ଭୋପାଳ: ଗତ ସୋମବାର ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କଂଗ୍ରେସ ନେତା କମଲନାଥ ଦେଇଥିବା ବୟାନକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏ ପ୍ରସଙ୍ଗରେ ଜବାବ ରଖିଛନ୍ତି ବିରୋଧି ବିଜେପି ନେତା।  


COMMERCIAL BREAK
SCROLL TO CONTINUE READING

ମହିଳା ଦିବସ ଉପଲକ୍ଷେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Former MP Chief Minister) କଂଗ୍ରେସ ନେତା କମଲନାଥ ଦଳର ଜାତୀୟ ପ୍ରବକ୍ତା ଅଳକା ଲମ୍ବା ଉଦ୍ଦେଶ୍ୟରେ କହିଥିଲେ, "ଯେତେବେଳେ ୧୮ ବର୍ଷର ହୋଇଥିଲେ ମୁ ତାଙ୍କୁ ଜାଣିଥିଲି। ସମୟକୁ କେହି ରୋକିପାରିବି ନାହିଁ, ଆଜି ତାଙ୍କର ଆଉ ମୋର ବୟସ ବଢିଯାଇଛି। ହେଲେ ଏହା ଭାବ ନାହିଁ ଯେ ଯୌବନ ଚାଲିଯାଇଛି, କାରଣ ଆଜି ମଧ୍ୟ ମୁଁ ଯୁବକ ରହିଛି। " 


Also Read: 'ସିନ୍ଧିଆ ନୁହେଁ ପ୍ରଥମେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖାଅ'


 


ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏ ପ୍ରସଙ୍ଗରେ ଜବାବ ଦେଇ ବିଜେପି ନେତା ତଥା ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା କହିଛନ୍ତି, "କମଲନାଥ ନିଜକୁ ବାରମ୍ବାର ଯୁବକ ବୋଲି କହୁଛନ୍ତି, ହେଲେ କଂଗ୍ରେସ ନେତାଙ୍କ ଯୁବ ସୁଲଭତା ଯୋଗୁଁ ତାଙ୍କ ଦଳ ବୁଢୀ ହୋଇଗଲାଣି। "'  


Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ


ଏହା ସହିତ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ କଂଗ୍ରେସ ନେତାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି କମଲନାଥ ବାରମ୍ବାର ନିଜକୁ ନିଜ ଯୁବକ ଭାବେ ଦର୍ଶାଉଛନ୍ତି। ହେଲେ ତାଙ୍କ ଭଳି ବରିଷ୍ଠ ନେତାଙ୍କ କାରଣରୁ କଂଗ୍ରେସ ଦଳ ବୁଢୀ ହୋଇଗଲାଣି।