ଅଫ୍ ପାଇଁ ଏକ ଟିକେଟ୍ ମଧ୍ୟ ପାଇଛି।

Also Read: IPL 2023 ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ କି ଧୋନି? ଦେଲେ ଏହି ଜବାବ

ସୂଚନାଯୋଗ୍ୟ, ସୁନୀଲ ଗାଭାସ୍କର ଡବଲ ମିନିଂ କମେଣ୍ଟ୍ରୀ କରିବା ଏହା ପ୍ରଥମ ଘଟଣା ନୁହଁ। ଏବା ପୂର୍ବରୁ ସେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ବିବାହ ପରେ ବିରାଟଙ୍କ ପ୍ରଦର୍ଶନ ଦୁର୍ବଳ ହୋଇଯାଇଥିଲା। ଆଉ ଏହାକୁ ଦେଖି କମେଣ୍ଟ୍ରୀ କରୁଥିବା ଗାଭାସ୍କର କହିଥିଲେ, 'ଲକଡାଉନରେ ସେ କେବଳ ଅନୁଷ୍କାଙ୍କ ବଲର ପ୍ରାକ୍ଟିସ କରିଛନ୍ତି।' ତେବେ ଗାଭାସ୍କର କେଉଁ ଉଦ୍ଦେଶ୍ୟରେ ଏପରି ଶବ୍ଦ ବ୍ୟବହାର କରିଛନ୍ତି, ତାହାର ତର୍ଜମା ନ କରି ଅଜଥାରେ ତାଙ୍କୁ ଟ୍ରୋଲ କରାଯାଉଛି ବୋଲି କିଛି କ୍ରିକେଟପ୍ରେମୀ କହିଛନ୍ତି।