ନୂଆଦିଲ୍ଲୀ: ଗତ ଏପ୍ରିଲ ୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି କେରଳ ବିଧାନସଭା ନିର୍ବାଚନ ୨୦୨୧। ଏଥରର ନିର୍ବାଚନରେ ରାଜ୍ୟରେ ସିପିଏମ ନେତୃତ୍ୱାଧିନ ଏଲଡିଏଫ, କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ, ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହୋଇଛି। ଏହି ନିର୍ବାଚନରେ କିଏ ବାଜିମାତ କରୁଛି ତାହା ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବାକୁ ଯାଉଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା କେରଳ ବିଧାନସଭା ନିର୍ବାଚନରେ (Kerala Legislative Assembly Election 2021) ଶାସକ ସିପିଏମ (CPM) ନେତୃତ୍ୱାଧିନ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ-ଏଲଡିଏଫ (Left Democratic Front-Kerala) ମେଣ୍ଟର ନେତୃତ୍ୱ ନେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ (CM Pinarayi Vijayan)।


Also Read: Metro Man ହେବେ କେରଳ ମୁଖ୍ୟମନ୍ତ୍ରୀ ଚେହେରା


ନିର୍ବାଚନରେ ଦଳର ନେତୃତ୍ୱ ନେଇଥିବାରୁ କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଦଳୀୟ 'କ୍ୟାପଟେନ' (Captain) ଭାବେ ସମ୍ବୋଧିତ କରିଥିଲେ ସିପିଏମ ସମର୍ଥକ। ହେଲେ ସହଜେ ଗ୍ରହଣ କରିପାରି ନାହାଁନ୍ତି ଦଳର ଅନ୍ୟନେତା। ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଦଳୀୟ କ୍ୟାପଟେନ ଭାବେ ସମ୍ବୋଧିତ କରିଥିଲେ। ତାଙ୍କୁ ସ୍ୱାଗତ କରିବାକୁ ଯାଇ "ଏଠାରେ ଅଛନ୍ତି କେରଳ କ୍ୟାପଟେନ", "ଏପରି କ୍ୟାପଟେନ ଯିଏ ସଂକଟ ସମୟରେ ଦଳର ନେତୃତ୍ୱ ନେଉଥିଲେ" ପ୍ରଭୃତି ନାରାବାଜି କରି ତାଙ୍କୁ ସ୍ୱାଗତ କରୁଥିଲେ। 


ନିର୍ବାଚନ ସମୟରେ ଏପରି ନାରାବାଜି କରିବାକୁ ନେଇ ଦଳର ସୃଷ୍ଟି ହୋଇଛି ବିବାଦ। ଯାହାକୁ ନେଇ ସରଗରମ ହୋଇଉଠିଛି କେରଳ ରାଜନୀତି। ଏନେଇ ପ୍ରତିକ୍ରିୟା ରଖି ରାଜନୈତିକ ସମୀକ୍ଷକ କହିଛନ୍ତି ସିପିଏମ ଭଳି ବାମପନ୍ଥୀ ଦଳରେ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରିବା ଭଳି ପରମ୍ପରା ନାହିଁ। ନିର୍ବାଚନ ସମୟରେ ଦଳର ଜଣେ ନିର୍ଦ୍ଧିଷ୍ଟ ନେତାଙ୍କ ସମର୍ଥନରେ ନାରାବାଜି କରିବା ବ୍ୟକ୍ତିବିଶେଷଙ୍କ ପୂଜା ସହ ସମାନ।    


Also Read: କେରଳ ନିର୍ବାଚନ: ମାତ୍ର ଗୋଟିଏ ଭୋଟ ବଦଳାଇଲା ଭାଗ୍ୟ


 


ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବରିଷ୍ଠ ସିପିଏମ ନେତା କୋଦିୟାରୀ ବାଳକୃଷ୍ଣନ କହିଛନ୍ତି କ୍ୟାପଟେନ ଭଳି ସମ୍ବୋଧନ ଲୋକଙ୍କ ପକ୍ଷରୁ କରାଯାଉଛି। ଆମ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ହେଉଛନ୍ତି କମ୍ରେଡ। ଏହି ନାରା କୌଣସି ଲୋକ ନୁହେଁ ବରଂ ଦଳ ଏବଂ ବାମମୋର୍ଚ୍ଚ ମେଣ୍ଟ ସପକ୍ଷରେ କରାଯାଉଛି। 


ଶନିବାର ଏକ ଫେସବୁକ ପୋଷ୍ଟ କରି ଅନ୍ୟତମ ସିପିଏମ ନେତା ପି.ଜୟରାଜନ କହିଥିଲେ କିଛି ଲୋକ ନିଜ ପ୍ରେମ ଦେଖାଇବା ଲାଗି ଗୀତ ଲେଖୁଛନ୍ତି କିମ୍ବା ଫଟୋ ସେୟାର କରୁଛନ୍ତି କିମ୍ବା ଟାଟୁ କରୁଛନ୍ତି।  ଏ ମାମଲାରେ ସେ ଦଳୀୟ ନେତୃବୃନ୍ଦ ଏବଂ ପିନରାୟୀ ବିଜୟନଙ୍କୁ ଟାର୍ଗେଟ କରିଥିଲେ।     


Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ


ଏହା ଉପରେ ପ୍ରତିକ୍ରିୟା ରଖି ରବିବାର କେରଳ ମୁଖ୍ୟମନ୍ତ୍ରୀ କହିଥିଲେ ଜୟରାଜନ କରିଥିବା ପୋଷ୍ଟରେ କୌଣସି ଶବ୍ଦ କିମ୍ବା ବାକ୍ୟ ଭୁଲ ନାହିଁ। ସେ ଦଳ ବିରୁଦ୍ଧରେ କୌଣସି ବୟାନବାଜି କରିନାହାଁନ୍ତି ବରଂ ଉପଯୁକ୍ତ ଢଙ୍ଗରେ ଦଳର ଆଭିମୁଖ୍ୟ ବାବଦରେ ସ୍ପଷ୍ଟ ମତାମତ ରଖିଛନ୍ତି। ହେଲେ ଗଣମାଧ୍ୟମ ତାଙ୍କ ପୋଷ୍ଚ ଉପରେ ଅତିରଞ୍ଜିତ କରିବା ଭଳି ଖବର ପ୍ରସାରଣ କରୁଛି।  


ଅନ୍ୟପଟେ ସିପିଏମ କାର୍ଯ୍ୟକାରୀ ସଚିବ ଏ.ବିଜୟରାଘବନ କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ କ୍ୟାପଟେନ ଭାବେ ପ୍ରଦର୍ଶନ କରିବା ହେଉଛି ସ୍ୱାଭାବିକ କଥା। ବିଗତ ୫ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ହୋଇଥିବା କାମ ହେଉଛି ତାଙ୍କର ପରିଚୟ। ମୁଖ୍ୟମନ୍ତ୍ରୀଙ୍କୁ ଦଳ 'କ୍ୟାପ୍ଟେନ' ନୁହେଁ 'କମ୍ରେଡ' ବୋଲି କହିଛି। 


Also Read: 'ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ବେଶୀ ଆଗ୍ରହୀ'


ଶାସକ ଏଲଡିଏଫ ମେଣ୍ଟରେ 'କ୍ୟାପ୍ଟେନ' ପଦକୁ ନେଇ ଚାଲିଥିବା ବିବାଦରେ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧି କେରଳ କଂଗ୍ରେସ ସଭାପତି ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ। ଏନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ହେଉଛନ୍ତି ଏକ ବୁଡିଯାଉଥିବା ଜାହାଜର 'କ୍ୟାପ୍ଟେନ'।