ହେଲେ ଏଥରର ନିର୍ବାଚନରେ ଆଉ ଆଗ ଭଳି ଦଳର ପ୍ରଭାବ ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଦୃଶ୍ୟମାନ ହେଉନାହିଁ।
Trending Photos
ଲକ୍ଷ୍ନୌ: ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି ହାତୀ'। ଏଭଳି ଶିରୋନାମା ପଢିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ବାସ୍ତବରେ ଏପରି ଘଟଣା ଘଟିବାକୁ ଯାଉଛି। ଅସ୍ଥିତ୍ୱ ବଞ୍ଚାଇବା ପାଇଁ ହାତୀ ପ୍ରାକୃତିକ ନୁହେଁ ରାଜନୈତିକ ପରିବେଶରେ ସଂଘର୍ଷ କରୁଛି। ଏହି ସଂଘର୍ଷରେ ହାତୀ ସଫଳ ନାଁ ବିଫଳ ହେବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡି଼ବ।
ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ଗତ ୨୩ ତାରିଖରେ ଏକ ସମୀକ୍ଷା ବୈଠକ କରିଥିଲେ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati) । ଏହା ପୂର୍ବରୁ ଦଳ ରାଜ୍ୟରେ ବ୍ରାହ୍ମଣ ସମ୍ମିଳନୀ ମଧ୍ୟ କରିଥିଲା। ହେଲେ ଏଥରର ନିର୍ବାଚନରେ ଆଉ ଆଗ ଭଳି ବିଏସପି ପ୍ରଭାବ ରାଜ୍ୟର ରାଜନୈତିକ ଦୃଶ୍ୟପଟରେ (Political Scenario of UP) ଦୃଶ୍ୟମାନ ହେଉନାହିଁ। ଏହି ନିର୍ବାଚନରେ ସିଧାସଳଖ ମୁକାବିଲା ବିଜେପି-ସମାଜବାଦୀ ପାର୍ଟି ମଧ୍ୟରେ ହେଉଛି।
Also Read: UP Poll: ଜାତୀୟ ନୁହେଁ ଆଞ୍ଚଳିକ ଦଳ ସହ ମେଣ୍ଟ କରୁଛି ସମାଜବାଦୀ ପାର୍ଟି
ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସପି ସୁପ୍ରିମୋଙ୍କ ପୁରୁଣା ସହଯୋଗୀ ଦଳ ଛାଡିବାରେ ଲାଗିଛନ୍ତି। ବର୍ତ୍ତମାନ ଦଳରେ ମାୟାବତୀଙ୍କ ପରେ କେବଳ ସତୀଶ ଚନ୍ଦ୍ର ମିଶ୍ର ହିଁ ଜଣେ ନେତା ଭାବେ ଦେଖାଯାଉଛନ୍ତି। ଦଳର ଅନେକ ବଡ ନେତା ସମାଜବାଦୀ ପାର୍ଟି (Samajwadi Party) ଭଳି ପ୍ରତିଦ୍ୱନ୍ଦ୍ୱୀ ଦଳରେ ଯୋଗ ଦେଇଛନ୍ତି। ଆଗାମୀ ନିର୍ବାଚନ ପାଇଁ ଲାଗି କୌଣସି ରାଲି କିମ୍ବା ସଭା ସମିତି ବିଏସପି ପକ୍ଷରୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।
