'ଆମେ ମାଗିଥିଲୁ ୩ ମନ୍ଦିର, ହେଲେ ମାନି ନଥିଲେ ଆପଣ; ଏବେ ସବୁ ଫେରାଇ ନିଆଯିବ'
Advertisement
Article Detail0/zeeodisha/odisha1191180

'ଆମେ ମାଗିଥିଲୁ ୩ ମନ୍ଦିର, ହେଲେ ମାନି ନଥିଲେ ଆପଣ; ଏବେ ସବୁ ଫେରାଇ ନିଆଯିବ'

ବିଭିନ୍ନ ସମୟରେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ବିଜେପି ବିଧାୟକ ଅଭିଜିତ୍ ସିଂହ ସାଙ୍ଗା।

'ଆମେ ମାଗିଥିଲୁ ୩ ମନ୍ଦିର, ହେଲେ ମାନି ନଥିଲେ ଆପଣ; ଏବେ ସବୁ ଫେରାଇ ନିଆଯିବ'

BJP MLA  Abhijeet  Singh Sanga: ବାରାଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଥିବା ବେଳେ ସଦ୍ୟ ଉତ୍ତର ପ୍ରଦେଶ କାନପୁର ଜିଲ୍ଲାର ବିଠୁର ଆସନର ବିଜେପି ବିଧାୟକ ଅଭିଜିତ୍ ସିଂହ ସାଙ୍ଗା ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିବା ଇବାଦତଗାହ ବାବଦରେ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କର ଏହି ବୟାନକୁ ସରଗରମ ହୋଇଉଠିଛି ରାଜନୀତି।

ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ଅଭିଜିତ୍ ସିଂହ ସାଙ୍ଗା  ମହାଭାରତ ଗ୍ରନ୍ଥର କୌରବ ରାଜସଭାରେ ଭଗବାନ କୃଷ୍ଣଙ୍କ ଦ୍ୱାରା ପାଞ୍ଚଟି ଗ୍ରାମ ପ୍ରଦାନ କରିବାକୁ ଦିଆଯାଇଥିବା ପ୍ରସ୍ତାବ କଥା ଉଠାଇଛନ୍ତି। 

ସଦ୍ୟ ବିଜେପି ବିଧାୟକ ଅଭିଜିତ୍ ସିଂହ ସାଙ୍ଗା ଟ୍ୱିଟ କରି କହିଥିଲେ, "ଦୁର୍ଯ୍ୟୋଧନ ପାଞ୍ଚଟି ଗାଁ  ଦେଇନଥିଲେ। ଯାହା ଫଳରେ ତାଙ୍କୁ ସମଗ୍ର ରାଜ୍ୟ ହରାଇବାକୁ ପଡିଥିଲା। ଆମେ ତିନୋଟି ମନ୍ଦିର ମାଗିଥିଲୁ ହେଲେ ଆପଣ ରାଜି ହୋଇନଥିଲେ। ବର୍ତ୍ତମାନ ପ୍ରସ୍ତୁତ ରୁହ ଏବେ ସମସ୍ତ ମନ୍ଦିରକୁ ଫେରାଇ ନିଆଯିବ। "

ବିଭିନ୍ନ ସମୟରେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ବିଜେପି ବିଧାୟକ ଅଭିଜିତ୍ ସିଂହ ସାଙ୍ଗା।

ବିଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ପ୍ରମୁଖ ଧାର୍ମିକ ସ୍ଥାନ ଏବଂ ଅଟ୍ଟାଳିକା ଉପରେ କ୍ରମାଗତ ଭାବରେ ଅନେକ ଦାବି କରାଯାଉଛି। ଏପରି ଅଦାଲତରେ ମଧ୍ୟ ଆବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହିନ୍ଦୁପକ୍ଷ ଦାବି ଉପରେ ବାରାଣାସୀ  ଜ୍ଞାନବ୍ୟାପୀ ମସଜିଦ ଠାରେ ଏକ ସର୍ଭେ ମଧ୍ୟ କରାଯାଇଥିଲା। ଯେଉଁଥିରେ ମସଜିଦ ତଳ ମହଲାରେ ଏକ ବଡ ଶିବଲିଙ୍ଗ ମିଳିବା ଦାବି କରାଯାଇଛି। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି।

Also Read: 'ମନ୍ଦିର ଫେରାଇ ନେବାର ସମୟ ଆସିଗଲାଣି'