କୋରାପୁଟ କଂଗ୍ରେସକୁ ଝଟକା; ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଦେଲେ ଇସ୍ତଫା

ଖୁବଶୀଘ୍ର ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବ। କିନ୍ତୁ ଏହାରି ପୂର୍ବରୁ ଦଳିୟ କନ୍ଦଳର ସମ୍ମୁଖୀନ ହେଉଥିବା କୋରାପୁଟ କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି। ଦିନେ ସ୍ୱାଧିନ ଭାବେ କୋଟପାଡ ବିଧାନସଭାରୁ ପ୍ରାର୍ଥୀପତ୍ର ଦଖଲ କରି ଚର୍ଚ୍ଚାରେ ଥିବା ଚନ୍ଦ୍ରଶେଖର ମାଝୀ କଂଗ୍ରେସକୁ ବାଏ ବାଏ କହିଛନ୍ତି।

କୋରାପୁଟ କଂଗ୍ରେସକୁ ଝଟକା; ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଦେଲେ ଇସ୍ତଫା
ଫାଇଲ ଫଟୋ

କୋରାପୁଟ: ସଙ୍କଟ ଭିତରେ ଗତି କରୁଥିବା କୋରାପୁଟ କଂଗ୍ରେସକୁ ମଙ୍ଗଳବାର ଏକ ଶକ୍ତ ଧକ୍କା ଲାଗିଛି। ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟପାଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଚନ୍ଦ୍ରଶେଖର ଇସ୍ତଫା ଦେଇଛନ୍ତି।

ରାଜ୍ୟରେ ଖୁବଶୀଘ୍ର ପୌର ଓ ପଞ୍ଚାୟତ ନିର୍ବାଚନ ହେବ। କିନ୍ତୁ ଏହାରି ପୂର୍ବରୁ ଦଳିୟ କନ୍ଦଳର ସମ୍ମୁଖୀନ ହେଉଥିବା କୋରାପୁଟ କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି। ଦିନେ ସ୍ୱାଧିନ ଭାବେ କୋଟପାଡ ବିଧାନସଭାରୁ ପ୍ରାର୍ଥୀପତ୍ର ଦଖଲ କରି ଚର୍ଚ୍ଚାରେ ଥିବା ଚନ୍ଦ୍ରଶେଖର ମାଝୀ କଂଗ୍ରେସକୁ ବାଏ ବାଏ କହିଛନ୍ତି। ସେ ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। 

Also Read: କୁଖ୍ୟାତ ମାଓବାଦୀ ଶଙ୍କର ଗିରଫ, ୨୦୦୯ ନାଲକୋ ଆକ୍ରମଣରେ ଥିଲା ଲିଙ୍କ୍

ଚନ୍ଦ୍ରଶେଖର ମାଝୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, 'ମୁଁ ଚନ୍ଦ୍ରଶେଖର ମାଝୀ ପୂର୍ବତନ ବିଧାୟକ, କୋଟପାଡ... ମୋର ବ୍ୟକ୍ତିଗତ କାରଣରୁ ଦଳର ପ୍ରଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। କଂଗ୍ରେସ ଦଳରେ ମୁଁ ବିଭିନ୍ନ ସମୟରେ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇଥିଲି। ସେଥିପାଇଁ ମୁଁ ସର୍ବଦା ଦଳ ନିକଟରେ କୃତଜ୍ଞ।'

ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଚନ୍ଦ୍ରଶେଖର ମାଝୀ, କୋଟପାଡ ଆସନରୁ ବିଧାୟକ ଥିଲେ। କଂଗ୍ରେସର ଷ୍ଟାଣ୍ଡିଂ ବିଧାୟକ ହୋଇଥିବା ସତ୍ତ୍ୱେ ୨୦୧୯ ନିର୍ବାଚନରେ ସେ ସ୍ୱାଧିନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀ ପଦ୍ମିନୀ ଦିଆନଙ୍କ ଠାରୁ ହାରିଥିଲେ। ତେବେ ଦୀର୍ଘ ସମୟ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ପରେ କଂଗ୍ରେସର ହାତ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।