Mission 2024: ୨୦୧୯ ଲୋକସଭା ନିର୍ବାଚନରେ ହାରିଥିବା ସିଟ ଜିତିବାକୁ ଚାହୁଁଛି ବିଜେପି
Advertisement

Mission 2024: ୨୦୧୯ ଲୋକସଭା ନିର୍ବାଚନରେ ହାରିଥିବା ସିଟ ଜିତିବାକୁ ଚାହୁଁଛି ବିଜେପି

BJP on Lok Sabha Election 2024: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବେଶ ସତର୍କ ହୋଇଉଠିଛି ବିଜେପି। ଏହି କ୍ରମରେ ଦଳ ବର୍ତ୍ତମାନ ପଶ୍ଚିମ ଉତ୍ତର ପ୍ରଦେଶରେ ଅବସ୍ଥିତ ଲୋକସଭ ଆସନ ଉପରେ ଅଧିକ ଗୁରୁତ୍ୱ ଦେଉଛି। କାରଣ ଗତ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ପୁରୁଣା ସଫଳତା ଦୋହରାଇବାରେ ବିଫଳ ହୋଇଛି। 

Mission 2024: ୨୦୧୯ ଲୋକସଭା ନିର୍ବାଚନରେ ହାରିଥିବା ସିଟ ଜିତିବାକୁ ଚାହୁଁଛି ବିଜେପି

BJP on Lok Sabha Election 2024: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେପି। ଖାସ କରି ଦଳର ନଜର ଏବେ ଉତ୍ତର ପ୍ରଦେଶ ଉପରେ ରହିଛି। ଏହିକ୍ରମରେ ଶନିବାର ରାଜ୍ୟର ଗାଜିଆବାଦ ଜିଲ୍ଲାରେ  ଦଳର ସ୍ଥାନୀୟ ଆଞ୍ଚଳିକ କମିଟି ସହିତ ଜିଲ୍ଲା ସଭାପତି ତଥା ଜିଲ୍ଲା ଦାୟିତ୍ୱରେ ରହିଥିବା ପ୍ରଭାରୀଙ୍କ ଅଭିଯାନ ଏବଂ କାର୍ଯ୍ୟକ୍ରମ ସମୀକ୍ଷା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବନିଯୁକ୍ତ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଚୌଧୁରୀ ଏବଂ ସଙ୍ଗଠନ ସମ୍ପାଦକ ଧର୍ମପାଲ ସିଂହ ଯୋଗ ଦେଇଥିଲେ। 

ଏହି ବୈଠକକୁ ସମ୍ବୋଧିତ କରି ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଚୌଧୁରୀ (UP BJP President Chaudhary Bhupendra Singh) କହିଛନ୍ତି ଯେ, ଗତ ୨୦୧୯ ଲୋକସଭା ନିର୍ବାଚନରେ ଯେଉଁ ଆସନରେ ଦଳ ପରାସ୍ତ ହୋଇଛି, ଆସନ ସିଟ ଜିତିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବ। ଅର୍ଥାତ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ହାରିଯାଇଥିବା ଆସନରେ ବିଜୟ ବାନା ଉଡ଼ାଇବାକୁ ଲକ୍ଷ୍ୟ ରଖିଛି ଦଳ। ବିଜେପି ସର୍ବଦା ଏହାର ସାଙ୍ଗଠନିକ ବିସ୍ତାର ଏବଂ ରାଜ୍ୟର ବିକାଶ ପାଇଁ ବିଜେପି ସରକାର ପାଇଁ ସର୍ବଦା କାର୍ଯ୍ୟ କରୁଛି। ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ବିଜେପି ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛି। ଦଳର ଅଧ୍ୟକ୍ଷ  ହେବା ପରେ ମୁଁ ପ୍ରଥମ ଦଳୀୟ ବୈଠକରେ ଯୋଗ ଦେଉଛି। ଦଳୀୟ ସଙ୍ଗଠନକୁ କୃତଜ୍ଞତା ଜଣାଇ ସେ କହିଛନ୍ତି ଯେ ବିଜେପି ହେଉଛି ଏକମାତ୍ର ଦଳ ଯିଏ ଦଳର ସାଧାରଣ କର୍ମକର୍ତ୍ତାଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଇଇଥାଏ। ଅନ୍ୟ ଦଳକୁ ଦେଖ, ସେଠାରେ କେବଳ ପାରିବାରିକ ରାଜନୀତି ଚାଲିଛି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପୌର ନିର୍ବାଚନ ଉପରେ ଦୃଷ୍ଟି ଦେବାକୁ ହେବ। ଆମକୁ ସମ୍ପୂର୍ଣ୍ଣ ବିଜୟ ଲକ୍ଷ୍ୟ ନେଇ ଏହି ନିର୍ବାଚନ ଲଢିବାକୁ ହେବ। ବର୍ତ୍ତମାନ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ବିକାଶ ପାଇଁ ବିଜେପି ସରକାର ନିରନ୍ତର କାର୍ଯ୍ୟ କରୁଛି। 

ଅନ୍ୟପଟେ ଉତ୍ତର ପ୍ରଦେଶ ବିଜେପି ସାଧାରଣ ସମ୍ପାଦକ ଧର୍ମପାଲ ସିଂହ (UP BJP General Secretary Dharmapal Singh) କହିଛନ୍ତି ଯେ ଆମକୁ ଆମ ଦଳର ମଣ୍ଡଳକୁ ଆଦର୍ଶ ଏବଂ ସଶକ୍ତିକରଣ କରିବାକୁ ହେବ। ଏହାର ବୁଥ୍ କମିଟିକୁ ସକ୍ରିୟ ରଖିବାକୁ ହେବ। ଦଳୀୟ ସଙ୍ଗଠନ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ କାର୍ଯ୍ୟର ପୁନରାବୃତ୍ତି କରାଯିବା ଆବଶ୍ୟକ। ବୁଥ ସ୍ତରରେ ଦଳୀୟ ସଙ୍ଗଠନ ଦ୍ୱାରା ପ୍ରସ୍ତାବିତ ମହାନ ବ୍ୟକ୍ତିଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Also Read: UP Politics: ବିଜେପି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୂପେନ୍ଦ୍ର ଚୌଧୁରୀ

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବେଶ ସତର୍କ ହୋଇଉଠିଛି ବିଜେପି। ଏହି କ୍ରମରେ ଦଳ ବର୍ତ୍ତମାନ ପଶ୍ଚିମ ଉତ୍ତର ପ୍ରଦେଶରେ ଅବସ୍ଥିତ ଲୋକସଭ ଆସନ ଉପରେ ଅଧିକ ଗୁରୁତ୍ୱ ଦେଉଛି। କାରଣ ଗତ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ପୁରୁଣା ସଫଳତା ଦୋହରାଇବାରେ ବିଫଳ ହୋଇଛି। ଏହା ସହିତ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ପ୍ରାୟ ୧ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଆନ୍ଦୋଳନ କାରଣରୁ ଦଳକୁ ଅନେକ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି। ଯାହାର ଭରଣା କିପରି କରାଯାଇ ପାରିବ ସେ ନେଇ ଦଳୀୟ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ବିଜେପି ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ଦଳୀୟ ସଙ୍ଗଠନ ମାଧ୍ୟମରେ କିପରି ଗଁ ଗଣ୍ଡାରେ ପହଞ୍ଚାଇ ହେବ ସେ ନେଇ ଆରମ୍ଭ ହୋଇଯାଇଛି କାର୍ଯ୍ୟ।