BSP RSS: ମୋହନ ଭଗବତଙ୍କ ମଦ୍ରାସା-ମସଜିଦ ଗସ୍ତ ଉପରେ ପ୍ରତିକ୍ରିୟା ରଖିଲେ ମାୟାବତୀ
Advertisement

BSP RSS: ମୋହନ ଭଗବତଙ୍କ ମଦ୍ରାସା-ମସଜିଦ ଗସ୍ତ ଉପରେ ପ୍ରତିକ୍ରିୟା ରଖିଲେ ମାୟାବତୀ

Madrasa and Mosque Visit: ମୋହନ ଭଗବତଙ୍କ ମଦ୍ରାସା-ମସଜିଦ ଗସ୍ତକୁ ନେଇ ବିଜେପି ଏବଂ ସଂଘକୁ ଟାର୍ଗେଟ କରିଛନ୍ତି  ବିଏସପି ସୁପ୍ରିମୋ ମାୟାବତୀ। 

BSP RSS:  ମୋହନ ଭଗବତଙ୍କ ମଦ୍ରାସା-ମସଜିଦ ଗସ୍ତ ଉପରେ ପ୍ରତିକ୍ରିୟା ରଖିଲେ ମାୟାବତୀ

Mayawati on Mohan Bhagwat: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭଗବତଙ୍କ ମଦ୍ରାସା-ମସଜିଦ ଗସ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ। ଏହି ପ୍ରସଙ୍ଗରେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବିଜେପି ଏବଂ ସଂଘକୁ ଟାର୍ଗେଟ କରିଛନ୍ତି। ଆରଏସଏସ ମୁଖ୍ୟଙ୍କ ମସଜିଦ ଗସ୍ତ ଉପରେ ସେ ସଂଘ ପରିବାରକୁ କଟାକ୍ଷ କରିଛନ୍ତି। 

ଏନେଇ ଟ୍ୱିଟ କରି ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati) କହିଛନ୍ତି ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ନେତୃତ୍ୱାଧିନ ବିଜେପି ସରକାର (Uttar Pradesh BJP Govt) ଖୋଲା ସ୍ଥାନରେ ନମାଜ (Namaz) ପଢିବାକୁ ସହ୍ୟ କରିପାରୁ ନାହାଁନ୍ତି। ହେଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କୁ (RSS Chief Mohan Bhagwat) ରାଷ୍ଟ୍ରପିତା ବୋଲି କହି କ'ଣ ପରିବର୍ତ୍ତନ ହେବ?

ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former UP CM) ଟ୍ୱିଟ୍ କରି କହିଛନ୍ତି, ଆରଏସଏସ ମୁଖ୍ୟ ମୋହନ ଭଗବତ ଗତକାଲି ଦିଲ୍ଲୀ ଠାରେ ଅବସ୍ଥିତ  ଏକ ମସଜିଦ ଏବଂ ଅନ୍ୟ ଏକ ମଦ୍ରାସା ଯାଇ ଉଲେମାଙ୍କୁ ଭେଟିବା ପରେ ତାଙ୍କୁ ରାଷ୍ଟ୍ରପିତା ଏବଂ ରାଷ୍ଟ୍ରଋଷି ବୋଲି କୁହାଯାଉଛି। ମାତ୍ର ଏହା ଦ୍ୱାରା କ'ଣ ପରେ ବିଜେପି ସରକାରର ମୁସଲମାନ ସମାଜ ସମାଜ ଏବଂ ସେମାନଙ୍କ ମସଜିଦ ଏବଂ ମଦ୍ରାସା ପ୍ରତି ରହିଥିବା ନକାରାତ୍ମକ ମନୋଭାବ ଏବଂ ଆଚରଣରେ ପରିବର୍ତ୍ତନ ଆସିବ?

