UP Poll 2022: BSP ଦୁର୍ବଳତା'ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି BJP, ଏହା ରହିଛି ରଣନୀତି
Advertisement
Article Detail0/zeeodisha/odisha1040898

UP Poll 2022: BSP ଦୁର୍ବଳତା'ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି BJP, ଏହା ରହିଛି ରଣନୀତି

ବିଏସପି ଭଳି ଦଳର ଏଭଳି ସ୍ଥିତି ସାମ୍ନାକୁ ଆସିବା ପରେ ଅନ୍ୟ ଦଳ ଏହାର ଭୋଟ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି। 

UP Poll 2022:  BSP ଦୁର୍ବଳତା'ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି BJP, ଏହା ରହିଛି ରଣନୀତି

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିରୋଧି ଦଳର ନିଷ୍କ୍ରିୟତା ରାଜ୍ୟର ରାଜନୈତିକ ସମୀକରଣକୁ ପ୍ରଭାବିତ କରିପାରେ। ସଦ୍ୟ ଏଭଳି ସମ୍ଭାବନା ବହୁଜନ ସମାଜ ପାର୍ଟି କ୍ଷେତ୍ରରେ ଦେଖିବାକୁ ମିଳିଛି।  ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ ନିର୍ବାଚନ ଲାଗି ଦଳୀୟ ରଣନୀତି ପ୍ରସ୍ତୁତ କରିବାରେ ଏହି ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ପ୍ରଭୃତି ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ପଛରେ ପଡି଼ଯାଇଛି। 

ବିଏସପି ଅର୍ଥାତ ବହୁଜନ ସମାଜ ପାର୍ଟିର ଏଭଳି ସ୍ଥିତି ସାମ୍ନାକୁ ଆସିବା ପରେ ଅନ୍ୟ ଦଳ ଏହାର ଭୋଟ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି। ରାଜ୍ୟ ରାଜନୀତିରେ ବିଏସପି ଭଳି ଦଳର ଉନ୍ନତିରେ ଉଚ୍ଚ ଜାତି ଏବଂ ପଛୁଆ ବର୍ଗ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ବର୍ଗ ସହ ଦଳକୁ ଯୋଡିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି।

Also Read: ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?

 

ଗତ ଦଶନ୍ଧି ମଧ୍ୟରେ ରାଜ୍ୟ ରାଜନୀତିରେ ବିଏସପି ପ୍ରଭାବ କ୍ରମାଗତ ଭାବେ ହ୍ରାସ ପାଇଛି। ଗତ ୨୦୧୨ ବିଧାନସଭା ନିର୍ବାଚନରେ ଦଳ ​୮୦ଟି ସିଟ୍ ପାଇଥିବାବେଳେ ଗତ ୨୦୧୭ ନିର୍ବାଚନରେ ଆସନ ସଂଖ୍ୟା ୧୯କୁ ହ୍ରାସ ପାଇଛି। ଦଳକୁ କେବଳ ୨୨.୨ ପ୍ରତିଶତ ଭୋଟ୍ ମିଳିଛି। ବିଗତ ୫ ବର୍ଷ ମଧ୍ୟରେ ବିଏସପି ରାଜ୍ୟର କ୍ଷମତାସୀନ ବିଜେପି ସରକାର ବିରୁଦ୍ଧରେ ସେ ପରି କୌଣସି ବଡ଼ ଆନ୍ଦୋଳନ କରିନାହିଁ। ଏଭଳି ପରିସ୍ଥିତିରେ ଦଳୀୟ ସମର୍ଥକ ଦଳ ସହିତ କେତେ ସମୟ ପର୍ଯ୍ୟନ୍ତ ରହିବାକୁ ସକ୍ଷମ ହେବେ ତାହାକୁ ନେଇ ସନ୍ଦେହ ରହିଛି। 

ସାଙ୍ଗଠନିକ କ୍ଷେତ୍ରରେ ବିଏସପି ଭଳି ଦଳର ଏଭଳି ସ୍ଥିତି ଦେଖିବା ପରେ ଏହାର ଫାଇଦା ଉଠାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଏହି ସମୟରେ ବିଏସପି ସୁପ୍ରିମୋ ମାୟାବତୀ ଦଳରେ ଏକ ନୂତନ ନେତୃତ୍ୱ ଆଣିଛନ୍ତି। ସତୀଶ ଚନ୍ଦ୍ର ମିଶ୍ରାଙ୍କ ବ୍ୟତୀତ ଦଳରେ ଅନ୍ୟ କୌଣସି ସବର୍ଣ୍ଣ ନେତା ଦଳରେ ନାହାଁନ୍ତି। ଏପରିକି ପଛୁଆବର୍ଗ ସମ୍ପ୍ରଦାୟର ବଳିଷ୍ଠ ନେତାଙ୍କ ଅଭାବ ଦଳରେ ରହିଛି। ସେମାନଙ୍କ ମଧ୍ୟରୁ ଏବେ ଅନେକ ନେତା ବିଜେପି ଶିବିରରେ ଅଛନ୍ତି। ପୂର୍ବ ବିଜୟ ବଜାୟ ରଖିବା ପାଇଁ ବିଜେପି, ବିଏସପିର ଉଚ୍ଚ ଜାତି ଏବଂ ପଛୁଆ ଭୋଟ୍ ବ୍ୟାଙ୍କ ଦଳ ସପକ୍ଷକୁ ନେବକୁ ପ୍ରସ୍ତୁତ ହେଉଛି। ଗତ ନିର୍ବାଚନରେ ​​ମଧ୍ୟ ଏହି ବର୍ଗରୁ ବିଜେପିକୁ ବହୁତ ସମର୍ଥନ ମିଳିଥିଲା। ବର୍ତ୍ତମାନ ଏହାକୁ ଆହୁରି ବଢାଇବାକୁ ପ୍ରସ୍ତୁତ ହେଉଛି ବିଜେପି।

Also Read: 'ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି ହାତୀ'

 

ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ଦଳରେ ଅନ୍ତର୍ଭୂକ୍ତ କରିବା ପାଇଁ ଉତ୍ତର ପ୍ରଦେଶ ବିଜେପି ନେତୃତ୍ୱ ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଏହି କମିଟି ନିରନ୍ତର ଭାବେ କାର୍ଯ୍ୟ କରୁଛି। ବିଏସପି, ସମାଜବାଦୀ ପାର୍ଟି, କଂଗ୍ରେସ ଭଳି ଦଳର ଅନେକ ଦଳରେ ସାମିଲ କରାଉଛି ଏହି କମିଟି। ବିଜେପି ରଣନୀତି ଅନୁସାରେ ସରକାର ବିରୋଧି ହାୱା ସହ ଛିଡା ହୋଇଥିବା ଲୋକଙ୍କ ଅସନ୍ତୋଷକୁ ପୂରଣ କରିବାକୁ ଦଳ ଚେଷ୍ଟା କରୁଛି। ଏହା ଦ୍ୱାରା ହେବାକୁ ଥିବା ସାମ୍ଭାବ୍ୟ କ୍ଷତିର ଭରଣା ପାଇଁ ବିଜେପି ଅନ୍ୟ ଦଳର ନେତାଙ୍କୁ ସାମିଲ କରାଯାଉଛି। ଯାହା ଦ୍ୱାରା ଦଳ ଲାଗି ଯେପରି କୌଣସି କ୍ଷତି ନହୁଏ।