MP New CM: କିଏ ଏହି ମୋହନ ଯାଦବ; ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ସମସ୍ତଙ୍କୁ ଚକିତ କରିଦେଲା ବିଜେପି
Advertisement
Article Detail0/zeeodisha/odisha2005647

MP New CM: କିଏ ଏହି ମୋହନ ଯାଦବ; ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ସମସ୍ତଙ୍କୁ ଚକିତ କରିଦେଲା ବିଜେପି

Madhya Pradesh New CM: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ହୋଇଥିବା ଦୌଡ଼ରେ ବାଜି ମାରି ନେଇଛନ୍ତି ବିଜେପି ନେତା ଡକ୍ଟର ମୋହନ ଯାଦବ।

 

MP New CM: କିଏ ଏହି ମୋହନ ଯାଦବ; ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ସମସ୍ତଙ୍କୁ ଚକିତ କରିଦେଲା ବିଜେପି

Dr Mohan Yadav: କିଏ ହେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳୀୟ ବିଧାୟକ ଡକ୍ଟର ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି ନେତୃବୃନ୍ଦ। ବିଜେପି ନେତା ଡକ୍ଟର ମୋହନ ଯାଦବ ରାଜ୍ୟର ଦକ୍ଷିଣ ଉଜ୍ୱୈନ ଆସନରୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବପ୍ରଥମେ ପ୍ରଥମେ ୨୦୧୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଦକ୍ଷିଣ ଉଜ୍ୱୈନ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ବିଜେପି ନେତା ଡକ୍ଟର ମୋହନ ଯାଦବ। ପଛୁଆ ବର୍ଗରୁ ଆସୁଥିବା ଏହି ବିଜେପି ନେତା ଜଣଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ବିଜେପି ବିଧାୟକ ଡକ୍ଟର ମୋହନ ଯାଦବ ଜଣେ ହିନ୍ଦୁତ୍ୱବାଦୀ ନେତା ଭାବେ ଜଣାଶୁଣା। 

୨୦୧୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମେ ହୋଇଥିଲେ ବିଧାୟକ
ଗତ ୨୦୧୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ଦକ୍ଷିଣ ଉଜ୍ୱୈନ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ବିଜେପି ନେତା ଡକ୍ଟର ମୋହନ ଯାଦବ। ଏହା ପରେ ୨୦୧୮ ନିର୍ବାଚନରେ ଦକ୍ଷିଣ ଉଜ୍ୱୈନ ଆସନରୁ ଦ୍ୱିତୀୟ ଥର ପଇଁ ହୋଇଥିଲେ ବିଧାୟକ। ଗତ ୨୦୨୦ ବର୍ଷରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜୈନୈତିକ ସଂକଟ ପରେ ତାଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ଏଥର ସେ ଲଗାତାର ତୃତୀୟ ଥର ପାଇଁ ତାଙ୍କ ପାରମ୍ପରିକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ​​ବିଜୟୀ ହୋଇଛନ୍ତି। ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଏକ ବଡ଼ ଆଶ୍ଚର୍ଯ୍ୟଜନକ ଉପହାର ଦେଇଛନ୍ତି।

ସବୁଠାରୁ ଶିକ୍ଷିତ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡକ୍ଟର ମୋହନ ଯାଦବ 
ମଧ୍ୟ ପ୍ରଦେଶ ରାଜନୀତିରେ ଡକ୍ଟର ମୋହନ ଯାଦବ ଜଣେ ପ୍ରମୁଖ ଶିକ୍ଷିତ ରାଜନେତା ଭାବରେ ଜଣାଶୁଣା। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବି.ଏସ୍.ସି ଏବଂ ଏଲଏଲବି। ସେ ରାଜନୀତି ବିଜ୍ଞାନରେ ଏମ.ଏ ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ ବ୍ୟବସାୟ ପରିଚାଳନାରେ ଏମବିଏ ଏବଂ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ନିର୍ବାଚନ ଲଢିବା ପାଇଁ ଦାଖଲ ହୋଇଥିବା ସତ୍ୟପାଠରେ ସେ କୃଷି ଏବଂ ବ୍ୟବସାୟକୁ ନିଜର ଜୀବିକା ନିର୍ବାହର ସ୍ରୋତ ଦର୍ଶାଇଛନ୍ତି। ତାଙ୍କ ପରିବାରରେ ପତ୍ନୀ ସୀମା ଯାଦବ, ୨ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ସଂଘ ସହିତ ରହିଛି ପୁରୁଣା ସମ୍ପର୍କ
ମଧ୍ୟ ପ୍ରଦେଶ ମୁଖ୍ୟମମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ମୋହନ ଯାଦବଙ୍କ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଦୀର୍ଘ ଦିନର ସମ୍ପର୍କ ରହିଛି। ଗତ ୧୯୮୨ ମସିହାରେ ଆରଏସଏସ ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏବିଭିପି ହାତ ଧରିବା ପରେ ମାଧବ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂଘର ସହ ସଚିବ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ଏବିଭିପି ରାଜ୍ୟ ଶାଖା ସାଧାରଣ ସମ୍ପାଦକ ହୋଇଥିଲେ। ପରେ ବିଜେପି ହାତ ଧରିଥିଲେ। ଗତ ୨୦୦୪ ବର୍ଷରେ ମଧ୍ୟ ପ୍ରଦେଶ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ।

୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ମାରିଥିଲେ ବିଜେପି ବିଧାୟକ ଡକ୍ଟର ମୋହନ ଯାଦବ
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ନିଜର ପାରମ୍ପରିକ ଦକ୍ଷିଣ ଉଜ୍ୱୈନ ଆସନରୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି ବିଜେପି ବିଧାୟକ ଡକ୍ଟର ମୋହନ ଯାଦବ। ପ୍ରଥମ ଦୁଇ ରାଉଣ୍ଡ ପର୍ଯ୍ୟନ୍ତ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଚେତନ ଯାଦବଙ୍କ ଠାରୁ ପଛରେ ରହିଥିଲେ। ହେଲେ ପରବର୍ତ୍ତୀ ରାଉଣ୍ଡ ଠାରୁ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଥିଲେ। ଯେଉଁ ଧାରା ଶେଷ ରାଉଣ୍ଡ ଭୋଟ ଗଣତି ପର୍ଯ୍ୟନ୍ତ ଜାରି ରହିଥିଲା। ଏଥର ବିଜେପି ନେତା ଡକ୍ଟର ମୋହନ ଯାଦବ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଚେତନ ଯାଦବଙ୍କୁ ୧୨ ହଜାର ୯୪୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।