Manish Sisodia: AAPର ଖେଳ ବିଗାଡ଼ିଦେଲା CBI! 'ଗିରଫ ପୂର୍ବରୁ LGଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ'
Advertisement
Article Detail0/zeeodisha/odisha1398232

Manish Sisodia: AAPର ଖେଳ ବିଗାଡ଼ିଦେଲା CBI! 'ଗିରଫ ପୂର୍ବରୁ LGଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ'


Manish Sisodia CBI questioning: ସୋମବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ଜେରା କରିବ। ଅପରାହ୍ନ ୧୧ଟାରେ ସେ ସିବିଆଇ ମୁଖ୍ୟାଳୟରେ ଉପସ୍ଥିତ ହେବ। ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ହୋଇଥିବା ନେଇ ଉପରାଜ୍ୟପାଳ ଅଭିଯୋଗ କରିଥିଲେ।

Manish Sisodia: AAPର ଖେଳ ବିଗାଡ଼ିଦେଲା CBI! 'ଗିରଫ ପୂର୍ବରୁ LGଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ'

Manish Sisodia CBI questioning: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ AAPର ଖେଳ ବିଗାଡ଼ିଦେଲା CBI। ରବିବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କୁ CBI ସମନ ଜାରି କରିଥିବା ବେଳେ ସୋମବାର କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଜେରା କରିବ। ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ଆପ୍ ନେତାଙ୍କୁ ସକାଳ ୧୧ଟାରେ CBI ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଆପ କହିଛି ଯେ, ସିବିଆଇ ପାଖରେ ମନିଷଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ, ତଥାପି ତାଙ୍କୁ ଡଗିରଫ କରାଯିବ। CBIର କାର୍ଯ୍ୟାନୁଷ୍ଠନକୁ ଆପ୍, ଗୁଜୁରାଟ ବିଧାନସଭା ନିର୍ବାଚନ ସହିତ ଯୋଡି ଦେଖୁଛି।

ସୋମବାର CBI ମୁଖ୍ୟାଳୟକୁ ପଚରାଉଚରା କରିବାକୁ ମନିଷ ସିସୋଦିଆଙ୍କୁ ସମନ ଜାରି କରାଯାଇଛି। କିନ୍ତୁ ତାଙ୍କୁ ସମନ ପରେ ଗିରଫ କରାଯିବ ବୋଲି AAP ଆଶଙ୍କା ପ୍ରକାଶ କରିଛି। ଦଳ କହିଛି ଯେ, ଆଜି ପର୍ଯ୍ୟନ୍ତ ସିସୋଦିଆଙ୍କ ଠାରୁ କ’ଣ ମିଳିଲା ତାହା CBI କହିପାରି ନାହିଁ। ଏହି ଦୁର୍ନୀତି ମାମଲାର ତଦନ୍ତ ପାଇଁ CBI ଏବଂ ED ପ୍ରାୟ ୫୦୦ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଗୋଟିଏ ଟଙ୍କାର ଦୁର୍ନୀତି ପ୍ରମାଣ ପାଇ ନାହାଁନ୍ତି। ଗୁଜୁରାଟରେ ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ବିଜେପି ଭୟଭୀତ ଅଛି ବୋଲି AAP ଦାବି କରିଛି। AAP କହିଛି ଯେ, ଚଳିତବର୍ଷ ଗୁଜୁରାଟରେ ନିର୍ବାଚନ ଅଛି ଏବଂ ମନୀଷ ସିସୋଦିଆଙ୍କ ରାଲି ବିଜେପିକୁ ଫିକା କରୁଛି, ତେଣୁ ତାଙ୍କୁ ରୋକିବା ପାଇଁ ବିଜେପି ଏହି କୌଶଳ ପ୍ରୟୋଗ କରୁଛି।

