Kailash Vijayvargiya on Govt Official: ନିଜର ବୟାନ ପାଇଁ ଗଣମାଧ୍ୟମରେ ଶିରୋନାମା ପାଲଟିଥାନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭାର୍ଗୀୟ। ବର୍ତ୍ତମାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଇନ୍ଦୋର ଠାରେ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଅଧିକାରୀଙ୍କୁ କଟାକ୍ଷ କରିବା ଭଳି କହିଛନ୍ତି ଯେ ସେମାନଙ୍କୁ ଅଧିକ ମାଲିସ କରନ୍ତୁ ନାହିଁ।


COMMERCIAL BREAK
SCROLL TO CONTINUE READING

ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋର ସହର ସ୍ୱଚ୍ଛତା ତାଲିକାର ସର୍ବାଗ୍ରେ ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଲିଆଣ୍ଟ କନଭେନସନ୍ ସେଣ୍ଟର ଠାରେ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୂ୍ର୍ବତନ ଇନ୍ଦୋର ମେୟର ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭାର୍ଗୀୟ।


Also Read: 'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର


ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, ମୁଁ କିଛି କହିବାକୁ ଚାହେଁ ଏବଂ ଏହା ହୋଇପାରେ ଯେ ମୋ କଥା ତିକ୍ତ ଲାଗିପାରେ। ହେଲେ ମୁଁ ଏ କଥା କହିବା ଆବଶ୍ୟକ ହୋଇପଡ଼ିଛି। ମଝିରେ ମଝିରେ ତିକ୍ତ କଥ କହିବା ଆବଶ୍ୟକ। ଏଠାରେ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଅଛନ୍ତି। ସରକାରୀ ଅଧିକାରୀ ବସିଛନ୍ତି ଏବଂ ଜନସାଧାରଣ ମଧ୍ୟ ଉପସ୍ଥିତ ଅଛନ୍ତି।


ପୂ୍ର୍ବତନ ଇନ୍ଦୋର ମେୟର କହିଛନ୍ତି ଯେ ସହରର ପରିଷ୍କାର ପରିଚ୍ଛନ୍ନତା ପାଇଁ ଏଠାକାର ପରିମଳ କର୍ମଚାରୀ ଅଧିକ ଦାୟୀ। ଦ୍ୱିତୀୟରେ ଅଛନ୍ତି ଇନ୍ଦୋରବାସୀ। କାରଣ ଏଠାକାର ଲୋକ ସଂସ୍କାରବାନ ହୋଇଥାନ୍ତି। ଏହି ରୀତିନୀତି ଆମର ପୂର୍ବ ପିଢିଙ୍କ  ଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା। ସ୍ୱଚ୍ଚତ ପାଇଁ ଆପଣ ଇନ୍ଦୋରବାସୀଙ୍କୁ ଶ୍ରେୟ ଦେବ ନାହିଁ, ହେଲେ ଅଧିକାରୀଙ୍କୁ ଶ୍ରେୟ ଦେବେ। ସେଥିପାଇଁ ମୁଁ ଏଭଳି ତିକ୍ତ କଥା କହୁଛି।


ନିଜର ତିକ୍ତ କଥା କହିବା ପୂର୍ବରୁ ବିଜେପି ନେତା କହିଥିଲେ ଯେ ମୋ ବ୍ୟତୀତ କାହା ପାଖରେ ଏଭଳି ରୋକଠୋକ କଥା କହିବାର କ୍ଷମତା ନାହିଁ। ଅଧିକାରୀଙ୍କୁ ଅଧିକ ମାଲିସ କରନ୍ତୁ ନାହିଁ। ଯଦି କେହି ଏହି ଇନ୍ଦୋର ସହରକୁ କିଏ ପ୍ରଥମ ସ୍ଥାନରେ ପହଞ୍ଚାଇ ପାରିଛି ତାହେଲେ ସେମାନେ ହେଉଛନ୍ତି ଇନ୍ଦୋର ବାସିନ୍ଦା। ହେଲେ ସ୍ୱଚ୍ଛତା ପାଇଁ ଇନ୍ଦୋର ଜନସାଧାରଣଙ୍କୁ ଶ୍ରେୟ ଦେଉ ନାହାଁନ୍ତି ବରଂ ଅଧିକାରୀଙ୍କୁ ଦେଉଛନ୍ତି। ଯଦି ଇନ୍ଦୋର ସହର ପ୍ରଥମ ସ୍ଥାନରେ ପହଞ୍ଚିଛି ତାହା କେବଳ  ଇନ୍ଦୋର ଲୋକଙ୍କ କାରଣରୁ ସମ୍ଭବ ହୋଇପାରିଛି। ସେମାନଙ୍କୁ ସମ୍ମାନ ଦିଅନ୍ତୁ।


Also read: ବିଜେପି ମହାସଚିବଙ୍କ କଟାକ୍ଷ; 'ରାଜ୍ୟ ରାଜନୀତିରେ ଚୁନୁ-ମୁନୁ ହେଉଛନ୍ତି କମଲନାଥ-ଦିଗବିଜୟ'


ଇନ୍ଦୋର ଜିଲ୍ଲପାଳଙ୍କ ନାମ ନ ନେଇ କଟାକ୍ଷ କରି ବିଜେପି ନେତା କହିଛନ୍ତି ଯେ ଯଦି ଅଧିକାରୀଙ୍କ ପାଖରେ ଦମ ଥିଲା ତାହେଲେ ଏଠାକାର ଜିଲ୍ଲାପାଳ ଉଜ୍ୱୈନ ଯାଇଥିଲେ। ହେଲେ ସେ ଉଜ୍ୱୈନକୁ ଏକ ନମ୍ବର କରି ପାରିଲେ ନାହିଁ। ଯଦି ଇନ୍ଦୋର ପ୍ରଥମ ସ୍ଥାନରେ ପହଞ୍ଚିଛି ତାହା କେବଳ ଏଠାକାର ଲୋକଙ୍କ କାରଣରୁ ସମ୍ଭବ ହୋଇପାରିଛି। ପ୍ରତ୍ୟେକ ପରିସ୍ଥିତି ଇନ୍ଦୋର ଲୋକଙ୍କୁ ସମ୍ମାନ କରାଯିବା ଆବଶ୍ୟକ। ସ୍ୱଚ୍ଚତା ମାମଲାରେ ଇନ୍ଦୋର ସର୍ବାଗ୍ରେ ରହିଛି। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ। ଯଦି ମୋ କଥା କାହାକୁ କଷ୍ଟ ଦେଇଥାଏ ତାହାକୁ ନେଇ ମୁଁ ଚିନ୍ତିତ ନୁହେଁ। ଯଦି ମୋ କଥା କାହାକୁ କଷ୍ଟ ଦେଇଥାଏ ତାହେଲେ ମୁଁ କ୍ଷମା ଚାହୁଁଛି।