Lok Sabha Election 2024 Congress Manifesto: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଗୁଆ ଦଳୀୟ ଇସ୍ତାହାର ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛି କଂଗ୍ରେସ।
Trending Photos
Congress Election Manifesto 2024: ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ମଣ୍ଡଳୀରେ ସରକାରକୁ ଆସିଲେ କଂଗ୍ରେସ କ'ଣ କରିବ? ଦେଶବାସୀ କଂଗ୍ରେସ ଠାରୁ କ'ଣ ଚାହୁଁଛନ୍ତି ଯାହା ନିର୍ବାଚନ ଇସ୍ତାହାରର ମୂଳ ବିନ୍ଦୁ ହୋଇପାରିବ? ଏ ସମ୍ପର୍କରେ ମତାମତ ଦେବା ଲାଗି କଂଗ୍ରେସ ସାଧ଼ାରଣ ଜନତାଙ୍କୁ ଆହ୍ୱାନ ଦେଇଛି। କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ଏନେଇ ଏକ ପ୍ରେସ ବାର୍ତ୍ତାରେ ଉଲ୍ଲଖ କରିଛନ୍ତି।
କଂଗ୍ରେସ ନେତା ପି.ଚିଦାମ୍ବରମ୍ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ଇସ୍ତାହାର ଲୋକଙ୍କ ଇସ୍ତାହାର ହେବ। ଏଥିଲାଗି ଲୋକଙ୍କ ପ୍ରସ୍ତାବ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଲୋକେ କିପରି ସେମାନଙ୍କ କଥାକୁ ଇସ୍ତାହାରରେ ସାମିଲ୍ କରିପାରିବେ ସେଥିନେଇ କଂଗ୍ରେସ ବ୍ୟାପକ ବ୍ୟବସ୍ଥା କରିଛି। ମୂଳତଃ ଲୋକଙ୍କ ସହ ମୁହାଁମୁହିଁ ହୋଇ ପ୍ରସ୍ତାବ ଗ୍ରହଣ କରିବାକୁ ପ୍ରତି ରାଜ୍ୟରେ ଇସ୍ତାହାର କମିଟି ସ୍ୱତନ୍ତ୍ର ବୈଠକ ଆୟୋଜନ କରିବ। ଏହା ସହ ଯେଉଁମାନେ ଚାହିଁବେ ଟେକ୍ନାଲୋଜି ବ୍ୟବହାର କରି ମଧ୍ୟ ସେମାନଙ୍କ ମତାମତ ରଖିପାରିବେ। ଏଥିଲାଗି ସ୍ୱତନ୍ତ୍ର ୱେବସାଇଟ୍ ଏବଂ ଇମେଲ୍ ଠିକଣେ ଉନ୍ମୋଚନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ।
The Congress' manifesto for the 2024 Lok Sabha polls is going to be the people's manifesto.
The principal vehicle for collecting suggestions will be public consultations, which will be held in every state.
Today, we're launching two more vehicles to collect suggestions: an… pic.twitter.com/0P9dyTwkP0
— Congress (@INCIndia) January 17, 2024
ଯେଉଁ ୱେବସାଇଟ୍ ମାଧ୍ୟମରେ ଜନସାଧାରଣ ନିଜ ପ୍ରସ୍ତାବ ରଖିପାରିବେ ତାହା ହେଉଛି: https://awaazbharatki.in ଏବଂ ଇମେଲ୍ ଠିକଣା ହେଉଛି awaazbharatki@inc.in। ଏହି ୱେବ୍ସାଇଟ ମାଧ୍ୟମରେ ଜଣେ ଆଗ୍ରହୀ ନାଗରିକ ନିଜ ପସନ୍ଦର ବିଷୟକୁ ଯାଇ ସେଠାରେ ପ୍ରସ୍ତାବ ରଖିପାରିବେ। ଏହା ନିର୍ବାଚନ ଇସ୍ତାହାରକୁ ଲୋକଙ୍କ ଇସ୍ତାହାରରେ ପରିଣତ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଚିଦାମ୍ବରମ।
Our manifesto for the 2024 Lok Sabha polls is going to be the People's Manifesto.
Click on our website https://t.co/46EP1EsLrv or email us at awaazbharatki@inc.in with your suggestions. pic.twitter.com/FdjSlaRpN1
— Congress (@INCIndia) January 17, 2024