ଏନେଇ ବିଏସପି ରାଷ୍ଟ୍ରୀୟ ମହାସଚିବ କହିଛନ୍ତି ଦଳୀୟ ସୁପ୍ରିମୋ ନିଜେ ଲଢିବେ ନାହିଁ ବରଂ ନିର୍ବାଚନରେ ଲଢାଇବା କାର୍ଯ୍ୟ କରିବେ।
Trending Photos
ଲକ୍ଷ୍ନୌ: ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ତାବ୍ୟତୀତ ବିଏସପି ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।
ଏନେଇ ବିଏସପି ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା କହିଛନ୍ତି ଦଳୀୟ ସୁପ୍ରିମୋ ମାୟାବତୀ ନିଜେ ଲଢିବେ ନାହିଁ ବରଂ ନିର୍ବାଚନରେ ଲଢାଇବା କାର୍ଯ୍ୟ କରିବେ। ମୁଁ ମଧ୍ୟ ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୋ ପତ୍ନୀ କଳ୍ପାନା ମିଶ୍ର ଏବଂ ମୋ ପୁଅ କପିଲ ମିଶ୍ର ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ମାୟାବତୀଙ୍କ ଭଣଜା ଆକାଶ ଆନନ୍ଦ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।
ରାଜ୍ୟରେ ବିଏସପି ସରକାର ଗଠନ କରିବାକୁ ଯାଉଛି। ବିଜେପି-ସମାଜବାଦୀ ପାର୍ଟି ମଧ୍ୟରେ ଦ୍ୱିତୀୟ-ତୃତୀୟ ସ୍ଥାନ ଦଖଲ କରିବାକୁ ନେଇ ଲଢେଇ ଜାରି ରହିଛି। ନିର୍ବାଚନ ପୂର୍ବରୁ କିମ୍ବା ପରେ ବିଏସପି କୌଣସି ଦଳ ସହ ମେଣ୍ଟ କରିବ ନାହିଁ।
Also Read: 'ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି ହାତୀ'
ରାଜ୍ୟର ବ୍ରାହ୍ମଣ ସମ୍ପ୍ରଦାୟ ଆମ ସହିତ ଅଛନ୍ତି। ବ୍ରାହ୍ମଣ ବିଜେପି ସହିତ ଯାଇପାରିବ ନାହିଁ ଏବଂ ବ୍ରାହ୍ମଣ ସମାଜବାଦୀ ପାର୍ଟି ସହିତ କେବେ ନାହାଁନ୍ତି। ବିଜେପି ସରକାର ସମୟରେ ବ୍ରାହ୍ମଣ ସମ୍ପ୍ରଦାୟର ୫ ଶହରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଠି। ଶହେରୁ ଅଧିକ ଏନକାଉଣ୍ଟର ହୋଇଥିଲା। ହେଲେ ବିଏସ୍ପି ସେମାନଙ୍କୁ କିପରି ସମ୍ମାନ ଦେଇଥିଲା ତାହା ବ୍ରାହ୍ମଣ ସମ୍ପ୍ରଦାୟ ପୂର୍ବରୁ ଦେଖିସାରିଛି। ଅଧିକାରୀ ହୁଅନ୍ତୁ କିମ୍ବା ୧୫ ଜଣ ଏମଏଲସି ନିର୍ବାଚିତ କରିବା କିମ୍ବା କ୍ୟାବିନେଟ ମନ୍ତ୍ରୀ ରାଙ୍କ ପ୍ରଦାନ ଚେୟାରମ୍ୟାନ୍ କରିବା କିମ୍ବା ରାଜ୍ୟରେ ୪ ହଜାରରୁ ଅଧିକ ସରକାରୀ ଓକିଲ ସୃଷ୍ଟି କରିବା କଥା ସବୁ ସ୍ଥାନରେ ବ୍ରାହ୍ମଣଙ୍କୁ ସମ୍ମାନ ଦେଇଛି ବିଏସପି।
Also Read: UP Poll 2022: BSP ଦୁର୍ବଳତା'ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି BJP, ଏହା ରହିଛି ରଣନୀତି
ରାଜ୍ୟର ଜନସଂଖ୍ୟାରେ ୧୨ ନୁହେଁ ୧୬ ପ୍ରତିଶତ ହେଉଛନ୍ତି ବ୍ରାହ୍ମଣ। ୧-୨ ପ୍ରତିଶତକୁ ଛାଡି଼ ବାକି ସମସ୍ତ ବ୍ରାହ୍ମଣ ସମାଜ ଆମ ସହ ଅଛନ୍ତି। ବ୍ୟକ୍ତିଗତ କାରଣରୁ ୧-୨ ପ୍ରତିଶତକୁ ଛାଡି଼ ବ୍ରାହ୍ମଣ ଆମକୁ ଛାଡି଼ ଅନ୍ୟ କାହାକୁ ସମର୍ଥନ କରିପାରନ୍ତି।
Also Read: RSS ଏଜେଣ୍ଡା ଅନୁସାରେ କାମ କରୁଛନ୍ତି Asaduddin Owaisi: BSP
ବିଏସପି ସୁପ୍ରିମୋ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ଦଳୀୟ ବିଜୟକୁ ସୁନିଶ୍ଚିତ କରିବେ ଏବଂ ଏହି ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ ଉପରେ ଧ୍ୟାନ ଦେବେ। ଚଳିତ ବର୍ଷ ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପ୍ରଭୃତ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଦଳୀୟ ସୁପ୍ରିମୋ ମାୟାବତୀ ନିର୍ବାଚନ ଲଢାଇବା କାର୍ଯ୍ୟ କରୁଛନ୍ତି। ସେ ଆମକୁ ପ୍ରଦାନ କରିଥିବା ନିର୍ଦ୍ଦେଶାବଳୀ ସହିତ ଆମେ ଏହି ନିର୍ବାଚନ ଲାଗି କାର୍ଯ୍ୟ କରୁଛୁ। ବର୍ତ୍ତମାନ ମୁଁ ରାଜ୍ୟସଭା ସାଂସଦ ଥିବାରୁ ନିର୍ବାଚନ ଲଢୁନାହିଁ ବୋଲି କହିଛନ୍ତି ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ରା।