BJP MLA Lalan Paswan: 'ମୁସଲମାନମାନେ ଲକ୍ଷ୍ମୀଙ୍କୁ ମାନନ୍ତି ନାହିଁ, ତଥାପି ସେମାନେ କୋଟିପତି', ବିଜେପି ବିଧାୟକ ଉଡ଼ାଇଲେ ହିନ୍ଦୁ ମାନ୍ୟତାର ମଜାକ
Advertisement

BJP MLA Lalan Paswan: 'ମୁସଲମାନମାନେ ଲକ୍ଷ୍ମୀଙ୍କୁ ମାନନ୍ତି ନାହିଁ, ତଥାପି ସେମାନେ କୋଟିପତି', ବିଜେପି ବିଧାୟକ ଉଡ଼ାଇଲେ ହିନ୍ଦୁ ମାନ୍ୟତାର ମଜାକ

BJP MLA Lalan Paswan: ଲଲନ ପାସୱାନ୍ କହିଛନ୍ତି ଯେ, ମାନ୍ୟତା ଏହା ରହିଛି କି ସରସ୍ୱତୀ ଶିକ୍ଷାର ଦେବୀ, କିନ୍ତୁ ଯଦି ମୁସଲମାନମାନେ ସରସ୍ୱତୀଙ୍କୁ ପୂଜା କରନ୍ତି ନାହିଁ, ତେବେ ସେମାନେ ପଣ୍ଡିତ ହୁଅନ୍ତି ନାହିଁ କି, ସେମାନେ IAS-IPS ହୁଅଁନ୍ତି ନାହିଁ କି । 

BJP MLA Lalan Paswan: 'ମୁସଲମାନମାନେ ଲକ୍ଷ୍ମୀଙ୍କୁ ମାନନ୍ତି ନାହିଁ, ତଥାପି ସେମାନେ କୋଟିପତି', ବିଜେପି ବିଧାୟକ ଉଡ଼ାଇଲେ ହିନ୍ଦୁ ମାନ୍ୟତାର ମଜାକ

ନୂଆଦିଲ୍ଲୀ: BJP MLA Lalan Paswan: ବିହାରରେ ଏପର୍ଯ୍ୟନ୍ତ ଶାସକ ଦଳର ନେତାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଥାଏ । କିନ୍ତୁ ଏଥର ଭାରତୀୟ ଜନତା ପାର୍ଟି (BJP) ବିଧାୟକ ଲଲନ ପାସୱାନ ଏଭଳି ବୟାନ ଦେଇଛନ୍ତି, ଯେଉଁଥିପାଇଁ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ବିଜେପି ବିଧାୟକ ଲଲନ ପାସୱାନ ହିନ୍ଦୁ ମାନ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଭାଗଲପୁରର ପିରପୈନ୍ତିରୁ ବିଜେପି ବିଧାୟକ ଲଲନ ପାସୱାନ ଏକ ପୋର୍ଟାଲରେ ସମ୍ୱାଦ କାର୍ଯ୍ୟକ୍ରମ ସମୟରେ ଦୀପାବଳୀରେ ଲକ୍ଷ୍ମୀ ପୂଜା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, "ମୁସଲମାନମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ନାହିଁ, ତେବେ କ'ଣ ସେମାନେ ଧନୀ ହୁଅନ୍ତି ନାହିଁ କି ।"

