ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଠ ବିରୁଦ୍ଧର ଗୁରୁତର ଅଭିଯୋଗ ଆଣିଲେ ବିଏସପି ସୁପ୍ରିମୋ ମାୟାବତୀ
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ବୟାନ ଉପରେ ଜବାବ ରଖିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ନିକଟରେ ଗାଜିଆବାଦୀ ଗସ୍ତ କରିବା ଅବସରର ଗରିବ ଲୋକଙ୍କୁ ପ୍ରଦାନ କରାଯାଇଥିବା ଘର ବାବଦରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମାୟାବତୀ। ଏନେଇ ସେ କହିଛନ୍ତି ପୂର୍ବ ସରକାରଙ୍କ ମନ୍ତ୍ରୀ ଜନସାଧାରଣଙ୍କ ଟଙ୍କାରେ କେବଳ ନିଜ ପାଇଁ ବଙ୍ଗଳା ନିର୍ମାଣ କରିଛନ୍ତି।
ଗତ ସପ୍ତାହରେ ଗାଜିଆବାଦ ଜିଲ୍ଲା ଗସ୍ତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟବାସୀଙ୍କ ଲାଗି ଦଳ ପକ୍ଷରୁ ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହା ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ପୂରଣ କରାଯାଇଛି। ଆମେ ରାଜ୍ୟବାସୀଙ୍କୁ ଯାହା ପ୍ରତିଶୃତି ଦେଇଥିଲୁ ତାହାକୁ ପୂରଣ କରି ଦେଖାଇଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
Also Read: UP Election 2022: BSP ସପକ୍ଷରେ ସମର୍ଥନ ଜଣାଇଲେ ୧୦ ଦଳ, ଖାତାକୁ ଯିବ କି ପାରମ୍ପରିକ ଭୋଟ?
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ବୟାନ ଉପରେ ଜବାବ ରଖିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ସେ ଟ୍ୱିଟ କରି ରାଜ୍ୟର ପଶ୍ଚିମାଞ୍ଚଳରେ ବସବାସ କରୁଥିବା ଲୋକେ ଏହା ଜାଣନ୍ତି ନାହିଁ ଯେ ଗୋରଖପୁର ଠାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ୱାରା ନିର୍ମିତ ଏହି ମଠ ଏକ ବଡ ବଙ୍ଗଳା ଠାରୁ କମ୍ ନୁହେଁ। ଯଦି ସେ ନିଜ ମତ ବାବଦରେ କହିଥାନ୍ତେ ତାହେଲେ ତାହା ଭଲ ହୋଇଥାନ୍ତା।
ମୁ୍ଖ୍ୟମନ୍ତ୍ରୀ ଯୋଗୀ କେବଳ ବିଜେପି ସରକାର ପ୍ରଂଶସା କରୁଛନ୍ତି। ଯଦି ସେ ବିଏସପି ସରକାର ଅମଳରେ କରାଯାଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ବାବଦରେ ଉଲ୍ଲେଖ କରିଥାନ୍ତେ ତାହେଲେ ଭଲ ହୋଇଥାନ୍ତା। କାରଣ ଗରିବଙ୍କ ଲାଗି ଘର ନିର୍ମାଣ କିମ୍ବା ଭୂମିହୀନଙ୍କୁ ଜମି ପ୍ରଦାନ କରିବାରେ ବିଏସପି ସରକାରଙ୍କ ରେକର୍ଡ ଭଲ ରହିଥିଲା।
Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ BSP Supremo Mayawati
ରାଜ୍ୟରେ ବିଏସପି ସରକାର କ୍ଷମତାସୀନ ଥିବା ବେଳେ ମାନ୍ୟବର ଶ୍ରୀ କାଂଶୀରାମ ଜୀ ସହରୀ ଗରିବ ଆୱାସ ଯୋଜନା ଅଧିନରେ କେବଳ ଦୁଇଟି ପର୍ଯ୍ୟାୟରେ ଦେଢ ଲକ୍ଷରୁ ଅଧିକ ପକ୍କା ଘର ଦିଆଯାଇଥିଲା। ସର୍ବଜନ ହିତାୟ ଗରିବ ଆବାସ ମାଲିକାନା ଯୋଜନା ଅଧୀନରେ ଅନେକ ପରିବାର ଏହାର ସୁବିଧା ପାଇଥିଲେ। ଲକ୍ଷ ଲକ୍ଷ ଭୂମିହୀନ ପରିବାରକୁ ମଧ୍ୟ ଜମି ଦିଆ ଯୋଗାଇ ଦିଆଯାଇଥିଲା।
Also Read: UP Poll 2022: BSP ଦୁର୍ବଳତା'ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି BJP
ଅନ୍ୟପଟେ କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି ମାୟାବତୀ କହିଛନ୍ତି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଳି ଦଳର ଅବସ୍ଥା ଏତେ ଖରାପ ଯେ ତାଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଛି ଘଣ୍ଟା ମଧ୍ୟରେ ନିଜର ଆଭିମୁଖ୍ୟ ବଦଳାଇ ଦେଲେ। ଏଭଳି ପରିସ୍ଥିତିରେ ଲୋକ କଂଗ୍ରେସକୁ ଭୋଟ୍ ଦେଇ ସେମାନଙ୍କ ବହୁମୂଲ୍ୟ ମତକୁ ନଷ୍ଟ ନ କରି ଏକପାଖିଆ ଭାବେ ବିଏସପି ଲାଗି ମତଦାନ କରନ୍ତୁ।