ବିଜେପିରେ ଶ୍ରୀଧରନଙ୍କ ଯୋଗଦାନ ରାଜ୍ୟରେ ଦଳକୁ ଶକ୍ତି ଦେଇପାରେ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି କେରଳ ବିଧାନସଭା ନିର୍ବାଚନ। ସମୟ ପାଖେଇ ଆସୁଥିବାରୁ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହିକ୍ରମରେ ସାମ୍ମାକୁ ଆସିଛନ୍ତି ଏକ ଜାତୀୟ ଦଳର ମୁଖ୍ୟମନ୍ତ୍ରୀ ଚେହେରା।
କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି-ବିଜେପି (Bharatiya Janata Party-BJP) ଲାଗି ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଛି ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା କେରଳ ବିଧାନସଭା ନିର୍ବାଚନ (Kerala Assembly Election 2021)। ପ୍ରତିଷ୍ଠା ହେବା ଦିନ ଠାରୁ ଏହି ଦାକ୍ଷିଣାତ୍ୟ ରାଜ୍ୟରେ ଥରେ ହେଲେ ମଧ୍ୟ ସରକାର ଗଠନ କରିପାରିନାହିଁ ଗୈରିକ ଦଳ ବିଜେପି (Saffron Party BJP)।
Also Read: Metro Man in BJP: ପେବୃଆରୀ ୨୧ ତାରିଖରେ ନେବେ ସଦସ୍ୟତା
ଗତ ୨୦୧୪ ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଠନ କରିଥିବା ବିଜେପି ୨୦୧୬ କେରଳ ବିଧାନସଭା ନିର୍ବାଚନରେ ସେପରି କୌଣସି ଆଖିଦୃଶିଆ ସଫଳତା ପାଇନଥିଲା। ହେଲେ ଚଳିତ ଥରର ନିର୍ବାଚନରେ ବାଜିମାତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ।
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗିପଡିଛି କେରଳ ରାଜ୍ୟ ଶାଖା ସହ କେନ୍ଦ୍ରୀୟ ବିଜେପି। ଏଥିଲାଗି ବିଭିନ୍ନ ବର୍ଗର ଲୋକଙ୍କୁ ଦଳରେ ସାମିଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏହିକ୍ରମରେ ଆସନ୍ତା ୨୫ ତାରିଖରେ ସାମିଲ ହେବାକୁ ଯାଉଛନ୍ତି ଦେଶରେ ମେଟ୍ରୋ ମ୍ୟାନ ଭାବେ ଜଣାଶୁଣା ଶ୍ରୀଧରନ (Mertro Man Shreedharan)।
Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ
ଚଳିତ ବିଧାନସଭା ନିର୍ବାଚନ ୨୦୨୧ ଉପରେ ପ୍ରତିକ୍ରିୟା ରଖି ଶ୍ରୀଧରନ କହିଛନ୍ତି ବିଜେପିକୁ କେରଳରେ କ୍ଷମତାସୀନ କରିବା ହେଉଛି ମୋର ମୂଳ ଲକ୍ଷ୍ୟ। ଯଦି ଦଳ ନିର୍ବାଚନରେ ବାଜିମାତ କରେ ତାହଲେ ମୁଁ କେରଳ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ। ରାଜ୍ୟରେ ଭିତ୍ତିଭୂମିକୁ ବିକଶିତ କରାଯିବା ସହ କେରଳକୁ ଋଣମୁକ୍ତ କରାଯିବ।
ଯଦି ଦଳ ଚାହିଁବ ତାହେଲେ ମୁଁ ବିଧାନସଭା ନିର୍ବାଚନ ଲଢିବି। ଯଦି ମୋତେ ଦଳୀୟ ନିର୍ଦ୍ଦେଶ ମିଳେ ତାହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ଶ୍ରୀଧରନ। ରାଜ୍ୟପାଳ ପଦ ଗ୍ରହଣ କରିବାକୁ ମୁଁ ଆଗ୍ରହୀ ନୁହେଁ। ଏହା ଏକ ସାମ୍ବିଧାନିକ ପଦବୀ ଏବଂ ଏହାର କୌଣସି ଶକ୍ତି ନାହିଁ। ଏହି ପଦବୀରେ ରହି ରାଜ୍ୟର ବିକାଶରେ କୌଣସି ସକରାତ୍ମକ ଯୋଗଦାନ କରିପାରିବେ ନାହିଁ। ମୋର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେରଳରେ ବିଜେପିକୁ କ୍ଷମତାକୁ ଆଣିବା। ଯଦି ଦଳ ଏଠାରେ ନିର୍ବାଚନରେ ଜିତେ ତାହେଲେ ଏପରି ୩-୪ କ୍ଷେତ୍ର ରହିବ ଯାହାକୁ ଆମେ ଧ୍ୟାନ ଦେବାକୁ ଚାହୁଁଛୁ। ଏଥିରେ ଭିତ୍ତିଭୂମି ବିକାଶ ଏବଂ ରାଜ୍ୟାରେ ଶିଳ୍ପୟନ କରିବା ଧ୍ୟାନ ଦିଆଯିବ।
