Maharashtra Karnataka Border Dispute: ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି। ସଦ୍ୟ ସୀମା ବିବାଦ ପ୍ରସଙ୍ଗରେ ଶିବସେନା ସାଂସଦ ସଞ୍ଜୟ ରାଉତ ରଖିଥିବା ବୟାନ ଉପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ।
Trending Photos
Basavaraj Bommai on Sanjay Raut: ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଜାରି ରହିଛି ବାକ୍ୟ ଯୁଦ୍ଧ। ସୀମା ବିବାଦ ପ୍ରସଙ୍ଗରେ ଶିବସେନା ଠାକରେ ଗୋଷ୍ଠୀର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ରଖିଥିବା ବୟାନ ଉପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ। ସୀମା ବିବାଦ ପ୍ରସଙ୍ଗରେ ଚାଲିଥିବା ବାକ୍ୟଯୁଦ୍ଧକୁ ନେଇ ସରଗରମ ହୋଇଉଠିଛି ରାଜନୀତି।
ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ପ୍ରସଙ୍ଗରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦେଇଥିବା ବୟାନ ଉପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ। ଏହି ବୟାନ ପାଇଁ ଶିବସେନା ସାଂସଦଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପଛେଇ ନାହାଁନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ନିକଟରେ ସୀମା ବିବାଦ ମାମଲାରେ ପ୍ରତିକ୍ରିୟା ରଖି ସାଂସଦ ସଞ୍ଜୟ ରାଉତ କହିଥିଲେ ଯେ ଚୀନ ଯେପରି ଭାବରେ ଭାରତର ସୀମାରେ ପ୍ରବେଶ କରିଥିଲା ଆମେ ମଧ୍ୟ କର୍ଣ୍ଣାଟକରେ ସେପରି ଭାବରେ ପ୍ରବେଶ କରିବୁ। ହେଲେ ଶିବସେନା ସାଂସଦଙ୍କ ଏହି ବୟାନକୁ ସହଜେ ଗ୍ରହଣ କରି ପାରିନାହାଁନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଜବାବ ଦେବାକୁ ଯାଇ ଶିବସେନା ସାଂସଦଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସୀମା ବିବାଦ ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ। ଦେଶ ସ୍ୱାଧିନ ହେବା ପର ଠାରୁ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦ ଏବେ ପୁଣି ଥରେ ସକ୍ରିୟ ହୋଇଉଠିଛି।
Also Read: Sanjay Raut: 'ଚୀନ ଯେପରି ଭାରତରେ ପ୍ରବେଶ କରିଛି, ଆମେ କର୍ଣ୍ଣାଟକରେ ସେପରି ପ୍ରବେଶ କରିବୁ'
ସଦ୍ୟ ସୀମା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ଯେ, "ଚୀନ ଯେପରି ଭାରତରେ ପ୍ରବେଶ କରିଛି, ଆମେ କର୍ଣ୍ଣାଟକରେ ସେପରି ପ୍ରବେଶ କରିବୁ।" ଏତିକିରେ ଅଟକି ଯାଇନାହାଁନ୍ତି ସେ। ଏହି ବିବାଦ ଉପରେ ଏକ ପାଦ ଆଗକୁ ଯାଇ ଶିବସେନା ସାଂସଦ କହିଛନ୍ତି ଯେ, ଚୀନ ଯେପରି ଭାରତୀୟ ସୀମାରେ ପ୍ରବେଶ କରିଥିଲା ଆମ ଦଳର ଲୋକ ଦକ୍ଷିଣ ଭାରତୀୟ ରାଜ୍ୟରେ ସେପରି ପ୍ରବେଶ କରିବେ। ଦିଲ୍ଲୀରେ ସାଂସଦ କହିଥିଲେ ଯେ ଚୀନ ଯେପରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା, ଆମେ କର୍ଣ୍ଣାଟକରେ ସେପରି କରିବୁ। ଏହା କରିବା ପାଇଁ ଆମକୁ କାହାର ଅନୁମତି ଆବଶ୍ୟକ ନାହିଁ।
ମହାରାଷ୍ଟ୍ର ସହ ଚାଲିଥିବା ସୀମା ବିବାଦ ବିରୋଧରେ କର୍ଣ୍ଣାଟକ ବିଧାନସଭାରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଯାହା ଧ୍ୱନିମତରେ ପାରିତ ହୋଇଥିଲା। ଏହି ଅବସରରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ କହିଛନ୍ତି, ମୁଁ ସଞ୍ଜୟ ରାଉତଙ୍କୁ ଚୀନ୍ ଏଜେଣ୍ଟ ବୋଲି କହିବି। ସଞ୍ଜୟ ରାଉତ ଜଣେ ଦେଶଦ୍ରୋହୀ। ସଂଘୀୟ ବ୍ୟବସ୍ଥାରେ ଯଦି କେହି କୁହନ୍ତି ଯେ ସେ ବେଆଇନ ଭାବେ ଅନ୍ୟ ରାଜ୍ୟରେ ପ୍ରବେଶ କରିବେ, ତାହେଲେ ଏହାର ଅର୍ଥ ହେଉଛି ସେ ଏହି ବ୍ୟବସ୍ଥାକୁ ନଷ୍ଟ କରିବା ସହିତ ଦେଶର ଏକତା ଏବଂ ଅଖଣ୍ଡତାକୁ ଧ୍ୱଂସ କରିବା ବିଷୟରେ ଚିନ୍ତା କରୁଛନ୍ତି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜଣେ ଦେଶଦ୍ରୋହୀ ବ୍ୟତୀତ ଆଉ କ'ଣ କୁହାଯିବ? ଯେଉଁମାନେ ଏପରି ଖରାପ କଥା କହୁଛନ୍ତି ଆମେ ସେମାନଙ୍କ ପ୍ରତି ଧ୍ୟାନ ଦେବୁ ନାହିଁ। ଏପରିକି ସେମାନଙ୍କର ଗୋଟିଏ ପଇସାର ମୂଲ୍ୟ ନାହିଁ। ଯଦି ସେ ଏପରି ବୟାନବାଜି କରିବା ଜାରି ରଖନ୍ତି, ତାହେଲେ ଆମେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯଦି ସେମାନେ ଚୀନ୍ ଭଳି କର୍ଣ୍ଣାଟକ ସୀମାରେ ପ୍ରବେଶ କରନ୍ତି, ତାହେଲେ ଆମେ ସେମାନଙ୍କୁ ଭାରତୀୟ ସେନା ଜବାବ ଦେବୁ।