ଅନ୍ୟପଟେ ବିଜେପି, ସମାଜାବାଦୀ ପାର୍ଟି ଏବଂ କଂଗ୍ରେସ ଭଳି ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇସାରିଛି। ସାମ୍ପ୍ରତିକ ରାଜନୀତିକୁ ବୁଢି ବିଏସପି ବର୍ତ୍ତମାନ ଆକାଶ ଆନନ୍ଦ ଏବଂ କପିଲ ମିଶ୍ରଙ୍କୁ ଆଗରେ ରଖିଛି। ଆକାଶ ଆନନ୍ଦ ଦଳୀୟ ସୁପ୍ରିମୋ ମାୟାବତୀଙ୍କ ପୁତୁରା ହୋଇଥିବାବେଳେ କପିଲ ମିଶ୍ର ଦଳର ବରିଷ୍ଠ ନେତା ତଥା ବିଏସପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରଙ୍କ ପୁଅ। ଏହା ମାଧ୍ୟମରେ ବିଏସପି ରାଜ୍ୟରେ ବ୍ରାହ୍ମଣ ଭୋଟରଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛି।
ରାଜ୍ୟରେ ବିଏସପି ଭଳି ଦଳର ମୂଳ ଭୋଟ ବ୍ୟାଙ୍କ ହେଉଛନ୍ତି ଅନୁସୂଚିତ ଜାତି (Scheduled Castes) ଏସି (SC)। ରାଜ୍ୟରେ ପ୍ରାୟ ୨୧% ଦଳିତ ଭୋଟର ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୧୨-୧୩% ଦଳର ପାରମ୍ପରିକ ଭୋଟ୍ ଭାବରେ ବିବେଚନା କରାଯାଏ। ଏସି ବର୍ଗରେ ଆସୁଥିବା ଅନ୍ୟ ଜାତିର ଭୋଟ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ବିଭକ୍ତ। ମାୟାବତୀଙ୍କୁ ମିଳୁଥିବା ଏହି ୧୨-୧୩% ଭୋଟ୍ ବିଷୟରେ କୁହାଯାଇଛି ଯେ ପରିସ୍ଥିତି ଯାହା ହେଉ ନାଁ କାହିଁକି ଏହି ଭୋଟ୍ ବିଏସପି ଖାତାକୁ ଯାଇଥାଏ। ଏଥର ମୁସଲିମ, ପଛୁଆ ବର୍ଗ (Backward Class) ଓବିସି (OBC) ଏବଂ ଅନ୍ୟାନ୍ୟ ଭୋଟ୍ ବିଏସପି ସହ ଯାଉଥିବା ଦେଖା ଯାଉନାହିଁ। ବୋଧହୁଏ ଏହା ହେଉଛି କାରଣ ଦଳର ପ୍ରାୟ ୫୦ ଜଣରୁ ଅଧିକ ଓବିସି ନେତା ଏବଂ ୬ ଜଣ ଦଳୀୟ ବିଧାୟକ ଦଳ ସମାଜବାଦୀ ପାର୍ଟି ହାତ ଧରିଛନ୍ତି। ସେମାନଙ୍କ ମଧ୍ୟରେ ଓବିସି ଏବଂ ମୁସଲମାନ ବିଧାୟକ ସାମିଲ ଅଛନ୍ତି।
ଏଭଳି ପରିସ୍ଥିତିରେ ମାୟାବତୀଙ୍କ ସାମ୍ନାରେ ଆହ୍ୱାନ ବହୁତ ଅଧିକ ରହିଛି। କାରଣ ସମାଜବାଦୀ ପାର୍ଟିରୁ ପଳାୟନ କରୁଥିବା ନେତାଙ୍କୁ ବିଜେପି ଛାଡିବା ପାଇଁ ପ୍ରସ୍ତୁତ ନାହିଁ। ମାୟାବତୀ ତାଙ୍କ ଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣୁଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ବିଏସପି ସଭାପତି ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି ଏକ ନିର୍ବାଚନ ସମୀକ୍ଷା ବୈଠକ କରିଛନ୍ତି ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ସକ୍ରିୟ ଅଛନ୍ତି। ଏହା ସହ ମାୟାବତୀ ଗଣମାଧ୍ୟମ ବିରୁଦ୍ଧରେ ଅଭିଯୋଗ କରି କହିଛନ୍ତି ଯେ ଆଗାମୀ ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁର୍ବଳ ବୋଲି ଖବର ପ୍ରସାରିତ ହେଉଛି। ଏହି ଅଭିଯୋଗ ସହିତ ମାୟାବତୀ ଦଳର ଏକ ଫୋଲ୍ଡର ଜାରି କରିଛନ୍ତି ଯେଉଁଥିରେ ୨୦୧୨-୧୭ ମଧ୍ୟରେ ଦଳୀୟ ସରକାରଙ୍କ ଶାସନ କାଳ ମଧ୍ୟରେ କରାଯାଇଥିବା କାମ ବାବଦରେ ବିଏସପି କର୍ମକର୍ତ୍ତାଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଦଳକୁ ନିର୍ବାଚନ ପ୍ରଚାର ସମୟରେ ସହାୟତା ପ୍ରଦାନ କରିପାରେ।
Also Read: UP Poll 2022: ମେଣ୍ଟ ଗଠନରେ ବଡ଼ ଦଳ ଆଗରେ ଭାରୀ ପଡ଼ୁଛନ୍ତି ଛୋଟ ଦଳ
ଗତ ୨୦୧୭ ବିଧାନସଭା ବିଧାନସଭା ନିର୍ବାଚନରେ ବିଏସପି ୧୯ ସିଟ୍ ହାତେଇଥିଲା। ଏହା ବ୍ୟତୀତ ଦଳ ଗତ ୨୦୧୪ ଲୋକସଭା ନିର୍ବାଚନରେ ଖାତା ଖୋଲିବାରେ ବିଫଳ ହୋଇଥିଲା। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଏସପି ସମାଜବାଦୀ ପାର୍ଟି ସହ ମେଣ୍ଟ କରି ୧୦ଟି ଆସନ ପାଇଥିଲା। ହେଲେ ବର୍ତ୍ତମାନ ଉଭୟ ଦଳ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କ୍ରମାଗତ ଭାବେ ଦଳ ଛାଡୁଥିବା ବରିଷ୍ଠ ବିଏସପି ନେତାଙ୍କୁ ନିଜ ଦଳରେ ସାମିଲ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି।
ଏଭଳି ପରିସ୍ଥିତିରେ ମାୟାବତୀ ନିଜ ଦଳର ମୂଳ ଭୋଟ୍ ବ୍ୟାଙ୍କକୁ ବଞ୍ଚାଇବା ସହିତ କିଛି ବ୍ରାହ୍ମଣ ଭୋଟରଙ୍କ ସମର୍ଥନ ପାଇବା ଉପରେ କାମ କରୁଛି। ଏହା ବ୍ୟତୀତ ଯେଉଁଠି ବିଜେପି ଏବଂ ସମାଜବାଦୀ ପାର୍ଟି ଭଳି ଦଳର ବରିଷ୍ଠ ନେତାଙ୍କ ଟିକେଟ କଟିବ ସେଠାରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରିବା ଉପରେ ବିଚାର କରୁଛି ବିଏସପି। ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟ ମାୟାବତୀଙ୍କ ପାଇଁ ୨୦୨୨ ଉତ୍ତର ପ୍ରଦେଶ ନିର୍ବାଚନ ତାଙ୍କ ଦଳର ଭବିଷ୍ୟତ ସହ ଜଡିତ ସହ ଜଡିତ। ଏପରିକି ରାଜ୍ୟ ରାଜନୀତିରେ ତାଙ୍କ ଦଳର ଅସ୍ଥିତ୍ୱ ଏହି ନିର୍ବାଚନର ଫଳାଫଳ ପ୍ରକାଶ ହେବା ପରେ ସ୍ପଷ୍ଟ ହେବ। ଏହାକୁ ନଜରରେ ରଖି ମାୟାବତୀ ଦଳୀୟ ଭୋଟ୍ ବ୍ୟାଙ୍କକୁ ବଞ୍ଚାଇବା ସହ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଏକ ନୂତନ ଚେହେରା ଭାବରେ ପ୍ରଦର୍ଶିତ କରୁଛନ୍ତି।