Also Read: Congress President Election: ୧୩୭ ବର୍ଷରେ ଷଷ୍ଠ ଥର ପାଇଁ ହେବ ମୁକାବିଲା

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆ ରବିବାର ଟୁଇଟ୍ କରି କହିଛନ୍ତି, "CBI ମୋ ଘରେ ୧୪ ଘଣ୍ଟା ଧରି ଚଢଉ କରିଥିଲା, କିଛି ବାହାରି ନଥିଲା। ମୋ ବ୍ୟାଙ୍କ ଲକରକୁ ଖୋଜାଖୋଜି କରିଥିଲା, ସେଥିରୁ ମଧ୍ୟ କିଛି ବାହାରି ନଥିଲା। ସେମାନେ ମୋ ଗାଁରେ ମଧ୍ୟ କିଛି ପାଇଲେ ନାହିଁ। ବର୍ତ୍ତମାନ ସେମାନେ ମୋତେ ଆସନ୍ତାକାଲି ସକାଳ ୧୧ଟାରେ ସିବିଆଇ ମୁଖ୍ୟାଳୟକୁ ଡାକିଛନ୍ତି। ମୁଁ ଯାଇ ତାଙ୍କୁ ମୋର ସମ୍ପୂର୍ଣ୍ଣ ସହଯୋଗ ଦେବି। ସତ୍ୟମେବ ଜୟତେ।'' ଆପ୍ ପ୍ରବକ୍ତା ସୌରବ ଭରଦ୍ୱାଜ ଦାବି କରିଛନ୍ତି ଯେ, ଅବକାରୀ ନୀତି ସହିତ CBI ସମନର କୌଣସି ସମ୍ପର୍କ ନାହିଁ। ସେମାନେ ମନିଷ ସିସୋଦିଆଙ୍କୁ ଗିରଫ କରିବେ। ବିଜେପି ଅପେକ୍ଷା କରି ଦେଖୁ। ଯେତିକି ଅଧିକ ଆପ୍ ନେତାଙ୍କୁ ଗିରଫ କରାଯିବ, ଗୁଜରାଟରେ ଆପ୍ ସେତିକି ଶକ୍ତିଶାଳୀ ହେବ।

ସେପଟେ ରବିବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଦିଲ୍ଲୀ ଉପ-ରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଚିଠି ଲେଖି ଆଇନ ଶୃଙ୍ଖଳା ଆଇନରେ ସଂଶୋଧନ କରାଯାଉ ବୋଲି କହିଛନ୍ତି। ଜାତୀୟ ରାଜଧାନୀରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଉଛି। ଏହି ମାସରେ ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟୁଛି, ଏହା ହୃଦୟ ବିଦାରକ ବୋଲି ସିସୋଦିଆ କହିଛନ୍ତି। ଚିଠିରେ ସେ କହିଛନ୍ତି ଯେ, ଦିଲ୍ଲୀ ଏକ ଅପରାଧ ରାଜଧାନୀରେ ପରିଣତ ହୋଇଛି। ଅପରାଧୀଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ପ୍ରତି ଭୟ ନାହିଁ। ଏଲିଜିଙ୍କୁ ଦିଲ୍ଲୀରେ ଆଇନ ଶୃଙ୍ଖଳା ରକ୍ଷା କରିବାର ସମ୍ବିଧାନ ଦାୟିତ୍ୱ ଦେଇଛି। ପୋଲିସର କାର୍ଯ୍ୟକଳାପ ଉପରେ ଏଲଜି ନଜର ରଖିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ଦେବା ଉଚିତ୍।

Also Read: Draupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ହେଲା ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଥିଲା ସମସ

ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ମନିଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ସିବିଆଇ ଏଫଆଇଆର ପଞ୍ଜୀକୃତ କରିଥିଲା। ଦିଲ୍ଲୀ ମଦ ନୀତିରେ ଦୁର୍ନୀତ ହୋଇଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଖୋଦ ଦିଲ୍ଲୀ ଉପ-ରାଜ୍ୟପାଳ ସୁପାରିଶ କରିଥିଲେ। ମଦ ଲାଇଲେନ୍ସ ବଣ୍ଟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏକ୍ସପର୍ଟ କମିଟିର ରିପୋର୍ଟ ଆଧାରରେ ପ୍ରସ୍ତୁତ ଏକ୍ସାଇଜ୍ ପଲିସି ୨୦୨୧-୨୨ ଗତ ବର୍ଷ ନଭେମ୍ବର ୧୭ରୁ ଲାଗୁ କରାଯାଇଥିଲା। ଏହା ଅଧୀନରେ ସହରର ୩୨ଟି ଅଞ୍ଚଳର ୮୪୯ଟି ମଦ ଦୋକାନ ପାଇଁ ଘରୋଇ ବିଡରମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। କିନ୍ତୁ ବିବାଦ ବଢିବା ପରେ ଦିଲ୍ଲୀ ସରକାର ଏହି ନୀତିକୁ ପ୍ରତ୍ୟାହାର କରିନେଲେ।