Congress: ଆୟକର ଜରିମାନା ବାବଦରେ କଂଗ୍ରେସର ୧୩୫ କୋଟି ଗାଏବ
Advertisement

Congress: ଆୟକର ଜରିମାନା ବାବଦରେ କଂଗ୍ରେସର ୧୩୫ କୋଟି ଗାଏବ

Odisha Election 2024 (ଭୁବନେଶ୍ୱର): ଭାରତୀୟ ଜାତୀୟ କଂଗ୍ରେସର ୧୩୫ କୋଟି ଟଙ୍କା ଗାଏବ ହୋଇଛି। ଦଳର ହିସାବ ବିହୀନ ୫୨୩ କୋଟି ୮୭ ଲକ୍ଷ ଟଙ୍କାର ଆୟକର ବାବଦକୁ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳର କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉ ପରେ ଏହି ହିସାବ ବିହୀନ ଅର୍ଥ ଠାବ କରାଯାଇଥିଲା, ଯାହାର କୌଣସି ଠିକଣା ହିସାବ ଦେବାରେ ଦଳ ବିଫଳ ହୋଇଥିବା ଜଣାପଡ଼ିଛି।  

ସୌଜନ୍ୟ-ସୋସିଆଲ ମିଡି଼ଆ

Odisha Election 2024 (ଭୁବନେଶ୍ୱର): ଭାରତୀୟ ଜାତୀୟ କଂଗ୍ରେସର ୧୩୫ କୋଟି ଟଙ୍କା ଗାଏବ ହୋଇଛି। ଦଳର ହିସାବ ବିହୀନ ୫୨୩ କୋଟି ୮୭ ଲକ୍ଷ ଟଙ୍କାର ଆୟକର ବାବଦକୁ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳର କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉ ପରେ ଏହି ହିସାବ ବିହୀନ ଅର୍ଥ ଠାବ କରାଯାଇଥିଲା, ଯାହାର କୌଣସି ଠିକଣା ହିସାବ ଦେବାରେ ଦଳ ବିଫଳ ହୋଇଥିବା ଜଣାପଡ଼ିଛି।  ନିର୍ବାଚନ ଆଉ ଅଳ୍ପ ଦିନ ରହିଛି। ଏହି ପରିପ୍ରେକ୍ଷୀରେ ଦଳର ଏତେ ପରିମାଣର ଅର୍ଥ ଆୟକର ବାବଦକୁ ଚାଲିଯିବା ଦଳ ପରିଚାଳନାରେ ପ୍ରଭାବ ପକାଇପାରେ।  ୨୦୧୪ରୁ ୨୦୨୧ ମସିହା ମଧ୍ୟରେ ଏହି ଅର୍ଥ କଂଗ୍ରେସ ଆକାଉଣ୍ଟରେ ପ୍ରାପ୍ତ ହୋଇଥିଲା। ଯାହାର ହିସାବ ନଥିବାରୁ ୨୦୨୪ ଅର୍ଥିକ ବର୍ଷ ଶେଷ ପୂର୍ବରୁ ବିଭାଗ ବଦଳ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା ଅପସାରଣ କରିଛି। 

ଦଳ ପକ୍ଷରୁ ଏହି ପାଞ୍ଚ ବର୍ଷ ଭିତରେ ଅର୍ଥ ପ୍ରାପ୍ତିର ହିସାବ ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା। ଆୟକର ଟ୍ରିବ୍ୟୁନାଲ୍‍ର ସହାୟତା ମଧ୍ୟ ଦଳ ମାଗିଥିଲା। କିନ୍ତୁ ଆୟକର ଟ୍ରିବ୍ୟୁନାଲରେ ଏହି ଆବେଦନ ଶୁଣାଣି ପରେ ଦଳକୁ ଝଟକା ଲାଗିଥିଲା। ସେହିପରି ମାର୍ଚ୍ଚ ୨୨ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଦଳ ଦାଏର କରିଥିବା ମାମଲା ମଧ୍ୟ ହାରିଥିଲା। ପାର୍ଟି ଉପରେ ଆୟକର ବିଭାଗର ଚଢ଼ାଉକୁ ପ୍ରଶ୍ନ କରିଥିଲା କଂଗ୍ରେସ। ଏହାପରେ ପାର୍ଟି ଏହି ପ୍ରକାର କାର୍ଯ୍ୟାନୁଷ୍ଠାନକୁ ବିଳମ୍ବିତ ବୋଲି ଅଭିଯୋଗ କରାଯାଇଥିଲା।