ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା
Advertisement
Article Detail0/zeeodisha/odisha848453

ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା

ବିଜେପି ସାଂସଦ ସିନ୍ଧିଆଙ୍କୁ ମିଳିଥିବା ବଙ୍ଗଳା ଦେଢ ଏକର ଜମିରେ ପରିବ୍ୟାପ୍ତ।

ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା

ନୂଆଦିଲ୍ଲୀ: ବହୁ ଦିନ ପରେ ପୂରଣ ହୋଇଛି ମନୋବାଞ୍ଛା। ଶେଷରେ ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିଜ ରାଜ୍ୟ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଠାରେ ମିଳିଛି ସରକାରୀ ବଙ୍ଗଳା। ଯାହାକୁ ପାଇବାକୁ ସେ ଦୀର୍ଘ ୧୮ ବର୍ଷ ଧରି ଅପେକ୍ଷା କରି ରହିଥିଲେ। 

ଭୋପାଳସ୍ଥିତ (Bhopal) ଶ୍ୟାମଲା ହିଲ୍ସ (Shymala Hills) ଠାରେ ଥିବା ବି-୫ ବଙ୍ଗଳା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ (Jyotiraditya Scindia) ଆବଣ୍ଟିତ କରିଛନ୍ତି ମଧ୍ୟ ପ୍ରଦେଶ କ୍ଷମତୀସୀନ ଶିବରାଜ ସରକାର। ସେ ଏବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ (Madhya Pradesh Chief Minister) ଶିବରାଜ ସିଂହ ଚୌହ୍ୱାନ (Shivraj Singh Chouhan) ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ (Former Chief Minister) କମଲନାଥଙ୍କ (Kamalnath) ପଡୋଶୀ ହେବେ। 

Also Read: ନିଜ ଗଡରୁ ସିନ୍ଧିଆ ଗାଏବ!

 

ଏହି ବଙ୍ଗଳା ନିକଟରେ ମଧ୍ୟ ପ୍ରଦେଶ ପରିବହନ ମନ୍ତ୍ରୀ (MP Transport Minister) ଗୋବିନ୍ଦ ସିଂହ ରାଜପୁତ (Govind Singh Rajput) ଏବଂ ସହଯୋଗୀ ତୁଲସୀ ସିଲାବଟ (Tulsi Silawat) ରହିଥିଲେ। ବିଜେପି ସାଂସଦ ସିନ୍ଧିଆଙ୍କୁ ମିଳିଥିବା ବଙ୍ଗଳା ଦେଢ ଏକର ଜମିରେ ପରିବ୍ୟାପ୍ତ। ଯାହା  ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ଦିଗବିଜୟ ସିଂହ (Digvijay Singh) ଏବଂ ବିଜେପି ନେତ୍ରୀ ଉମା ଭାରତୀଙ୍କୁ (Uma Bharti) ମିଳିଥିବା ବଙ୍ଗଳା ଠାରୁ ଆକାରରେ ବଡ।     

Also Read: ସରକାରୀ କର୍ମଚାରୀଙ୍କ ଅବସର ବୟସକୁ ନେଇ ପ୍ରଶ୍ନ ଉଠାଇଲେ କମଲନାଥ; ଜବାବ ଦେଲେ ଶିବରାଜ

 

ଦିଗବିଜୟ ସିଂହ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଭୟେ ରାଜ ପରିବାରର ସଦସ୍ୟ। ଦିଗବିଜୟଙ୍କ ପୂର୍ବଜ ରାଜଗଡ (Rajgarh) ଏବଂ ସିନ୍ଧିଆଙ୍କ ପୂର୍ବଜ ଗ୍ୱାଲିୟର (Gwalior) ରାଜ୍ୟର ଶାସକ ଥିଲେ। 

Also Read: କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ;'ଗରିବ ଓ ଭୋକିଲା ଘରେ ଜନ୍ମ ହୋଇଛନ୍ତି ଶିବରାଜ, କମଲନାଥ ହେଉଛନ୍ତି ଦ୍ୱିତୀୟ ଧନୀ'

 