Also Read: Fish Farming: ରାହୁଲ ଗାନ୍ଧୀଙ୍କୁ ବିଦେଶୀ ଭାଷାରେ ଜବାବ ଦେଲେ ଗିରିରାଜ ସିଂହ
କେରଳର ପୋନାଲି ଠାରେ ରହୁଥିବା ଶ୍ରୀଧରନ୍ କହିଛନ୍ତି ଋଣ ଜାଲରେ ଫସି ରହିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଅର୍ଥ ଆୟୋଗ ମଧ୍ୟ ଗଠନ କରାଯିବ। ଆଜି କେରଳ ଋଣ ଜାଲରେ ଫସି ରହିଛି। ଏବେ ପ୍ରତ୍ୟେକ ମାଲାୟାଲୀଙ୍କ ମୁଣ୍ଡ ଉପରେ ୧.୨ ଲକ୍ଷ ଟଙ୍କା ଋଣ ଅଛି। ଏହାର ଅର୍ଥ ହେଉଛି ଯେ ଆମେ ଦେବାଳିଆ ହେବାକୁ ଯାଉଛୁ ଏବଂ ସରକାର ତଥାପି ଋଣ ନେଉଛନ୍ତି। ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଆବଶ୍ୟକ ଏବଂ ଆମେ ଏହାର ସମାଧାନ ଖୋଜିବୁ ବୋଲି ସେ କହିଛନ୍ତି।
ବିଜେପିରେ ଶ୍ରୀଧରନଙ୍କ ଯୋଗଦାନ ରାଜ୍ୟରେ ଦଳକୁ ଶକ୍ତି ଦେଇପାରେ। ଗତ କିଛି ବର୍ଷ ଧରି ବାମପନ୍ଥୀ (Leftist) ଗଣତାନ୍ତ୍ରିକ ମୋର୍ଚ୍ଚା-ଏଲଡିଏଫ (Left Democratic Front-LDF) ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ-ୟୁଡିଏଫ (United Democratic Front-UDF) ଦ୍ୱାରା ରାଜ୍ୟ ଶାସିତ ହୋଇଆସୁଛି। ଶ୍ରୀଧରନ୍ କହିଛନ୍ତି ଯଦି ବିଜେପି ଚାହୁଁଛି ତାହେଲେ ମୁଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଦଳ ଯଦି କ୍ଷମତାକୁ ଆସେ ତାହେଲେ ମୁଁ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି। ମୁଁ ଆପଣଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯଦି ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ନକରେ ତାହେଲେ ସେ ରାଜ୍ୟର ବିକାଶ ଲାଗି କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି ମେଟ୍ରୋ ମ୍ୟାନ ଶ୍ରୀଧରନ।
Also Read: 'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'
ଚଳିତ ମାସ ୨୫ ତାରିଖରେ ଶ୍ରୀଧରନ୍ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ ବୋଲି ଆଶା କରାଯାଉଛି। ସେ କାହିଁକି ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପଚରାଯାଇଥିବା ବେଳେ ଶ୍ରୀଧରନ୍ କହିଛନ୍ତି ସେ ଚାହୁଁଛନ୍ତି ଯେ କେରଳର ଲୋକ ଉପକୃତ ହୁଅନ୍ତୁ କାରଣ ଉଭୟ ୟୁଡିଏଫ-ଏଲଡିଏଫ ରାଜ୍ୟର ପ୍ରକୃତ ବିକାଶରେ ସକ୍ଷମ ନୁହଁନ୍ତି। ଭିନ୍ନ ଏକ କାରଣ ପାଇଁ ମୁଁ ବିଜେପି ବାଛିଛି। କେରଳରେ ଉଭୟ ମେଣ୍ଟ ସରକାର ପାଳି କରି ରାଜ୍ୟରେ କ୍ଷମତାସୀନ ହୋଇଛନ୍ତି। ସେମାନେ ରାଜ୍ୟର ପ୍ରକୃତ ବିକାଶ କରିବାରେ ସକ୍ଷମ ହୋଇନାହାଁନ୍ତି। ବିଗତ ୨୦ ବର୍ଷ ମଧ୍ୟରେ ଗୋଟିଏ ଶିଳ୍ପ ରାଜ୍ୟରେ ପ୍ରତିଷ୍ଠା ହୋଇନାହିଁ। ବିଭିନ୍ନ ସମୟରେ ରାଜ୍ୟ-କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଚାଲୁଛି। ଯାହାର ଫଳସ୍ୱରୂପ ବିକାଶ କାର୍ଯ୍ୟୟ ପ୍ରଭାବିତ ହେଉଛି। ଯଦି କେରଳରେ ବିଜେପି କ୍ଷମତାକୁ ଆସେ ତେହେଲେ କେନ୍ଦ୍ର ସରକାରଙ୍କ ସହ ଏକ ଭଲ ସମ୍ପର୍କ ଗଠନ ହେବ। ମେଟ୍ରୋ ମ୍ୟାନ ଶ୍ରୀଧରନ୍ କେରଳର ଏକ ସେତୁ ନିର୍ମାଣ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଏହି ମାସ ଶେଷରେ ସେ ବୃତ୍ତିଗତ ଦାୟିତ୍ୱରୁ ମୁକ୍ତି ପାଇବେ।