ଭୋପାଳ: ନିଜର ବିବାଦୀୟ ବୟାନ ହେଉ କିମ୍ବା କାରାନାମକୁ ନେଇ ବିଭିନ୍ନ ବିବାଦ କିମ୍ବା ଚର୍ଚ୍ଚାର ପରିସରରେ ରହିଛନ୍ତି ରାଜ୍ୟ ରାଜନୀତିରେ ଦିଗି ରାଜା ଭାବେ ଜଣାଶୁଣା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ସଦ୍ୟ ସେ ଯେଉଁ କମ କରିଛନ୍ତି ତାହା ନିଜେ ନିଜର ପରିହାସ କରିବା ଭଳି ହୋଇଥିବା ଜଣାପଡିଛି। ବର୍ତ୍ତମାନ ସେ ଏକ ଅଜବ ଘୋଷଣା କରିଛନ୍ତି। କମେଡିୟାନ କୁନାଲ କମରା ଏବଂ ମୁନୱାର ଫାରୁକିଙ୍କୁ ରାଜ୍ୟ ରାଜଧାନୀ ଭୋପାଳ ଠାରେ ଏକ ଶୋ’ କରିବାକୁ ନିମନ୍ତ୍ରଣ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏନେଇ ସେ କହିଛନ୍ତି କମେଡି ଶୋ’ ପାଇଁ ସମସ୍ତ ଦାୟିତ୍ୱ ହେଉଛି ତାଙ୍କର ହେବ ଏବଂ ହାସ୍ୟରସ ବିଷୟ ମଧ୍ୟ ତାଙ୍କ ଉପରେ ପର୍ଯ୍ୟବେସିତ ହେବ। ଯାହାର ଅର୍ଥ ହେଉଛି ଉଭୟ ହାସ୍ୟ ଅଭିନେତା ଭୋପାଳ ଆସନ୍ତୁ ଏବଂ ତାଙ୍କର ଖୋଲାଖୋଲି ଭାବେ ମଜାକ ଉଡାନ୍ତୁ।


Also Read: ଗଦ୍ଦାର କହିବାକୁ ନେଇ ତାତି ଉଠିଲେ ମହାରାଜା, ରାଜାଙ୍କୁ ଦେଲ ଏପରି ଜବାବ


ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଏନେଇ ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ମୁଁ ଭୋପାଳ ଠାରେ କୁନାଲ କମରା ଏବଂ ମୁନୱାର ଫାରୁକି ଏକ କମେଡି ଶୋ ଆୟୋଜନ କରିଛି। ସମସ୍ତ ଦାୟିତ୍ୱ ମୋର ହେବ। ଏକମାତ୍ର ସର୍ତ୍ତ ଏହା ହେବ ଯେ ସମସ୍ତ ହାସ୍ୟରସ ବିଷୟ ମୋ ଉପରେ ପର୍ଯ୍ୟବେସିତ ହେବ। ଏହାକୁ ନେଇ କୌଣସି ଆପତ୍ତି କରାଯିବା ଠିକ ନୁହେଁ। ବାସ୍ତବରେ କଂଗ୍ରେସ ନେତା ଏବେ ଆରଏସଏସ ଭଳି ସଙ୍ଗଠନକୁ ଟାର୍ଗେଟ କରୁଛନ୍ତି ଏବଂ ଏଥିପାଇଁ ସେମାନେ ନିଜକୁ ପରିହାସ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।



ଦିଗବିଜୟ ସିଂହ ଉଭୟ କମେଡିୟାନ କୁନାଲ କମରା ଏବଂ ମୁନୱାର ଫାରୁକିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେମାନେ ସେମାନଙ୍କ ସୁବିଧା ଅନୁଯାୟୀ କମେଡି ଶୋ ପାଇଁ ତାରିଖ ଏବଂ ସମୟ ଜଣାନ୍ତୁ। ତାଙ୍କର ସମସ୍ତ ସର୍ତ୍ତ ଗ୍ରହଣ କରାଯିବ। ହେଲେ ଏହି ଦୁଇ ହାସ୍ୟକାରଙ୍କ ଅନେକ ଶୋ ନିକଟରେ ବାତିଲ ହୋଇସାରିଛି। ଉଭୟେ ସମାଜରେ ଉତ୍ତେଜନା ସୃଷ୍ଟି କରିବା ଭଳି କମେଡି କରୁଥିବା ଅଭିଯୋଗ ହୋଇଛି। ଗତ ୨ ମାସ ମଧ୍ୟରେ ମୁନାୱାର ଫାରୁକିଙ୍କ ୧୨ଟି ଶୋ ବାତିଲ କରାଯାଇଛି। ଏନେଇ ରାଗିଯାଇ ସେ ସୋସିଆଲ ମିଡିଆରେ ଲେଖିଛନ୍ତି ବର୍ତ୍ତମାନ ମୋ କାମ ସରିଯାଇଛି। ଘୃଣା ଜିତିଛି ଏବଂ କଳାକାର ହଜିଯାଇଛି। 


Also Read: ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା


ଅନ୍ୟପକ୍ଷରେ ବେଙ୍ଗାଲୁରୁ ଠାରେ କୁନାଲ କମରା ଶୋ ମଧ୍ୟ ବାତିଲ କରାଯାଇଛି। ଯଦି ଶୋ ’ହୁଏ ତାହେଲେ ଏହାକୁ ବନ୍ଦ କରି ଦିଆଯିବ ବୋଲି ତାଙ୍କୁ ଧମକ ଦିଆଯାଇଥିଲା। ତାଙ୍କର ଶୋ ଏହି ମାସରେ ହେବାକୁ ଯାଉଛି | ଶୋ’ ବାତିଲ ସମ୍ପର୍କରେ ମତରଖି ସେ କହିଥିଲେ ଯେ ୪୫ ଜଣ ଲୋକଙ୍କ ଗୋଟିଏ ସ୍ଥାନରେ ଏକାଠି ହେବା ପାଇଁ ଅନୁମତି ନିଆଯାଇନଥିଲା ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରିବା ଲାଗି ଧମକ ମିଳିଥିଲା। ଯାହାର ଫଳସ୍ୱରୂପ ଶୋ ବାତିଲ ହୋଇଯାଇଥିଲା। ଏନେଇ ଥଟ୍ଟା କରି କୁନାଲ କମରା କହିଥିଲେ ଯେ ମୁଁ ଭାବୁଛି ଯେ ମୁଁ ତାଙ୍କ ପାଇଁ କୋରୋନା ମହାମାରୀର ଏକ ନୂଆ ପ୍ରଜାତି ଭଳି ଦେଖାଯାଉଛି।