ରାଜଧାନୀ ଭୋପାଳ ଠାରେ ବଙ୍ଗଳା ମିଳିବାର ୨୪ ଦିନ ପରେ ସେଠାରେ ପହଞ୍ଚଥିଲେ ବିଜେପି ସାଂସଦ ସିନ୍ଧିଆ। ସେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାଭାରତୀଙ୍କ ପଡୋଶୀ ପାଲଟିଛନ୍ତି। ଯିଏକି ବି-୬ ବଙ୍ଗଳାରେ ରହୁଛନ୍ତି। ସେହିପରି ଦିଗବିଜୟ ସିଂହ ବି-୩ ଛାଡି ବି-୧ ବଙ୍ଗଳାରେ ରହୁଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ସିନ୍ଧିଆ ଦିଲ୍ଲୀ ସ୍ଥିତ ସଫଦରଗଞ୍ଜ ରୋଡ ଠାରେ ଥିବା ସରକାରୀ ବାସଭବନ ଛାଡି ଦେଇଥିଲେ।

Also Read: ବିଜେପି ମହାସଚିବଙ୍କ କଟାକ୍ଷ; 'ରାଜ୍ୟ ରାଜନୀତିରେ ଚୁନୁ-ମୁନୁ ହେଉଛନ୍ତି କମଲନାଥ-ଦିଗବିଜୟ'

 

ମଧ୍ୟ ପ୍ରଦେଶର ଗୁନା ଲୋକସଭା ଆସନରୁ ସାଂସଦ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ତୃତୀୟ କାର୍ଯ୍ୟକାଳ ସମୟରେ ରାଜ୍ୟ ରାଜଧାନୀ ଭୋପାଳ ଠାରେ ସରକାରୀ ବଙ୍ଗଳା ମାଗିଥିଲେ। ଏନେଇ ସେ କରିଥିବା ଆବେଦନ ଦୀର୍ଘ ୬ ମାସ ଧରି ପଡିରହିଥିଲା। ଗତ ୨୦୧୮ ବିଧାନସଭା ନିର୍ବାଚନ ଲାଗି ସେ ସେତେବେଳେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ ଅଭିଯାନ ସମିତି ଅଧ୍ୟକ୍ଷ ରହିଥିଲେ। ଏଥିଲାଗି ସେ ଭୋପାଳ ଠାର ନିଜର ନିର୍ବାଚନୀ ଶିବିର ବନାଇବାକୁ ଚାହୁଁଥିଲେ।  

Also Read: 'ମୁଖ୍ୟମନ୍ତ୍ରୀ ଗାଦିରୁ ବିଦା ହେବାପରେ ବିଚଳିତ ହୋଇପଡିଛନ୍ତି କମଲନାଥ'

ନିର୍ବାଚନ ପରେ ରାଜ୍ୟରେ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେବା ପରେ ମଧ୍ୟ ବି-୫ ବଙ୍ଗଳା ମାଗିଥିଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ତାଙ୍କୁ ବଙ୍ଗଳା ମିଳି ପାରିନଥିଲା। ପ୍ରାୟ ୧୮ ବର୍ଷ ପରେ ରାଜ୍ୟ ରାଜଧାନୀରେ ବଙ୍ଗଳା ମିଳିଛି। ଶ୍ୟାମଲା ହିଲ୍ସ ଠାରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ, ଉଦ୍ୟୋଗପତି ରହିଥାନ୍ତି। ଏହା ରାଜଧାନୀ ଭୋପାଳର ଭିଆଇପି ଅଞ୍ଚଳ ଭାବେ ଜଣାଶୁଣା। ଏଠାରେ ବଡ ବଡ ଜଳାଶୟ ରହିଛି।     

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କୁ ବି କିମ୍ବା ସି ପ୍ରକାର ବଙ୍ଗଳା ମିଳିଥାଏ। ଯାହା ୧ରୁ ଦେଢ ଏକର ମଧ୍ୟରେ ନିର୍ମିତ ହୋଇଥାଏ। ବି ପ୍ରକାର ବଙ୍ଗଳା ୧୦୫ଟି ରହିଛି। ଯାହାର ମାସିକ ଭଡା ମୂଲ୍ୟ ୬ ହଜାର ଟଙ୍କା। ସି ପ୍ରକାର ବଙ୍ଗଳା ୬୧ଟି ରହିଛି ଯାହାର ମାସିକିଆ ଭଡା ୪୮୦୦ ଟଙ୍କା। ଏହାର ରକ୍ଷଣାବେକ୍ଷଣ ପାଇଁ ହେଉଥିବା କାର୍ଯ୍ୟରେ ସରକାରୀ ରାଜକୋଷରୁ ବାର୍ଷିକ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।