କେରଳର କୋଚ୍ଚିସ୍ଥିତ ନର୍ଥ ଆଇଲ୍ୟାଣ୍ଡ ୱାର୍ଡର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଠି ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସର ମେୟର ପ୍ରାର୍ଥୀ ଏନ.ବେଣୁଗୋପାଳ ତାଙ୍କର ବିଜେପି ପ୍ରତିଦ୍ୱନ୍ଦ୍ୱୀଙ୍କ ପାଖରୁ ମାତ୍ର ଗୋଟିଏ ଭୋଟର ପରାସ୍ତ ହୋଇଛନ୍ତି।
Trending Photos
କୋଚ୍ଚି: ଦାକ୍ଷିଣାତ୍ୟ ରାଜ୍ୟ କେରଳରେ (Kerala) ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନରେ ଶାସକ ସିପିଏମ (CPM) ନେତୃତ୍ୱାଧିନ ବାମଦଳଙ୍କୁ (Left Party) ନେଇ ଗଠିଚ ଲେଫ୍ଟ ଡେମାକ୍ରାଟିକ ଫ୍ରଣ୍ଟ-ଏଲଡିଏଫ (Left Democratic Front-LDF) ମେଣ୍ଟକୁ ମିଳିଛି ଜବରଦସ୍ତ ସଫଳତା। ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଆସନରେ ବସିଥିବା କଂଗ୍ରେସ ନେତୃତ୍ୱାଧିନ ୟୁନାଇଟେଡ ଡେମୋକ୍ରାଟି ଫ୍ରଣ୍ଟ-ୟୁଡିଏଫ (United Democratic Front-UDF) ମେଣ୍ଟ ଏହି ନିର୍ବାଚନରେ ଦ୍ୱିତୀୟ ଏବଂ ବିଜେପି ନେତୃତ୍ୱାଧିନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ (NDA-National Democratic Alliance) ମେଣ୍ଟ ତୃତୀୟ ସ୍ଥାନରେ ରହିଛନ୍ତି।
"It was a sure seat. I can't say what happened. There was no problem in the party. There was a problem with the voting machine. That may be the reason for BJP's victory. I've not decided to go to court with voting machine issue so far. Will check what happened exactly," he says https://t.co/02aR4FxfIl pic.twitter.com/2pQHZ0j5JX
— ANI (@ANI) December 16, 2020
ଏହି ନିର୍ବାଚନରେ ଏକ ଆଶ୍ଚର୍ଯ୍ୟପ୍ରଦ ଘଟଣା ଦେଖିବାକୁ ମିଳିଛି। ରାଜ୍ୟର କୋଚ୍ଚିସ୍ଥିତ (Kochi) ନର୍ଥ ଆଇଲ୍ୟାଣ୍ଡ (North Island) ୱାର୍ଡର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଠି ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସର ମେୟର ପ୍ରାର୍ଥୀ ଏନ.ବେଣୁଗୋପାଳ ତାଙ୍କର ବିଜେପି ପ୍ରତିଦ୍ୱନ୍ଦ୍ୱୀଙ୍କ ପାଖରୁ ମାତ୍ର ଗୋଟିଏ ଭୋଟର ପରାସ୍ତ ହୋଇଛନ୍ତି।
Latest trends of the #Kerala local body poll results:
Gram Panchayats-941
LDF -522
UDF -363
NDA-23
Others-32Block Panchayats-152
LDF-108
UDF-44District Panchayats-14
LDF-10
UDF-4Municipality-86
LDF-35
UDF-45
NDA -2
Others -4Corporations- 6
LDF-3
UDF-3— ANI (@ANI) December 16, 2020
ନିର୍ବାଚନରେଲ ସହଜେ ଗ୍ରହଣ କରିପାରିନାହାଁନ୍ତି କଂଗ୍ରେସ ପ୍ରାର୍ଥୀ। ପରାଜୟ ଲାଗି ସେ ଇଭିଏମକୁ (EVM) ଦାୟୀ କରିଛନ୍ତି। ଏନେଇ କଂଗ୍ରେସ ପ୍ରାର୍ଥୀ କହିଛନ୍ତି ଏହା ଏକ ଜିତିଥିବା ଆସନ ଥିଲା। କ’ଣ ଘଟିଛି ତାହା ମୁଁ କହିପାରିବି ନାହିଁ। ପାର୍ଟିରେ କୌଣସି ଅସୁବିଧା ନଥିଲା। ସମସ୍ୟା ଭୋଟିଂ ମେସିନରେ ରହିଛି। ଏହା ମଧ୍ୟ ବିଜେପି ବିଜୟର କାରଣ ହୋଇପାରେ। ମୁଁ ଏପର୍ଯ୍ୟନ୍ତ କୋର୍ଟ ଯିବାକୁ ନିଷ୍ପତ୍ତି ନେଇ ନାହିଁ। ପ୍ରଥମେ ମୁଁ ଏ ଘଟଣା ବାବଦରେ ଅନୁଧ୍ୟାନ କରିବ।
Also Read:କେରଳରେ NDAକୁ ଶକ୍ତ ଝଟକା! ବାମପନ୍ଥୀ କବଜାରେ ପୌର-ପଞ୍ଚାୟତ
ଚଳିତ ମାସ ୮ ତାରିଖରୁ କେରଳରେ ୩ଟି ପର୍ଯ୍ୟାୟରେ ପୌର ନିଗମ ସହ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୧୪ଟି ଜିଲ୍ଲା ପଞ୍ଚାୟତ, ୯୪୧ଟି ଗ୍ରାମ ପଞ୍ଚାୟତ, ୧୫୨ଟି ବ୍ଲକ, ୮୬ଟି ମୁନିସିପାଲିଟି, ୬ଟି ମହାନଗର ନିଗମ ନିର୍ବାଚନ ପାଇଁ ଭୋଟଦାନ କରିଥିଲେ ଲୋକେ। ଏହି ନିର୍ବାଚନରେ ଶାସକ ଏଲଡିଏଫ ମେଣ୍ଟକୁ ମିଳିଛି ଜବରଦସ୍ତ ସଫଳତା।