ସୌମ୍ୟଙ୍କ କଟାକ୍ଷ ପରେ ନବୀନଙ୍କ ଆକ୍ସନ୍
Advertisement
Article Detail0/zeeodisha/odisha1166019

ସୌମ୍ୟଙ୍କ କଟାକ୍ଷ ପରେ ନବୀନଙ୍କ ଆକ୍ସନ୍

୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ରୂପାନ୍ତର ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଅଧ୍ୟକ୍ଷତାରେ  ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଗତ ବିଧାନସଭା ଅଧିବେସନର ପ୍ରଶ୍ନୋତ୍ତର କାଳରେ ଜଳ ସଂପଦ ବିଭାଗ ଓ 5Tର କାର୍ଯ୍ୟକାରିତାକୁ ନେଇ ସରକାରଙ୍କୁ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କଟାକ୍ଷ କରିଥିଲେ । ମୋ ସରକାରରେ କେବଳ 'ମୋ' ଶବ୍ଦର ବ୍ୟବହାର କରଦେଲେ ଦେବ ନାହିଁ । ଏହାକୁ ପ୍ରକୃତରେ 'ମୋ' ସହ ଯୋଡି କାର୍ଯ୍ୟ କରିବା ଦରକାର। ଏହାସହ 5T ଅଧିନରେ ଥିବା ବିଭାଗ ଗୁଡିକର କିଭଳି ବିକାଶ ହେଉଛି ସେଦିଗକୁ ମଧ୍ୟ ସୌମ୍ୟ ପଟ୍ଟନାୟକ କଟାକ୍ଷ କରିଥିଲେ ।  ତେବେ ସୌମ୍ୟଙ୍କ କଟାକ୍ଷ ପରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଛନ୍ତି । ଜଳସଂପଦ ବିଭାଗର ରୂପାନ୍ତର ଉପକ୍ରମ (Transformation Initiatives) ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଛନ୍ତି । ଏହି ବିଭାଗର ୨୦୨୪ ବର୍ଷ ପର୍ଯ୍ୟନ୍ତ ବ୍ଲୁପ୍ରିଣ୍ଟ ସହ ସ୍ବଚ୍ଛତା ଉପରେ ସେ ଫୋକସ କରିଛନ୍ତି । 

୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ରୂପାନ୍ତର ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଅଧ୍ୟକ୍ଷତାରେ  ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାରର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି। ଏହାଦ୍ବାରା ଓଡିଶାର ଜଳସଂପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ। 

Also Read: କାହିଁକି 'ହାତ'ରୁ ଖସିଗଲେ ପ୍ରଶାନ୍ତ କିଶୋର? ମ୍ୟାଡମ ଦେଇଥିଲେ ବଡ଼ ଦାୟିତ୍ୱ

ଅନ୍ୟପଟେ ଜଳସେଚନ ପ୍ରକଳ୍ପ (Irrigation Projects) ଗୁଡିକର କାର୍ଯ୍ୟକାରିତା କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଳସଂପଦ ବିଭାଗର ପ୍ରଶଂସା କରିଛନ୍ତି ଏବଂ  ବିଭାଗୀୟ ଇଂଜିନିୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟସବୁ ବିଭାଗ ଏହିପରି  ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନେ ସେଠାରେ ଚାଲିଥିବା ଜଳସେଚନ ପ୍ରକଳ୍ପ ଗୁଡିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ବରାନ୍ବିତ କରାଯାଇଛି, ସେ ସଂପର୍କରେ ସୂଚନା ଦେଇଛନ୍ତି। ଆଲୋଚନା ପର୍ଯ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ସେ ଦିଗକୁ ଜିଲ୍ଲାପାଳମାନେ ଫୋକସ କରାଯାଇଛି । ଏହି ବୈଠକରେ ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନୁପୁର, ଛେଳିଗଡ, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଏବଂ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଛି ।

ତେବେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ଯଥା– ଭୂତଳ ପାଇପ ଲାଇନ ବ୍ୟବସ୍ଥାର ପ୍ରୟୋଗ, Geo Synthetic Mattress Lining, ଜଳ ପରିଚାଳନା ଆଦି ବିଭିନ୍ନ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି ।  ଇଂଜିନିୟରିଂ ଜ୍ଞାନ କୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସଂପର୍କରେ ଉପସ୍ଥାପନା ରଖାଯାଇଥିଲା ।  ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଫୋକସ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛନ୍ତି । ସ୍ବଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଗୁଡିକର ଅଗ୍ରଗତି ଉପରେ ଫୋକସ କରିବା ସହ ସମସ୍ତ କାମକୁ କିଭଳି ଖୁବଶୀଘ୍ର କରାଯାଇ ପାରିବ ସେ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଅର୍ଥମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଜଳସଂପଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।