ଦଳୀୟ ପରାଜୟ ପରେ ଗଣମାଧ୍ୟମ ଉପରେ ତାତି ଉଠିଲେ BSP ମୁଖ୍ୟ ମାୟାବତୀ; ନେଲେ ଏହି ନିଷ୍ପତ୍ତି
Advertisement
Article Detail0/zeeodisha/odisha1123132

ଦଳୀୟ ପରାଜୟ ପରେ ଗଣମାଧ୍ୟମ ଉପରେ ତାତି ଉଠିଲେ BSP ମୁଖ୍ୟ ମାୟାବତୀ; ନେଲେ ଏହି ନିଷ୍ପତ୍ତି

ନିର୍ବାଚନ ପରେ ଦଳୀୟ ମୁଖପାତ୍ରଙ୍କୁ ମଧ୍ୟ ନୂତନ ଦାୟିତ୍ୱ ପ୍ରଦାନ କରିବ ବିଏସପି। 

ଦଳୀୟ ପରାଜୟ ପରେ ଗଣମାଧ୍ୟମ ଉପରେ ତାତି ଉଠିଲେ BSP ମୁଖ୍ୟ ମାୟାବତୀ; ନେଲେ ଏହି ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ନିର୍ବାଚନ ଫଳାଫଳ ପୂର୍ବରୁ ରାଜ୍ୟରେ ବିଏସପି ସରକାର ଗଠନ କରିବା ନେଇ କରିଥିଲେ ସେ। ହେଲେ ଫଳାଫଳ ଆସିବା ପରେ ତାଙ୍କ ଦଳ ପାଇଁ ଖାତା ଖୋଲିବା ଭାରୀ ପଡିଯାଇଥିଲା। ରାଜ୍ୟର ମୋଟ ୪୦୩ ଆସନରୁ ବିଏସପି କେବଳ ଗୋଟିଏ ମାତ୍ର ଆସନ ପାଇଛି।  

ଦଳୀୟ ପରାଜୟ ପରେ କ୍ରୋଧିତ ହୋଇଉଠିଥିବା ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati) ଗଣମାଧ୍ୟମ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। କୌଣସି ଦଳୀୟ ମୁଖପାତ୍ର ଗଣମାଧ୍ୟମରେ ଅନୁଷ୍ଠିତ ହେଉଥିବା ବିତର୍କରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ସେ।   

Also Read: ଦଳୀୟ ପରାଜୟ ପରେ ଗଣମାଧ୍ୟ ଉପରେ ତାତି ଉଠିଲେ BSP ମୁଖ୍ୟ ମାୟାବତୀ; ନେଲେ ଏହି ନିଷ୍ପତ୍ତି 

ଶନିବାର ଟ୍ୱିଟ କରି ବିଏସପି ମୁଖ୍ୟ କହିଛନ୍ତି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଆମ୍ବେଦକରବାଦୀ ବିଏସପି ଆନ୍ଦୋଳନକୁ କ୍ଷତି ପହଞ୍ଚାଇବା ପାଇଁ ମାଲିକଙ୍କ ନିର୍ଦ୍ଦେଶକ୍ରମେ ଗଣମାଧ୍ୟମ ଦ୍ୱାରା କରାଯାଇଥିବା କାର୍ଯ୍ୟ କାହା ପାଖରୁ ଲୁଚି ରହିନାହିଁ। ଏଭଳି ପରିସ୍ଥିତିରେ ଦଳର ମୁଖପାତ୍ରଙ୍କୁ ମଧ୍ୟ ନୂତନ ଦାୟିତ୍ୱ ପ୍ରଦାନ କରାଯିବ। ଦଳୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୌରିଆ, ଧର୍ମବୀର ଚୌଧୁରୀ, ଡକ୍ଟର ଏମ.ଏଚ୍ ଖାନ, ଫୈଜାନ ଖାନ ଏବଂ ସୀମା କୁଶୱାହା ଆଉ ଟିଭି ବିତର୍କରେ ଅଂଶଗ୍ରହଣ କରିବେ ନାହିଁ।

ଏହାପୂର୍ବରୁ ଶୁକ୍ରବାର ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାଙ୍କ ଦଳର ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଏଥର ମୁସଲମାନ ସମ୍ପ୍ରଦାୟ ବିଏସପି ସହ ଅଛନ୍ତି ହେଲେ ସେମାନଙ୍କର ସମ୍ପୂର୍ଣ୍ଣ ଭୋଟ୍ ସମାଜବାଦୀ ପାର୍ଟି ଆଡକୁ ଚାଲିଯାଇଛି। ଏଥର ବିଏସପି ଏକ ବଡ କ୍ଷତି ସହିଛି। ଯଦି ଦଳ ମୁସଲମାନ-ଦଳିତ ଭୋଟ୍ ହାତେଇଥାନ୍ତା ତାହେଲେ ଫଳାଫଳ ଭିନ୍ନ ହୋଇଥାନ୍ତା। ଆମେ ବିଶ୍ୱାସ କରୁ ଯେ ଆମେ ପୁଣି ଥରେ ସଫଳ ହେବୁ। କେବଳ ବିଏସପି ବିଜେପି ଭଳି ଶକ୍ତିକୁ ଅଟକାଇବାକୁ ସକ୍ଷମ। ବିଏସପି କଠିନ ପରିଶ୍ରମର ଫଳ ପାଇଲା ନାହିଁ, ଆମେ ସଂଘର୍ଷ କରୁଛୁ ଏବଂ ଏହି ସଂଗ୍ରାମ ସଫଳ ହେବ। ଏହା ସହିତ ମାୟାବତୀ ଦଳୀୟ ସମର୍ଥକ, ନେତା, ଏବଂ ପଦାଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। 

Also Read: ଲୋକଙ୍କ ସମସ୍ୟା ଉଠାଉଥିବାରୁ ସହ୍ୟ କରି ପାରୁନାହାଁନ୍ତି ବିରୋଧି: ମାୟାବତୀ

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: କେଉଁ ଦଳ ପାଇଲେ କେତେ ଆସନ

  • ବିଜେପି:୨୫୫
  • ସମାଜବାଦୀ ପାର୍ଟି:୧୧୧
  • ଅପନା ଦଳ ସୋନଲାଲ:୧୨
  • ରାଷ୍ଟ୍ରୀୟ ଲୋକ ଦଳ: ୮
  • ନିଷାଦ ପାର୍ଟି: ୬
  • ସୁହଲଦେବ ଭାରତୀୟ ସମାଜ ପାର୍ଟି:୬
  • କଂଗ୍ରେସ:୨
  • ଜନସତ୍ତା ଦଳ ଲୋକତାନ୍ତ୍ରିକ:୨
  • ବିଏସପି:୧ 

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଗତ ୨୦୧୭ ପରେ ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ମୋଟ ୪୦୩ ସିଟ୍ ବିଶିଷ୍ଟ ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୨୦୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଥର ବିଜେପି ଏକାକୀ ୨୫୫ ସିଟ୍ ହାତେଇଛି। 

Also Read: BSP Chief Mayawati: BJP ଲାଗି ନରମ, Samajwadi Party ପାଇଁ ଗରମ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଗତ ୩୭ ବର୍ଷର ରେକର୍ଡ ଭାଙ୍ଗିଛି ବିଜେପି। ଗତ ୧୯୮୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନଥିଲେ। ହେଲେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।