ବଢ଼ିଲା ମନ୍ତ୍ରୀଙ୍କ ବିପି! ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ କାର୍ଡ, କଟିପାରେ ହେଭିୱେଟଙ୍କ ପତା
Advertisement
Article Detail0/zeeodisha/odisha1148291

ବଢ଼ିଲା ମନ୍ତ୍ରୀଙ୍କ ବିପି! ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ କାର୍ଡ, କଟିପାରେ ହେଭିୱେଟଙ୍କ ପତା

ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିଜ ବିଭାଗରେ କଣ କଣ କାମ କରିଛନ୍ତି ତାହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। 

ଫାଇଲ ଫଟୋ

ଭୁବନେଶ୍ୱର: କେଉଁ ବିଭାଗରେ କେତେ କାମ ହୋଇଛି? କେଉଁଠି ଅଟକୁଛି ଓ ଆଉ ଆଗକୁ କଣ କଣ ଯୋଜନା କାଯ୍ୟକାରୀ ହେବାକୁ ରହିଛି? ନିର୍ବାଚନୀ ପ୍ରତିଶ୍ରୃତି କେତେ ପାଳନ କରିବାରେ କେଉଁ ବିଭାଗ ଆଗରେ? ମନ୍ତ୍ରୀମାନଙ୍କ କାଯ୍ୟଦକ୍ଷତା ଓ ପ୍ରଦର୍ଶନର ସମୀକ୍ଷା ପୂର୍ବରୁ ପୁଣିଥରେ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିପୋର୍ଟ କାର୍ଡ଼ ମାଗିଛନ୍ତି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟରେ ନିଜ ବିଭାଗର ରିପୋର୍ଟ କାର୍ଡ଼ ଦାଖଲ କରିବେ ବୋଲି ମନ୍ତ୍ରୀମାନେ କହିଛନ୍ତି । 

ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିଜ ବିଭାଗରେ କଣ କଣ କାମ କରିଛନ୍ତି ତାହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହି ରିପୋର୍ଟ କାର୍ଡ଼ରେ ଲୋକାଭିମୁଖୀ ଯୋଜନା କାଯ୍ୟକାରୀ, ନିର୍ବାଚନୀ ପ୍ରତିଶ୍ରୃତିକୁ କେତେ ପାଳନ କରାଯାଇଛି? ଯୋଜନା କାମ କେତେ ବାଟ ଆଗେଇଛି ଓ କାହିକିଁ କାମ ଅଟକୁଛି? ଏପରି ୫ଟି ତଥ୍ୟ ସବୁ ମନ୍ତ୍ରୀ ନିଜ ବିଭାଗକୁ ନେଇ ଦେବେ। ଆଉ ସେହି ରିପୋର୍ଟ ଅନୁସାରେ ମନ୍ତ୍ରୀମାନେ ନିଜର ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରି ଦେଇଆସୁଛନ୍ତି। ଏବେ ପୁଣିଥରେ ରିପୋର୍ଟ କାର୍ଡ ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଛନ୍ତି। 

Also Read: କିଏ ହେବେ 'ପୁରୁଣା ପାକିସ୍ତାନ'ର ନୂଆ ପ୍ରଧାନମନ୍ତ୍ରୀ? ଏହି ଦିନ ହେବ ନିର୍ବାଚନ

ସମସ୍ତ ବିଭାଗ ପକ୍ଷରୁ ରିପୋର୍ଟ କାର୍ଡ ଦାଖଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଗୁଡିକର ସମୀକ୍ଷା କରିବେ। ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ମଧ୍ୟ କରିବେ। ରିପୋର୍ଟ କାର୍ଡ ଓ ଆଲୋଚନା ଆଧାରରେ ଦକ୍ଷ ମନ୍ତ୍ରୀ ରହିବେ ଓ ବାକି ବିଦା ହେବେ। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଏହି ତରିକା ଖୁବ ଭଲ ଇମ୍ପେକ୍ଟ ପକାଇଛି। ତେଣୁ ଖୁବଶୀଘ୍ର ନବୀନ ତାଙ୍କ ପୁରୁଣା ଅନ୍ଦାଜରେ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ କରିବାର ସମ୍ଭାବନା ଅଛି। କିଛି ଦକ୍ଷ ମନ୍ତ୍ରୀଙ୍କୁ କ୍ୟବିନେଟରୁ ରିଲିଜ କରି ଦଳ ଦୁର୍ବଳ ଥିବା ଜିଲ୍ଲାର ଦାୟିତ୍ୱ ଦେବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆସନ୍ତା ମେ' ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ତିନି ବର୍ଷ ପୁରିବ। ପୂର୍ବରୁ ପ୍ରତି ଦୁଇ-ତିନି ବର୍ଷରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେଉଥିଲା। ଗତ ତିନି ବର୍ଷ ମଧ୍ୟ ମଧ୍ୟରେ ନବୀନ କ୍ୟାବିନେଟର ଅନେକ ମନ୍ତ୍ରୀ ବିବଦ ଘେରକୁ ଆସିଛନ୍ତି। କେତେକ ବରିଷ୍ଠ ମନ୍ତ୍ରୀଙ୍କ ନାମରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି। ତେଣୁ ସ୍ୱଚ୍ଛ ଭାବମୂର୍ତ୍ତିକୁ ପ୍ରାଧାନ୍ୟ ଦେଉଥିବା ମୁଖ୍ୟମନ୍ତ୍ରୀ ଏଭଳି ବିବଦୀୟ ମନ୍ତ୍ରୀଙ୍କୁ ନିଜ କ୍ୟାବିନେଟରୁ ବିଦା କରିବେ ବୋଲି ଚର୍ଚ୍ଚା ହେଉଛି।