Lok Sabha Election 2024: ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମାତ୍ର ମୁସଲିମ୍; ଜାଣନ୍ତୁ ସେ କିଏ?
Advertisement
Article Detail0/zeeodisha/odisha2139143

Lok Sabha Election 2024: ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମାତ୍ର ମୁସଲିମ୍; ଜାଣନ୍ତୁ ସେ କିଏ?

BJP Leader Dr Abdul Salam: ଆଗାମୀ ଲୋକସଭା ନିର୍ବାଚନ ଲାଗି କେରଳର ମାଲାପ୍ପୁରମ ଆସନରୁ  ଦଳର  ମୁସଲିମ ଚେହେରା ଡକ୍ଟର ଅବଦୁଲ ସଲାମଙ୍କୁ ଦଳୀୟ ପ୍ରାର୍ଥୀ କରିଛି ବିଜେପି।

Lok Sabha Election 2024: ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମାତ୍ର ମୁସଲିମ୍; ଜାଣନ୍ତୁ ସେ କିଏ?

BJP Candidate Abdul Salam: ୨୦୨୪ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୨ ତାରିଖ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଏହି ତାଲିକାରେ ଦଳର ବହୁ ପୁରୁଖା ନେତାଙ୍କ ନାମ ଅନ୍ତର୍ଭୂକ୍ତ ହୋଇଛନ୍ତି। ସେହିପରି ଗତ ୨୦୧୯ ଲୋକସଭାରେ ନିର୍ବାଚନରେ ନିର୍ବାଚିତ ହୋଇଥିବା ଅନେକ ସାଂସଦଙ୍କ ଟିକେଟ କାଟି ଦେଇଛି। ଏହି ତାଲିକାର ଏକମାତ୍ର ମୁସଲିମ ପ୍ରାର୍ଥୀ ଭାବେ ଅବଦୁଲ ସଲାମଙ୍କୁ ସ୍ଥାନ ମିଳିଛି। ଯିଏ କେରଳର ମାଲାପ୍ପୁରମ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଆପଣଙ୍କୁ କହି ରଖୁଛୁ ଶନିବାର କେରଳର ମୋଟ ୨୦ ଲୋକସଭା ଆସନ ମଧ୍ୟରୁ ୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ଏକମାତ୍ର ମୁସଲମାନ ପ୍ରାର୍ଥୀ ଭାବେ ଅବଦୁଲ ସଲାମଙ୍କୁ ରାଜ୍ୟର  ମାଲାପ୍ପୁରମ ଆସନରୁ ପ୍ରାର୍ଥୀ କରିଛି ବିଜେପି।

ଆଗାମୀ ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ପାଇଁ ଅବଦୁଲ ସଲାମଙ୍କୁ (Dr Abdul Salam) କ'ଣ ପାଇଁ ବିଜେପି ଟିକେଟ ଦେଇଛି ତାହାର କାରଣ ଜଣାପଡ଼ିଛି। ତାହା ହେଉଛି ମୁସଲିମ ପ୍ରାର୍ଥୀ (BJP Muslim Candidate for Lok Sabha Election 2024) ଅବଦୁଲ ସଲାମଙ୍କ ଧର୍ମନିରପେକ୍ଷ ଚେହେରା। ଦୀର୍ଘ ଦିନ ଧରି ଅବଦୁଲ ସଲାମଙ୍କୁ ଅନେକ ଆଲୋଚନା ହୋଇଥିଲା। ଯାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି। ବିଜେପି ପକ୍ଷରୁ ଘୋଷିତ ହେବାକୁ ଯାଉଥିବା ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ (BJP Candidate for Lok Sabha Election 2024) ତାଲିକା ଆସିବା ବାକି ରହିଛି। ଏବେ ଦେଖିବାକୁ ବାକି ରହିଲା ଯେ କେରଳ ଭଳି ଅନ୍ୟ ରାଜ୍ୟରେ କେତେ ଜଣ ମୁସଲମାନଙ୍କୁ ବିଜେପି ଦଳୀୟ ପ୍ରାର୍ଥୀ କରୁଛି। 

ଅବଦୁଲ ସଲାମ କିଏ?
ଡକ୍ଟର ଅବଦୁଲ ସଲାମ (BJP Leader Dr Abdul Salam) କେରଳର (Kerala) ମାଲାପ୍ପୁରମ୍ ଜିଲ୍ଲାର (Malappuram District) ତିରୁର ଅଞ୍ଚଳର (Tirur Area) ବାସିନ୍ଦା। ଡକ୍ଟର ଅବଦୁଲ ସଲାମ କାଲିକଟ ବିଶ୍ୱବିଦ୍ୟାଳୟର କୁଳପତି (Calicut University Chancellor) ରହିଥିଲେ। ଗତ ୨୦୧୧ ବର୍ଷରୁ ୨୦୧୫ ପର୍ଯ୍ୟନ୍ତ କୁଳପତି ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ୍ ସରକାରଙ୍କ ଦ୍ୱାରା ତାଙ୍କୁ କୁଳପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ୨୦୧୯ ବର୍ଷରେ ବିଜେପି ହାତ ଧରିଥିଲେ। My Neta.info ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୬ କୋଟି ୪୭ ଲକ୍ଷ ଟଙ୍କା। ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ପଞ୍ଜୀକୃତ ହୋଇନାହିଁ।