ଗଦ୍ଦାର କହିବାକୁ ନେଇ ତାତି ଉଠିଲେ ମହାରାଜା, ରାଜାଙ୍କୁ ଦେଲ ଏପରି ଜବାବ
Advertisement
Article Detail0/zeeodisha/odisha1042148

ଗଦ୍ଦାର କହିବାକୁ ନେଇ ତାତି ଉଠିଲେ ମହାରାଜା, ରାଜାଙ୍କୁ ଦେଲ ଏପରି ଜବାବ

ଇତିହାସ ବିଶ୍ୱାସଘାତକ କିମ୍ବା ଗଦ୍ଦାରଙ୍କୁ କେବେ କ୍ଷମା କରିବ ନାହିଁ। 

ଗଦ୍ଦାର କହିବାକୁ ନେଇ ତାତି ଉଠିଲେ ମହାରାଜା, ରାଜାଙ୍କୁ ଦେଲ ଏପରି ଜବାବ

ଭୋପାଳ: ଗଦ୍ଦାର କହିବାକୁ ନେଇ ତାତି ଉଠିଛନ୍ତି ଗ୍ୱାଲିୟର ମହାରାଜା ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏ ପ୍ରସଙ୍ଗରେ ସେ ରାଜଗଡ଼ ରାଜା ତଥା ବରିଷ୍ଠ କଂଗ୍ରେସ ଦିଗବିଜୟ ସିଂହଙ୍କୁ ଦେଇଛନ୍ତି ଜବାବ। ନିକଟରେ ଦିଗବିଜୟ ସିଂହ ସିନ୍ଧିଆଙ୍କୁ କଥିତ ରୂପେ ଗଦ୍ଦାର କହିଥିଲେ। ଆଉ ଏହାର ଜବାବ ଦେଇ ସିନ୍ଧିଆ କହିଥିଲେ ସେ ଦିଗବିଜୟ ସିଂହଙ୍କ ସ୍ତରକୁ ଯିବା ପାଇଁ ଚାହୁଁନାହାଁନ୍ତି।

ଗଦ୍ଦାର କହିବା ପ୍ରସଙ୍ଗରେ ଦିଗବିଜୟ ସିଂହଙ୍କୁ ପାଲଟା ଜବାବ ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେଉଁ ଲୋକ ଓସାମା ବିନ ଲାଦେନ ଭଳି ଆତଙ୍କବାଦୀକୁ ଓସାମା ଜୀ ବୋଲି କହନ୍ତି, ଯିଏ କଂଗ୍ରେସ ସରକାର ଆସିଲେ ପୁନଃର୍ବାର ୩୭୦ ଧାରା ଲାଗୁ କରାଯିବ ବୋଲି କୁହନ୍ତି ସେଭଳି ଲୋକଙ୍କ କ'ଣ କୁହାଯାଇ ପାରିବ। କୌଣସି ଉପରେ ଥିବା କ୍ରୋଧକୁ ସେ ଅନ୍ୟ କାହା ଉପରେ ଶୁଝାଉଛନ୍ତି। 

Also Read: BJP ପୋଷ୍ଟରରେ Congress ନେତାଙ୍କ ଫଟୋ; ସରଗରମ ରାଜ୍ୟ ରାଜନୀତି

ନିକଟରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ଦିଗବିଜୟ ସିଂହ କହିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମେ କଂଗ୍ରେସ ଦଳର ଫାଇଦା ଉଠାଇ ପରେ ବିଜେପି ଚାଲିଯାଇଥିଲେ। ଅର୍ଥ ବଳରେ ସେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିଲା। ଇତିହାସ ବିଶ୍ୱାସଘାତକ କିମ୍ବା ଗଦ୍ଦାରଙ୍କୁ କେବେ କ୍ଷମା କରିବ ନାହିଁ। ଭବିଷ୍ୟତର ପିଢି ସେମାନଙ୍କ ବିଶ୍ୱାସ ଘାତକତାକୁ ମନେ ରଖିବେ। 

ଯେବେ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ କଥା ଉଠିଥାଏ ସେତେବେଳେ ସିନ୍ଧିଆ ପରିବାରର ନାଁ ଆସିଥାଏ। ଯଦି ପାନିପତ ଯୁଦ୍ଧ ସମୟରେ ସିନ୍ଧିଆ ରାଜା ସେତେବେଳେ ଦେଶର ଅନ୍ୟ ହିନ୍ଦୁ ଶାସକଙ୍କ ସମର୍ଥନ କରିଥାନ୍ତେ ତାହେଲେ ଏହି ଲଢେଇରେ ବିଦେଶୀ ଶାସକ ଅହମ୍ମଦ ଶାହା ଆବ୍ଦାଲୀ ପରାସ୍ତ ହୋଇଥାନ୍ତା। ଯଦି ଦଳ ସହ ବିଶ୍ୱାସ ଘାତକତା କରିନଥାନ୍ତେ ତାହେଲେ ମଧ୍ୟ ପ୍ରଦେଶରେ ବର୍ତ୍ତମାନ ମଧ୍ୟ କଂଗ୍ରେସ ସରକାର ଶାସନ ଚାଲିଥାନ୍ତା। ଦଳ ଛାଡି଼ବା ପାଇଁ କଂଗ୍ରେସ ବିଧାୟକଙ୍କୁ ସିନ୍ଧିଆ ୨୫ କୋଟି ଟଙ୍କା ଦେଇଥିଲେ।  

Also Read: ମନୋବାଞ୍ଛା ହେଲା ପୂରଣ; ଶତ୍ରୁତାକୁ ଭୁଲି ପୁଣି ଏକାଠି ହେବେ ରାଜା-ମହାରାଜା

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୁଦ୍ଧରେ ଦିଗବିଜୟ ସିଂହ ଆଣିଥିବା ଅଭିଯୋଗକୁ ନେଇ ସରଗରମ ହୋଇଉଠିଛି ମଧ୍ୟ ପ୍ରଦେଶ ରାଜନୀତି। ହେଲେ ନିଜ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି ସିନ୍ଧିଆ।