ବିମାନ ଚଳାଚଳକୁ ନେଇ ଆସିଲା ଗାଇଡ଼ ଲାଇନ, ୭ଟି ରୁଟରେ ଉଡ଼ିବ ବିମାନ
Advertisement

ବିମାନ ଚଳାଚଳକୁ ନେଇ ଆସିଲା ଗାଇଡ଼ ଲାଇନ, ୭ଟି ରୁଟରେ ଉଡ଼ିବ ବିମାନ

ଆସନ୍ତା ୨୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା। ଏଥିପାଇଁ ଆଜି ବିମାନ ଚଳାଚଳ ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି। ତେବେ ଏଥିପାଇଁ ଆଜି ବିମାନ ଚଳାଚଳ ମନ୍ତ୍ରଣାଳୟ ଜାରି କରିଛି। ତେବେ ଚଳାଚଳ କରିବାକୁ ଥିବା ବିମାନର ରୁଟକୁ ୭ ଭାଗରେ ବାଣ୍ଟିଛନ୍ତି ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ।

ବିମାନ ଚଳାଚଳକୁ ନେଇ ଆସିଲା ଗାଇଡ଼ ଲାଇନ, ୭ଟି ରୁଟରେ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା। ଏଥିପାଇଁ ଆଜି ବିମାନ ଚଳାଚଳ ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି। ତେବେ ଏଥିପାଇଁ ଆଜି ବିମାନ ଚଳାଚଳ ମନ୍ତ୍ରଣାଳୟ ଜାରି କରିଛି। ତେବେ ଚଳାଚଳ କରିବାକୁ ଥିବା ବିମାନର ରୁଟକୁ ୭ ଭାଗରେ ବାଣ୍ଟିଛନ୍ତି ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି କି, ସମସ୍ତ ହିତାଧିକାରୀ ତଥା ବିମାନ କମ୍ପାନୀ, ବିମାନବନ୍ଦର କର୍ତ୍ତୃପକ୍ଷ ଆମକୁ ସହଯୋଗ କରିଥିବାରୁ ଆମେ ଏହି ନିଷ୍ପତ୍ତି ନେଇପାରିଛୁ। 

ହରଦିପ ସିଂହ ପୁରୀ ଆହୁରି ମଧ୍ୟ କହିଛନ୍ତି କି, ଏହି ବିମାନ ଉଡ଼ାଣ ପାଇଁ ସର୍ବାଧିକ ଓ ସର୍ବନିମ୍ନ ଭଡ଼ା ମଧ୍ୟ ଧାର୍ଯ୍ୟ କରାଯାଇଛି। ଏହା ସହିତ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ରୁଟ ପାଇଁ ମଧ୍ୟ ଭଡ଼ା ଧାର୍ଯ୍ୟ କରାଯାଇଛି। ଏହି ରୁଟରେ ଭଡ଼ା ସର୍ବନିମ୍ନ ୩୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବାଧିକ ୧୦ ହଜାର ଟଙ୍କା ରହିଥିବା ସୂଚନା ରହିଛି। ଏହି ନିୟମକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଲାଗୁ କରାଯିବ ବୋଲି ସେ କହିଥିଲେ। ଏହି ନିୟମ ଅଗଷ୍ଟ ମାସ ୨୪ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସେ ସୂଚନା ଦେଇଥିଲେ। 

