Munawar Faruqui: ମଧ୍ୟ ପ୍ରଦେଶ ହାଇକୋର୍ଟରେ ଜାମିନ ଆବେଦନ ଖାରଜ
Advertisement

Munawar Faruqui: ମଧ୍ୟ ପ୍ରଦେଶ ହାଇକୋର୍ଟରେ ଜାମିନ ଆବେଦନ ଖାରଜ

ମଧ୍ୟ ପ୍ରଦେଶର ହାଇକୋର୍ଟର ଇନ୍ଦୋର ବେଞ୍ଚ ଠାରେ ଜଷ୍ଟିସ ରୋହିତ ଆର୍ଯ୍ୟ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। 

Munawar Faruqui: ମଧ୍ୟ ପ୍ରଦେଶ ହାଇକୋର୍ଟରେ ଜାମିନ ଆବେଦନ ଖାରଜ

ଭୋପାଳ: ହିନ୍ଦୁ ଦେବାଦେବୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ବନ୍ଧା ହୋଇଥିବା କମେଡିୟାନ ମୁନୱର ଫାରୁକିଙ୍କୁ ପୁଣି ଅଦାଲତରୁ ମିଳିଛି ଝଟକା। ଗୁରୁବାର ଫାରୁକିଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ନଳିନୀ ଯାଦବଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ମଧ୍ୟ ପ୍ରଦେଶ ହାଇକୋର୍ଟ।           

ମଧ୍ୟ ପ୍ରଦେଶର ଏକଲବ୍ୟ ସିଂହ ନାମକ ଜଣେ ଅବେଦନକାରୀଙ୍କ ଅଭିଯୋଗକ୍ରମେ ପୋଲିସ ମୁନୱର ଫାରୁକି ଏବଂ ନଳିନୀ ଯାଦବଙ୍କୁ ଚଳିତ ମାସ ୧ ତାରିଖ ନୂଆ ବର୍ଷ ଅବସରରେ ଗିରଫ କରିଥିଲା। ଗିରଫଦାରୀ ଉଭୟେ ଏବେ ନ୍ୟାୟିକ ହେପାଜତରେ ରହିବା ସହ ଇନ୍ଦୋରସ୍ଥିତ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଅଛନ୍ତି।      

ମଧ୍ୟ ପ୍ରଦେଶର ହାଇକୋର୍ଟର ଇନ୍ଦୋର ବେଞ୍ଚ ଠାରେ ଜଷ୍ଟିସ ରୋହିତ ଆର୍ଯ୍ୟ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଏନେଇ କୋର୍ଟଙ୍କ ପକ୍ଷରୁ କୁହଯାଇଥିଲା ଏ ମାମଲାରେ ମିଳିଥିବା ସାମଗ୍ରୀ, ସାକ୍ଷୀଙ୍କ ବୟାନ, ପୋଲିସ ଯାଞ୍ଚ ଆଧାରରେ ବର୍ତ୍ତମାନ ଉଭୟଙ୍କୁ ଜାମିନ ଦେବା ସମ୍ଭବ ନୁହେଁ।        

Also Read: Drug Case:କମେଡିୟାନ ଭାରତୀ ସିଂହଙ୍କୁ ବାନ୍ଧିଲା ଏନସିବି

 

ଏ ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ପକ୍ଷରୁ କୁହାଯାଇଛି ଏକଲବ୍ୟ ସିଂହଙ୍କ ଅଭିଯୋଗ କ୍ରମେ ମୁନୱର ଫାରୁକି ଏବଂ ସେ ଯୋଗ ଦେଇଥିବା ଏକ ହାସ୍ୟ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ୪ ଲୋକଙ୍କ ବିରୁଦ୍ଧରେ ତୁକେଗଞ୍ଜ ଥାନାରେ ମାମଲା ଦାଏର ହୋଇଥିଲା। 

ନୂଆ ବର୍ଷ ସନ୍ଧ୍ୟାରେ ଇନ୍ଦୋର ସହରରେ ଅବସ୍ଥିତ ଏକ କାଫେରେ ଆୟୋଜିତ ଏହି ହାସ୍ୟ କାର୍ଯ୍ୟକ୍ରମରେ ହିନ୍ଦୁ ଦେବାଦେବୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୋଧ୍ରା କାଣ୍ଡ ଘଟଣା ସମ୍ପର୍କରେ ବିବାଦୀୟ ବୟାନବାଜି କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ ଅଭିଯୋଗକାରୀ ଏକଲବ୍ୟ ସିଂହ।    

ନିଜେ ଅଭିଯୋଗକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହେଲେ କାର୍ଯ୍ୟକ୍ରମରେ ବିବାଦୀୟ ବୟାନବାଜି କରାଯିବା ପରେ ସେ ଏହାକୁ ବିରୋଧ କରିଥିଲେ। ପରେ ହାସ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇ ଫାରୁକିଙ୍କୁ ସମେତ ମୋଟ ୫ ଲୋକଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।   ପୋଲିସ ଅଧିକାରୀ କହିଛନ୍ତି ଏହି ୫ ଜଣଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା 295-ଏ ଏବଂ ବିବାଦୀୟ କାର୍ଯ୍ୟକ୍ରମ ପାଇଁ ଅନ୍ୟାନ୍ୟ ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ଗିରଫ କରାଯାଇଛି। ପରେ ଏହି କାର୍ଯ୍ୟକ୍ରମ ଆୟୋଜନରେ ସମ୍ପୃକ୍ତ ଥିବାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।