'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର
Advertisement
Article Detail0/zeeodisha/odisha848315

'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର

ଇଂରେଜ ସରକାରଙ୍କୁ ଭାରତରୁ ହଟାଇବା ଲାଗି ସେତେବଳର ବଙ୍ଗଳା ମାଟିରୁ "ବନ୍ଦେ ମାତରଂ" ନାରା ଲଗାଯାଉଥିଲା। 

'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ହେଲେ ଏଥରର ନିର୍ବାଚନରେ ରାଜନୈତିକ ପରିବର୍ତ୍ତେ ଧାର୍ମିକ ପ୍ରସଙ୍ଗକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ଆଉ ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଟିଏମସି ଏବଂ ବିରୋଧି ବିଜେପି।      

ପଶ୍ଚିମବଙ୍ଗ ରାଜନୀତିରେ ଏବେ 'ଜୟ ଶ୍ରୀରାମ' (Jay Shree Ram) ନାରା ଏକ ଚର୍ଚ୍ଚିତ ଅଧ୍ୟାୟ ଭାବେ ଉଭା ହୋଇଛି। ଏହି ନାରାକୁ ଶୁଣିବା କ୍ଷଣି ଚିହିଁକି ଉଠୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ତଥା ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)। 

Also Read: 'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'

ଏ ପ୍ରସଙ୍ଗରେ ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ (West Bengal BJP Incharge) କୈଳାଶ ବିଜୟଭାର୍ଗୀୟ (Kailash Vijayvargiya)। ଏନେଇ  ସେ କହିଛନ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସରକାରକୁ ଗାଦିଚ୍ୟୁତ କରିବାକୁ 'ଜୟ ଶ୍ରୀରାମ' ନାରା ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।   

Also Read: ପଶ୍ଚିମବଙ୍ଗରେ ମମତା-ବିଜେପିକୁ ଟକ୍କର ଦେବ କଂଗ୍ରେସ-ବାମ ଦଳର ମେଣ୍ଟ

ନିଜ ଜିଲ୍ଲା ଇନ୍ଦୋର ଠାରେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କହିଛନ୍ତି ଇଂରେଜ ସରକାରଙ୍କୁ ଭାରତରୁ ହଟାଇବା ଲାଗି ସେତେବଳର ବଙ୍ଗଳା ମାଟିରୁ "ବନ୍ଦେ ମାତରଂ" (Vande Mataram) ନାରା ଲଗାଯାଉଥିଲା। ଆଉ ଏବେ ଟିଏମସି ସରକାରକୁ ହଟାଇବା ଲାଗି 'ଜୟ ଶ୍ରୀରାମ' ନାରା ଲଗାଯାଉଛି। ଚଳିତ ନିର୍ବାଚନରେ ଦଳ ରାଜ୍ୟର ମୋଟ ୨୯୪ ବିଧାନସଭା ଆସନରୁ ୨୧୦ ସିଟ ହାତେଇ ପଶ୍ଚିମବଙ୍ଗରେ ସରକାର ଗଠନ କରିବ। 

Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'

 

ଦଳ ଛାଡି ବିଜେପିକୁ ଲମ୍ଫ ମାରୁଥିବା ଟିଏମସି ନେତାଙ୍କୁ ନେଇ ବିଜେପିରେ ସୃଷ୍ଟି ହେଉଥିବା ଅସନ୍ତୋଷ ଉପରେ ପଚରାଯାଇଥିବା ପ୍ରଶ୍ନର ଜବାବ ରଖି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କହିଛନ୍ତି ରାଜ୍ୟରେ ଆମେ ଏକ ନୂଆ ଦଳ ଭାବେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ଉପରେ କାମ କରୁଛି। ପଶ୍ଚିମବଙ୍ଗରେ ବିଭିନ୍ନ ଜିଲ୍ଲାରେ ସ୍ଥିତି ଏପରି ରହିଛି ଯେଉଁଠାରେ ନା ଦଳୀୟ ନେତା ଥିଲେ ଅଥବା ସମର୍ଥକ ରହିଥିଲେ। 

Also Read: କୋରୋନା ଏକ୍ସପ୍ରେସରେ ପଶ୍ଚିମବଙ୍ଗରୁ ପଳାୟନ କରିବେ ମମତା ବାନାର୍ଜୀ: ଅମିତ ଶାହ 

ଚଳିତ ବର୍ଷ ଜାନୁଆରୀ ୨୩ ତାରିଖ ନେତାଜୀ ଜୟନ୍ତୀ (Netaji Jayanti) ଅବସରରେ କୋଲକାତା (Kolkata) ସ୍ଥିତ ଭିକ୍ଟୋରିଆ ମୋମୋରିଆଲ (Victoria Memorial) ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ 'ଜୟ ଶ୍ରୀରାମ' ନାରା ଲଗାଯାଇଥିଲା। ଆଉ ଯାହାକୁ ଶୁଣିବା ପରେ ଚିହିଁକି ଉଠିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରିକି ସେ ଭାଷଣ ଦେବାକୁ ମନା କରିଥିଲେ।