ଉତ୍ତର ପ୍ରଦେଶର ମୋଟ ମତଦାତାଙ୍କ ମଧ୍ୟରୁ ୨୧ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି ସମ୍ପ୍ରଦାୟର।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରସ୍ତୁତିକୁ ଜୋରଦାର କରିଛି ବହୁଜନ ସମାଜ ପାର୍ଟି। ଏହି ନିର୍ବାଚନରେ ଅନ୍ୟ କୌଣସି ଦଳ ସହ ମେଣ୍ଟ ନକରିବା ପାଇଁ କହୁଥିବା ବିଏସପି ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରିଛନ୍ତି ୧୦ ଦଳ। ଏନେଇ ବିଏସପି ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଟ୍ୱିଟ୍ କରି ଜଣାଇଛନ୍ତି।
ଏନେଇ ସେ କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀଙ୍କ ବିକାଶମୂଳକ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଦଳ ଆମକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଏବଂ ସେମାନେ "ସର୍ବଜନ ହିତାୟ, ସର୍ବଜନ ସୁଖାୟ" ବିଚାରଧାର ସହ ଆଗକୁ ବଢିବା ପାଇଁ ସଂକଳ୍ପ ନେଇଛନ୍ତି।
Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ BSP Supremo Mayawati
ବିଏସପି ଉଦ୍ଦେଶ୍ୟରେ ସମର୍ଥନ ଜଣାଇଥିବା ୧୦ ଦଳ ହେଉଛନ୍ତି
ଉତ୍ତର ପ୍ରଦେଶରେ ୪ ଥର ସରକାର ଗଠନ କରିବାରେ ସଫଳ ହୋଇଥିବା ବିଏସପି ଭଳି ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ ହେଉଛନ୍ତି ରାଜ୍ୟରେ ବସବାସ କରୁଥିବା ଦଳିତ ସମ୍ପ୍ରଦାୟ। ହେଲେ ଏଥରର ନିର୍ବାଚନରେ ଦଳର ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ନଜର ଆସୁନାହାଁନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏପରିକି ଏହି ପ୍ରଶ୍ନ ମଧ୍ୟ ଉଠିବାରେ ଲାଗି ଦଳର ପାରମ୍ପରିକ ଭୋଟ ଅନ୍ୟ କେଉଁ ଦଳ ଖାତାକୁ ଯିବ?
ବିଏସପି ଭଳି ଦଳର ମୂଳ ମତଦାତା ହେଉଛନ୍ତି ଦଳିତ ଭୋଟର। ଦଳୀୟ ସୁପ୍ରିମୋ ମାୟାବତୀ ୨୦୨୨ ବିଧାନସଭା ନିର୍ବାଚନରେ ସକ୍ରିୟ ଭାବେ ଅଂଶଗ୍ରହଣ ନ କରିବା ପରେ ଅନ୍ୟ ଦଳର ନଜର ଏହି ସମ୍ପ୍ରଦାୟ ଉପରେ ପଡି଼ଛି। ରାଜ୍ୟର ମୋଟ ମତଦାତାଙ୍କ ମଧ୍ୟରୁ ୨୧ ପ୍ରତିଶତ ହେଉଛନ୍ତି ଏହି ସମ୍ପ୍ରଦାୟର। ଦେଶର ଏକ ଜାତୀୟ ଗମମାଧ୍ୟମ ରିପୋର୍ଟ ଅନୁସାରେ ବିଏସପି ସୁପ୍ରିମୋ ଜାଟବ ଭୋଟ ବ୍ୟାଙ୍କ ଉପରେ ଅଦିକ ନିର୍ଭରଶୀଳ। ଯାହା ମୋଟ ଦଳିତ ଜନସଂଖ୍ୟାର ୫୫%।
Also Read: 'ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି ହାତୀ'
୧୯୮୦ ଦଶକରେ ବିଏସପି ଗଠିତ ହେବା ପୂର୍ବରୁ ଦଳିତ ସମ୍ପ୍ରଦାୟର କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କ ଭାବେ ଜଣାଶୁଣା ଥିଲେ। ଗତ ୨୦୦୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦଳର ସୁପ୍ରିମୋ ମାୟାବତୀ। ମାତ୍ର ୨୦୧୪ ଲୋକସଭା ନିର୍ବାଚନ ପର ଠାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ କରି ଏହି ସମ୍ପ୍ରଦାୟର ଭୋଟ ନିଜ ଆଡ଼କୁ ନେବା ଲାଗି ପ୍ରୟାସ ଜାରି ରଖିଛି।
Also Read: UP Poll 2022: BSP ଦୁର୍ବଳତା'ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି BJP, ଏହା ରହିଛି ରଣନୀତି
ଚଳିତ ବିଧାନସଭା ନିର୍ବାଚନ ଲାଗି ଘୋଷଣା କରାଯାଇଥିବା ଦଳୀୟ ଟିକେଟ ମଧ୍ୟରୁ ବିଜେପି ୧୯ ଆସନ, ସମାଜବାଦୀ ପାର୍ଟି ୨୪% ଏବଂ ବିଏସପି ୯ ଆସନରେ ରେ ଅନୁସୂଚିତ ଜାତି ବର୍ଗର ଆଶାୟୀଙ୍କୁ ପ୍ରାର୍ଥୀ କରିଛି।