Draupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ହେଲା ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଥିଲା ସମସ୍ୟା
Advertisement
Article Detail0/zeeodisha/odisha1397760

Draupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ହେଲା ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଥିଲା ସମସ୍ୟା

President Draupadi Murmu Cataract surgery: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୋତିଆବିନ୍ଦୁ ଅପରେସନ୍ କରିଛନ୍ତି । ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ହୋଇଥିଲା ।

ସୌଜନ୍ୟ -ସୋସିଆଲ ମିଡିଆ

President Draupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର (Draupadi Murmu) ଆଜି ଆର୍ମି ହସ୍ପିଟାଲରେ (Army hospital) ଅସ୍ତ୍ରୋପଚାର କରାଯାଇଛି । ରାଷ୍ଟ୍ରପତିଙ୍କ ସଫଳତା ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର (Cataract surgery) ରବିବାର ଦିନ ଶେଷ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଅସ୍ତ୍ରୋପଚାର ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ (Army Research and Referral Hospital) ହୋଇଥିଲା । ରାଷ୍ଟ୍ରିୟ ଭବନ ମୁଖପାତ୍ର ଏକ ସରକାରୀ ବୟାନରେ କହିଛନ୍ତି ଯେ ଅସ୍ତ୍ରୋପଚାର ସଫଳ ହୋଇଛି ଓ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

କହିରଖୁଛୁ ଯେ ୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇ ୨୦୨୨ ରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ଆଜି ମୁର୍ମୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଛନ୍ତି । ଏହି ଅସ୍ତ୍ରୋପଚାର ସଫଳ ହୋଇଛି ଓ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।” ଆର୍ମି ହସ୍ପିଟାଲ କହିଛି ଯେ ରାଷ୍ଟ୍ରପତି ମୁର୍ମୁଙ୍କୁ ଆଜି ଆର୍ମି ହସ୍ପିଟାଲ୍ ରିସର୍ଚ୍ଚ ଆଣ୍ଡ ରେଫରାଲ୍, ଦିଲ୍ଲୀ କ୍ୟାଣ୍ଟରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ତରଫରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା, ଯାହା ପରେ ଅସ୍ତ୍ରୋପଚାର ଦ୍ୱାରା ଏହାକୁ ଠିକ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଏହି ସଫଳ ଅସ୍ତ୍ରୋପଚାର ବ୍ରିଗେଡିୟର୍ ଏସ.କେ ମିଶ୍ର ଓ ତାଙ୍କ ଟିମ୍ ଦ୍ୱାରା କରାଯାଇଛି । ଅପରେସନ୍ ପରେ ଅପରାହ୍ନ ୧:୩୦ ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଓ ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ।

ଖବର ଅନୁସାରେ ଅପରେସନର ତିନି ଦିନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଆସାମ ଗସ୍ତର ଶେଷ ଦିନରେ ଗୁଆହାଟିର ନିଲାନୱାଲ ପର୍ବତ ଶିଖରରେ ଅବସ୍ଥିତ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଶକ୍ତିପୀଠର ଜଣେ ପୁରୋହିତ ଗଣମାଧ୍ୟମକୁ କହିଛନ୍ତି, "ରାଷ୍ଟ୍ରପତି ଓ ତାଙ୍କ ଝିଅ ମନ୍ଦିରର ଗର୍ଭଗୃହ କରିବା ଦର୍ଶନ ସହ ପରିକ୍ରମା କରିଥିଲେ । ଏହି ଦିନରେ ରାଷ୍ଟ୍ରପତିଙ୍କ ଅନେକ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବାରୁ ତାଙ୍କ ସହ କଥାବାର୍ତ୍ତା ହୋଇପାରି ନ ଥିଲା ।"

କହିରଖୁଛୁ ଯେ ଏହା ପୂର୍ବରୁ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଗୁଆହାଟୀ ଗସ୍ତ ସମୟରେ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏଥି ସହିତ ରାଷ୍ଟ୍ରପତି ଶୁକ୍ରବାର ଦିନ କେନ୍ଦ୍ର ସରକାର ଓ ଆସାମ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି । ଏହି ପ୍ରକଳ୍ପରେ ମଡେଲ ଅଙ୍ଗନୱାଡି କେନ୍ଦ୍ର ଓ ରାଜ୍ୟର ଚା' ବଗିଚାରେ ଥିବା ବିଦ୍ୟାଳୟଗୁଡ଼ିକ ସାମିଲ ରହଛି । 

ଏହା ବି ପଢନ୍ତୁ: IMD ଦେଲା ଚେତାବନୀ, ଦେଶର ଏହି ଭାଗରେ ଆସନ୍ତା ୫ ଦିନ ପାଇଁ ହେବ ପ୍ରବଳ ବର୍ଷା