Punjab Election 2022: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ତାଲିକା ଜାରି କଲା BJP
Advertisement

Punjab Election 2022: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ତାଲିକା ଜାରି କଲା BJP

ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଡାକ୍ତର, ଓକିଲ, ଉଦ୍ୟୋଗପତି, ମଜଦୂର, ଶ୍ରୀଗୁରୁଦ୍ୱାର ପ୍ରବନ୍ଧକ ସମିତି ନିର୍ବାଚନ ଜିତିଥିବା ଲୋକ ସାମିଲ ଅଛନ୍ତି। 

Punjab Election 2022: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ତାଲିକା ଜାରି କଲା BJP

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି। ଦଳ ପକ୍ଷରୁ ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ କୃଷକ ପରିବାରର ୧୨ ନେତା, ୧୩ ଶିଖ ଏବଂ ୮ ଜଣ ଅନୁସୂଚିତ ଜାତିର ଆଶାୟୀଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଜେପି ମହାସଚିବ ତଥା ପଞ୍ଜାବ ନିର୍ବାଚନ ପ୍ରଭାରୀ ଦୁଷ୍ୟନ୍ତ ଗୌତମ ଏବଂ ବିଜେପି ମହାସଚିବ ତରୁଣ ଚୁଗ୍ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ସମୟରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦଳର ମହାସଚିବ ତରୁଣ ଚୁଗ୍ କହିଛନ୍ତି ବିଜେପି କୃଷକ ପରିବାରର ୧୨ ନେତା, ୧୩ ଶିଖ ଏବଂ ୮ ଜଣ ଅନୁସୂଚିତ ଜାତିର ଆଶାୟୀଙ୍କୁ ଟିକେଟ୍ ପ୍ରଦାନ କରିଛି। ଦଳ ସମସ୍ତ ଜାତି, ଧର୍ମ, ସମ୍ପ୍ରଦାୟ ସାଥିରେ ନେଇ ଚାଲିଥାଏ। ପ୍ରଥମ ପର୍ଯ୍ୟାୟରେ ଜାରି ହୋଇଥିବା ୩୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସମସ୍ତ ବର୍ଗର ଆଶାୟୀଙ୍କୁ ଟିକେଟ ପ୍ରଦାନ କରାଯାଇଛି। ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ମହାଜନ, ଖତ୍ରୀ, ବଣିଆ, ବ୍ରାହ୍ମଣ, ଜାଟ୍ ଭଳି ବର୍ଗର ଆଶାୟୀ ଅଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଡାକ୍ତର, ଓକିଲ, ଉଦ୍ୟୋଗପତି, ମଜଦୂର, ଶ୍ରୀଗୁରୁଦ୍ୱାର ପ୍ରବନ୍ଧକ ସମିତି ନିର୍ବାଚନ ଜିତିଥିବା ଲୋକ ସାମିଲ ଅଛନ୍ତି।

ମୋଟ ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ (Punjab Assembly Election 2022)  ଲାଗି ଚଳିତ ବର୍ଷ ଫେବୃଆରୀ ୨୦ ତାରିଖରେ ହେବାକୁ ଯାଉଛି ମତଦାନ। ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ଏହି ନିର୍ବାଚନର ଫଳ। କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ବିଜେପି (BJP) ଠାରୁ ଅଲଗା ହୋଇଯାଇଛି ଶିରୋମଣି ଅକାଳୀ ଦଳ (Shiromani Akali Dal) ଏସଏଡି (SAD)। ଅନ୍ୟପଟେ ବିଜେପି ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Punjab CM) କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh) ନେତୃତ୍ୱାଧିନ ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂହ ଢିଣ୍ଡସାଙ୍କ (Sukhdev Singh Dhindsa) ଏସଏଡି ସଂଯୁକ୍ତ (Shiromani Akali Dal-Sanyukt) ସହ ମେଣ୍ଟ କରି ଏଥର ନିର୍ବାଚନ ଲଢୁଛି ବିଜେପି।