'କଂଗ୍ରେସକୁ ଆବଶ୍ୟକ ନାହିଁ ଶତ୍ରୁ; ଦଳକୁ ଶେଷ କରି ଦେବେ ଜଣେ ଦଳୀୟ ନେତା'
Advertisement
Article Detail0/zeeodisha/odisha1071773

'କଂଗ୍ରେସକୁ ଆବଶ୍ୟକ ନାହିଁ ଶତ୍ରୁ; ଦଳକୁ ଶେଷ କରି ଦେବେ ଜଣେ ଦଳୀୟ ନେତା'

କୌଣସି ଦଳ କଂଗ୍ରେସକୁ ଶେଷ କରିପାରିବ ନାହିଁ। ଦଳୀୟ ନେତା ହିଁ ଦଳକୁ ନିଶ୍ଚିହ୍ନ କରିଦେବେ।

'କଂଗ୍ରେସକୁ ଆବଶ୍ୟକ ନାହିଁ ଶତ୍ରୁ; ଦଳକୁ ଶେଷ କରି ଦେବେ ଜଣେ ଦଳୀୟ ନେତା'

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ୨୦୨୨ ଲାଗି ତାରିଖ ଘୋଷଣା ହେବା ପରେ ସରଗରମ ହେବାରେ ଲାଗିଛି ପଞ୍ଜାବ ରାଜନୀତି। ଏହି ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାସୀନ ଶାସକ କଂଗ୍ରେସରେ ଆରମ୍ଭ ହୋଇଥିବା ଦଳୀୟ କନ୍ଦଳକୁ ନେଇ ଏକ  ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ।   

ଏନେଇ ସେ କହିଛନ୍ତି କଂଗ୍ରେସକୁ ଶେଷ କରିବା ପାଇଁ ଶତ୍ରୁଙ୍କ ଆବଶ୍ୟକ ନାହିଁ ଦଳୀୟ ନେତା ଯଥେଷ୍ଟ। କୌଣସି ଦଳ କଂଗ୍ରେସକୁ ଶେଷ କରିପାରିବ ନାହିଁ। ଦଳର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ କଂଗ୍ରେସକୁ ନିଶ୍ଚିହ୍ନ କରିଦେବେ।

Also Read: ବିଏସପି ହେଉଛି ଅକାଳୀ ଦଳର ଗୁଲାମ; ଆପ୍ ହେଉଛି ଇଷ୍ଟ ଇଣ୍ଡିଆ କମ୍ପାନୀ: ମୁଖ୍ୟମନ୍ତ୍ରୀ ଚନ୍ନୀ

ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମତ ରଖି ସୁଖବୀର ସିଂହ ବାଦଲ କହିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚାନ୍ନୀଙ୍କ ଭାଗ୍ୟୋଦୟ ହୋଇଯାଇଛି। ଏନେଇ ସେ କହିଛନ୍ତି ଯେ ରାଜ୍ୟର ଲୋକେ ଅତ୍ୟନ୍ତ ସ୍ପଷ୍ଟ ଏବଂ କେବଳ ଗୋଟିଏ ଦଳ ଅକାଳୀ ଦଳ ଉପରେ ସେମାନଙ୍କ ବିଶ୍ୱାସ ରହିଛି। ଅନ୍ୟ ଦଳରେ କଳହ ଲାଗି ରହିଛି ହେଲେ ରାଜ୍ୟବାସୀ ସ୍ଥିର ସରକାର ଚାହୁଁଛନ୍ତି ବୋଲି କହିଛନ୍ତି ଶିରୋମଣି ଅକାଳୀ ଦଳ ନେତା।

ପଞ୍ଜାବ ସରକାର ଜଣେ ଅଯୋଗ୍ୟ ଡିଜିପି ନିଯୁକ୍ତ କରିଛନ୍ତି ଏବଂ ବାଦଲଙ୍କ ଉପରେ ବଳ ପ୍ରୟୋଗ କରିବାକୁ କୁହାଯାଇଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପୋଲିସ ବାହିନୀକୁ ୫ ବର୍ଷ ପଚାରିବେ ନାହିଁ ତାହେଲେ ସେମାନେ କେଉଁ କାମ କରିବେ।

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ବାଦଲ କହିଛନ୍ତି ଯେ ସିଦ୍ଧୁ ଜଣେ ମାନସିକ ବ୍ୟକ୍ତି। ସେ କିଛି ଦିନ ମଧ୍ୟରେ ପୁରା ଦଳକୁ ଶେଷ କରିଦେବେ। ଯେପର୍ଯ୍ୟନ୍ତ କଂଗ୍ରେସରେ ସିଦ୍ଧୁ ଅଛନ୍ତି ସେପର୍ଯ୍ୟନ୍ତ ସେମାନଙ୍କର ଶତ୍ରୁ ଦରକାର ନାହିଁ। ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ଉପରେ ମତ ରଖି ବାଦଲ କହିଛନ୍ତି ଯେ ତାଙ୍କର ଭାଗ୍ୟୋଦୟ ହୋଇଛି ଏବଂ ସେ ପ୍ରତି ଘଣ୍ଟାରେ ଉପଭୋଗ କରୁଛନ୍ତି।

Also Read: ଚନ୍ନୀ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଲୋକଙ୍କୁ ଶୌଚାଳୟରେ ଭେଟନ୍ତି: ଅରବିନ୍ଦ କେଜ୍ରିୱାଲ

ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ବାଦଲ କହିଛନ୍ତି ସେ ହେଲିକ୍ୟାପ୍ଟରରେ ଶୋଉଛନ୍ତି। ସେ କେବଳ ଘୋଷଣା କରିବା ଜାରି ରଖିଛନ୍ତି। ପଞ୍ଜାବ ହେଉଛି ଏକ ସୀମାନ୍ତ ରାଜ୍ୟ ଏବଂ ଏଠାରେ ଜଣେ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଆବଶ୍ୟକ ଯିଏ ରାଜ୍ୟକୁ ଏକ ଭଲ ସରକାର ଦେଇପାରିବେ।