ଅନ୍ୟ ଏକ ଟ୍ୱିଟ୍‌ ଜରିଆରେ ମାୟାବତୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ବିଜେପି ସରକାରଙ୍କୁ କଟାକ୍ଷ କରି କହିଛନ୍ତି। ଏନେଇ ସେ କହିଛନ୍ତି ଉତ୍ତର ପ୍ରଦେଶର ବିଜେପି ସରକାର ଖୋଲା ସ୍ଥାନରେ କିଛି ମିନିଟ ପାଇଁ ନମାଜ ପଢିବାକୁ ସହ୍ୟ କରି ପାରୁନାହିଁ। ସରକାରୀ ମଦ୍ରାସାକୁ ଅଣଦେଖା କରି ଘରୋଇ ମଦ୍ରାସା ଉପରେ ହସ୍ତକ୍ଷେପ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ଏହି ପ୍ରସଙ୍ଗରେ ଆରଏସଏସ ମୁଖ୍ୟଙ୍କ ନୀରବତା ପଛରେ କେଉଁ ଅର୍ଥ ରହିଛି ତାହା ମଧ୍ୟ ସେମାନେ ନିଶ୍ଚୟ ବିଚାର କରିବେ।

Also Read: Mohan Bhagwat: ଆରଏସଏସ ମୁଖ୍ୟଙ୍କୁ ଭେଟିବାକୁ ନେଇ ମୁସଲିମ ବୁଦ୍ଧିଜୀବୀଙ୍କ ଉପରେ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ

କେବଳ ବିଏସପି ସୁପ୍ରିମୋ ମାୟାବତୀ ନୁହଁନ୍ତି ଏକ ମସଜିଦ ଠାରେ ଅଖିଳ ଭାରତୀୟ ଇମାମ ସଙ୍ଗଠନ ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଆରଏସଏସ ମୁଖ୍ୟ ମୋହନ ଭଗବତ ଭେଟିବାକୁ ନେଇ ତାତି ଉଠିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି (AIMIM Chief Asaduddin Owaisi)। ଏହି ଭେଟଘାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଆମକୁ କାହିଁକି ସନ୍ଦେହ କରାଯାଉଛି? ଯେଉଁମାନେ ଏକାଠି ହୋଇଛନ୍ତି, ସେମାନଙ୍କୁ ପଚାରନ୍ତୁ ସେମାନେ କେଉଁ ବିଷୟରେ କଥା ହୋଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ଆଦର୍ଶକୁ ସମଗ୍ର ବିଶ୍ୱ ଜାଣିଛି। ଆଉ ଆପଣ ଯାଇ ସେମାନଙ୍କୁ ଭେଟିବ। ଏହା ହେଉଛି ମୁସଲମାନ ସମ୍ପ୍ରଦାୟର ତଥାକଥିତ ଶିକ୍ଷିତ ବିଭାଗ ଆଉ ସେମାନେ ଯାହା କରିବେ ତାହା ସତ୍ୟ। ହେଲେ ଆମେ ଯିଏ ନିଜର ରାଜନୈତିକ ଅଧିକାର ଏବଂ ମୌଳିକ ଅଧିକାର ପାଇଁ ଲଢେଇ କରୁଛନ୍ତି ସେମାନେ ଖରାପ ହୋଇ ଯାଉଛନ୍ତି। 

ଏହା ସହିତ ଏଆଇଏମଆଇଏମ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଏହା ହେଉଛି ସେହି ବିଭାଗ ଯାହା ନିଜକୁ ଜ୍ଞାନୀ ବୋଲି ବିବେଚନା କରିଥାଏ। ହେଲେ ବାସ୍ତବତା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତୃଣମୂଳ ସ୍ତରରେ କ’ଣ ଘଟୁଛି ତାହା ସେମାନେ ଜାଣନ୍ତି ନାହିଁ। ଆରାମରେ ଜୀବନଯାପନ କରୁଛନ୍ତି ଏବଂ ଆପଣ ସଂଘ ମୁଖ୍ୟଙ୍କୁ ଭେଟୁଛନ୍ତି। ଏହା ହେଉଛି ଆପଣଙ୍କର ଗଣତାନ୍ତ୍ରିକ ଅଧିକାର। ମୁଁ ଏହାକୁ ନେଇ ପ୍ରଶ୍ନ ଉଠାଉ ନାହିଁ ହେଲେ ମୋତେ ପ୍ରଶ୍ନ କରିବାରେ ଆପଣଙ୍କର କୌଣସି ଅଧିକାର ନାହିଁ।