ବିଜେପି ବିଧାୟକ ଆଗକୁ କହିଛନ୍ତି ଯେ, ସତେ ଯେପରି ଦେବୀ ନୁହଁନ୍ତି, ପଥର । ଯେପର୍ଯ୍ୟନ୍ତ ଆପଣ ଏହାକୁ ମାନୁଛନ୍ତି ସେପର୍ଯ୍ୟନ୍ତ ଏହା ଆତ୍ମା ଓ ପରମାତ୍ମାର ଚକ୍କର । ଯଦି ମାନିବା ବନ୍ଦ କରିଦେବେ ତ ବୌଦ୍ଧିକ ଦକ୍ଷତା ବୃଦ୍ଧି ପାଇବ । ମାନ୍ୟତା ପରିବର୍ତ୍ତେ ଯେତେବେଳେ ଆପଣ ନିଜର ତର୍କ ଶକ୍ତି ସହିତ ଯୋଡ଼ିବେ, ଯେତେବେଳେ ସେମାନଙ୍କର ଚିନ୍ତାଧାରା ବୈଜ୍ଞାନିକ ହେବ ତ ସ୍ୱୟଂ ଆମ ପରି ସେମାନେ ମଧ୍ୟ ପରିବର୍ତ୍ତନ ହେବେ । ଏହି କ୍ରମରେ ବିଧାୟକ ଲଲନ ପାସୱାନ ମଧ୍ୟ ଦେବାଦେବୀଙ୍କ ଉପାସନା ଉପରେ ପ୍ରଶ୍ନ ଉଠାଇଛନ୍ତି । ଲଲନ ପାସୱାନ୍ କହିଛନ୍ତି ଯେ, ମାନ୍ୟତା ଏହା ରହିଛି କି ସରସ୍ୱତୀ ଶିକ୍ଷାର ଦେବୀ, କିନ୍ତୁ ଯଦି ମୁସଲମାନମାନେ ସରସ୍ୱତୀଙ୍କୁ ପୂଜା କରନ୍ତି ନାହିଁ, ତେବେ ସେମାନେ ପଣ୍ଡିତ ହୁଅନ୍ତି ନାହିଁ କି, ସେମାନେ IAS-IPS ହୁଅଁନ୍ତି ନାହିଁ କି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଷ୍ମୀ ଧନର ଦେବୀ ବୋଲି ମଧ୍ୟ ଏକ ମାନ୍ୟତା ରହିଛି । ଦୀପାବଳୀ ଆସୁଛି ହିନ୍ଦୁ ଲୋକମାନେ ଲକ୍ଷ୍ମୀଙ୍କୁ ଏଥିପାଇଁ ପୂଜା କରନ୍ତି କାରଣ ସେମାନଙ୍କୁ ଅର୍ଥ ମିଳିବ । ସେ କହିଛନ୍ତି ଯେ, ମୁସଲମାନମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ନାହିଁ, ତେବେ କ'ଣ ମୁସଲମାନମାନେ କୋଟିପତି ଓ ଟ୍ରିଲିୟନେୟାର ନୁହଁନ୍ତି କି ।

ଅଧିକ ପଢ଼ନ୍ତୁ:-ଘରୋଇ ହେଉ ଅବା ସରକାରୀ ସମସ୍ତ ଆମ୍ବୁଲାନ୍ସ ପାଇଁ '୧୦୮' ହିଁ ହେବ ଜରୁରୀ

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ହାତରେ ଏହା କେଉଁ ଅସ୍ତ୍ର? ସମସ୍ତେ ଜାଣିବାକୁ ଚାହାଁନ୍ତି ଏହା ବିଷୟରେ..

ଅଧିକ ପଢ଼ନ୍ତୁ:-'ବିଜେପି ସହ ଯୋଗାଯୋଗରେ ଅଛନ୍ତି ନୀତିଶ କୁମାର, ପୁଣି ଥରେ ହୋଇପାରନ୍ତି ଏକାଠି'

ବିଜେପି ବିଧାୟକ (BJP MLA) ଏଠାରେ ଅଟକି ନାହାଁନ୍ତି । ଲଲନ ପାସୱାନ (Lalan Paswan) କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଏହା ମଧ୍ୟ ମାନ୍ୟତ ରହିଛି କି ବଜରଙ୍ଗୱାଲୀ ଶକ୍ତିର ଦେବତା, ସେ ଶକ୍ତି ପ୍ରଦାନ କରନ୍ତି । ସେ କହିଛନ୍ତି ଯେ, ଯଦି ଖ୍ରୀଷ୍ଟିଆନ ଓ ମୁସଲମାନମାନେ ବଜରଙ୍ଗୱାଲୀଙ୍କୁ ପୂଜା କରନ୍ତି ନାହିଁ, ତା’ହେଲେ ସେମାନଙ୍କର ଶକ୍ତି ନାହିଁ । ସେ ଆଗକୁ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆପଣ କିଛି ଜିନିଷକୁ ବିଶ୍ୱାସ କରୁଛନ୍ତି, ଏହା ସେପର୍ଯ୍ୟନ୍ତ ରହିବ, ଯେଉଁ ଦିନ ଆପଣ ମାନିବା ବନ୍ଦ କରିଦେବେ ସବୁକିଛି ଶେଷ ହୋଇଯିବ । ଯେମିତି ଯେମିତି ଲୋକଙ୍କ ଚିନ୍ତାଧାରା ପ୍ରାକୃତିକ, ବୈଜ୍ଞାନିକ ଏବଂ ସାମାଜିକ ହେବ । ସେମିତି ସେମିତି ଏହି ସମସ୍ତ ରୋଗ ଶେଷ ହୋଇଯିବ ।