ନାଲି ଷ୍ଟାଟସକୁ ନା
ବିମାନ ମନ୍ତ୍ରଣାଳୟ ମନ୍ତ୍ରୀ କହିଛନ୍ତି କି, ଏହି ବିମାନ ସେବା ମଧ୍ୟରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବିମାନର କ୍ରୁ ମେମ୍ବର ପର୍ଯ୍ୟନ୍ତ ସମସ୍ତଙ୍କୁ ପୂର୍ଣ୍ଣ ପ୍ରୋଟେକ୍ଟିଭ ରହିବାକୁ ହେବ। ଏହି ସମୟରେ ଯାତ୍ରୀମାନଙ୍କୁ କେବଳ ଗୋଟିଏ ମାତ୍ର ଲଗେଜ ବ୍ୟାଗକୁ ଅନୁମତି ପ୍ରଦାନ କରାଯିବ। ବିମାନ ଛାଡିବାର ଧାର୍ଯ୍ୟ ସମୟ ପୂର୍ବରୁ ଅତି କମରେ ଦୁଇ ଘଣ୍ଟା ପୂର୍ବରୁ ଆସି ବିମାନ ବନ୍ଦରରେ ପହଞ୍ଚିବାକୁ ହେବ। ବିମାନବନ୍ଦରରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହା ସହିତ ଯାତ୍ରୀଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଦେଲେ  କିମ୍ବା ପଜିଟିଭ ଆସିଲେ ଉକ୍ତ ଯାତ୍ରୀଙ୍କୁ ବିମାନରେ ଯିବାକୁ ଅନୁମତି ମିଳିପାରିବ ନାହିଁ ମନ୍ତ୍ରୀ ସୂଚନା ଦେଇଛନ୍ତି। 

ସୁରକ୍ଷା ଅନିବାର୍ଯ୍ୟ
ଯାତ୍ରୀମାନଙ୍କୁ ପିପିଇ କିଟ, ଫେସ ମାସ୍କ ଓ ସାନିଟାଇଜର ସାଙ୍ଗରେ ନେବା ବାଧ୍ୟତାମୂଳକ ରହିବ। ଯାତ୍ରା ସମୟରେ ବିମାନ କର୍ତ୍ତୃପକ୍ଷ ଖାଦ୍ୟ ପରଷିବେ ନାହିଁ। କେବଳ ପାଣି ବୋତଲ ଉପଲବ୍ଧ ହେବ। ସେହିପରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି କି, ବନ୍ଦେ ଭାରତ ଅଭିଯାନରେ ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଉଛୁ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ୨୦ ହଜାରରୁ ଭାରତୀୟଙ୍କୁ ଅଣାସରିଲାଣି। ସେ କହିଛନ୍ତି ଯେ ଲକଡାଉନ୍ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି, ଯେଉଁ ଦେଶରେ କୋରୋନା ଜୀବାଣୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଭାରତ ମଧ୍ୟରେ ରହିଛି।

ହରଦୀପ ପୁରୀ କହିଛନ୍ତି ଯେ ମେଟ୍ରୋ ସହର ଗୁଡିକ ମଧ୍ୟରେ ଘରୋଇ ବିମାନ ଚଳାଚଳ ନେଇ କିଛି ନିୟମକୁ କଠୋର କରାଯାଇଥିବାବେଳେ ମେଟ୍ରୋ ପାଇଁ ଅଣ ମେଟ୍ରୋ ସହର ପାଇଁ ପୃଥକ ନିୟମ ରହିବ। ମେଟ୍ରୋ ସହରଗୁଡ଼ିକରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ବଡ଼ ସହର ଅନ୍ତର୍ଭୁକ୍ତ ହେବ | ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ଯେ ପ୍ରଥମେ ବିମାନବନ୍ଦରର ଏକ ତୃତୀୟାଂଶ କାର୍ଯ୍ୟ ଆରମ୍ଭ ହେବ। କେବଳ 33 ପ୍ରତିଶତ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି।

ବିମାନ ରୁଟ ଗୁଡିକ ୭ ବିଭାଗରେ ବିଭକ୍ତ-

ରୁଟ ୧: ଉଡ଼ାଣ ସମୟ ୪୦ ମିନିଟରୁ କମ୍
ରୁଟ ୨: ୪୦ ମିନିଟରୁ ଅଧିକ ଏବଂ ୬୦ ମିନିଟ୍ ପର୍ଯ୍ୟନ୍ତ
ରୁଟ  ୩: ୬୦ରୁ ୯୦ ମିନିଟ 
ରୁଟ ୪: ୯୦ ରୁ ୧୨୦ ମିନିଟ୍ 
ରୁଟ ୫: ୨ ଘଣ୍ଟା ରୁ ଅଢେଇ ଘଣ୍ଟା 
ରୁଟ ୬: ଅଢେଇରୁ ୩ ଘଣ୍ଟା
ରୁଟ ୭ : ତିନିରୁ ସାଢେ ତିନି ଘଣ୍ଟା