ନୂଆଦିଲ୍ଲୀ: ବହୁ ବାଦ ବିବାଦ ମଧ୍ୟରେ ଦୀର୍ଘ ମାସେ ସମୟ ଧରି ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହୋଇଛି। ଗତକାଲି ପଶ୍ଚିମବଙ୍ଗ ବିଧାନସଭାରର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ ପଡିଛି। ଏହା ସହିତ ହିଁ ଅନେକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଗୁଡିକ ପାରମ୍ପାରୀକ ଭାବେ ବୁଥ ବାହୁଡା ମତ ବା Exit Polls ପ୍ରକାଶ କରିଛନ୍ତି। ତେବେ ଏହି ଆକଳନ କେତେ ସତ ହେବ ତାହା ଆସନ୍ତା ମେ ୨ ତାରିଖରେ ଜଣା ପଡିବ। କିନ୍ତୁ ଯେଉଁ Exit Polls ଆସିଛି ତାହା ମଧ୍ୟ ଅନେକାଂଶରେ ନିର୍ବାଚନର ଫଳାଫଳକୁ ସ୍ପଷ୍ଟ କରିଛି।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୬ଟି ଗଣମାଧ୍ୟମ ବା ଏଜେନ୍ସି ବୁଥ ବାହୁଡା ମତକୁ ଆକଳନ କରିଛନ୍ତି। ସିଟ୍ ସଂଖ୍ୟାରେ ଭିନ୍ନତା ଥିଲେ ମଧ୍ୟ ଫଳାଫଳ ପ୍ରାୟ ସମସ୍ତଙ୍କର ସମାନ ରହିଛି। Exit Polls ଅନୁସାରେ ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ କ୍ଷମତାକୁ ଆସିପାରନ୍ତି। କେରଳରେ ପୁଣି ଥରେ ଦକ୍ଷିଣପନ୍ଥୀର ଦବଦବା ଦେଖିବାକୁ ମିଳିବ। କିନ୍ତୁ ଅନ୍ୟ ତିନୋଟି ରାଜ୍ୟରେ BJP କ୍ଷମତାକୁ ଆସିବ। ସେପଟେ ପଶ୍ଚିମବଙ୍ଗକୁ ନେଇ ଏକ ଭିନ୍ନ ମତ ଦେଖିବାକୁ ମିଳିଛି। ୬ରୁ ୫ଟି ଏଜେନ୍ସି TMC ସପକ୍ଷରେ ମତ ଦେଇଥିବା ବେଳେ ମାତ୍ର ଗୋଟିଏ ଏଜନ୍ସି ବା ଗଣମାଧ୍ୟମ ସେଠାରେ ଝୁଲା ସରକାର ହେବ ବୋଲି ର୍ବାନୁମାନ କରିଛି।


Also Read: ଦେଶବାସୀଙ୍କୁ ସଞ୍ଜିବନୀ ଦେବେ ଶ୍ରେଷ୍ଠ ୨୦ ଧନୀ? ସାଂସଦ ଅମର ପଟ୍ଟନାୟକ କଲେ ଅପିଲ


ଯଦି ସେହି ୬ଟି ରାଜ୍ୟର Exit Pollsର ସମୁଦାୟ ପୂର୍ବାନୁମାନକୁ ଅନୁଧ୍ୟାନ କରାଯାଏ ତେବେ ବିଜେପି ୩ଟି ରାଜ୍ୟରେ କ୍ଷମତାକୁ ଆସିବ ଏବଂ ପଞ୍ଚିମବଙ୍ଗ ଓ କେରଳରେ ପୂର୍ବ ସରକାର ହି ଶାସନ କରିବେ। ପଞ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣି  ସଂଖ୍ୟାଗରିଷ୍ଠତା ହାସଲ କରିପାରନ୍ତି। ତାଙ୍କ ଦଳ TMCକୁ ମୋଟ ୨୯୨ ମଧୟରୁ ୧୫୨ଟି ଆସନ ମିଳିପାରେ। ବିଜେପି ୧୩୦ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିବ।


କେରଳରେ ବର୍ତ୍ତମାନର ବାମପନ୍ଥୀ ନେତୃତ୍ୱାଧୀନ LDF ସାମ୍ମୁଖ୍ୟ ୧୪୦ଟି ସିଟ୍ ମଧ୍ୟରୁ ୮୫ଟି ଜିତି କ୍ଷମତା ବଜାୟ ରଖିବାର ସମ୍ଭାବନା ରହିଛି। କଂଗ୍ରେସ ନେତୃତ୍ୱାଧୀନ UDF ୫୩ଟି ସିଟ୍ ସହିତ ଦ୍ୱିତୀୟ ସ୍ଥାନ ଅଧିକାର ବୋଲି ସର୍ଭେରେ କୁହାଯାଇଛି। ତେବେ ତାମିଲନାଡୁ ଓ ପୁଡୁଚେରୀ କବଜା କରି ଦୁଇଟି ଦକ୍ଷିଣ ରାଜ୍ୟରେ ବିଜେପି ନିଜର ଉପସ୍ଥିତି ଜହିର କରିବାକୁ ଯାଉଛି ବୋଲି ସର୍ଭେରେ କୁହାଯାଇଛି।


Also Read: ନିଜ ଦୋଷ 'ଦୋଷ', ଅନ୍ୟର ଦୋଷ 'ବିଷ'


ତାମିଲନାଡୁରେ ବିରୋଧୀ DMK ଏବଂ ଏହାର ସହଯୋଗୀ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଦୁଇ ଥର ବିରୋଧି ପଦବୀ ପରେ ଏଥର କ୍ଷମତାକୁ ଫେରିବାକୁ DMK ଆଶା ରଖିଛି। ସର୍ଭେରେ କୁହାଯାଇଛି ଯେ ଷ୍ଟାଲିନଙ୍କ ଲୋକପ୍ରିୟତା ରାଜ୍ୟର ୨୩୪ଟି ଆସନ ମଧ୍ୟରୁ ୧୬୦ଟି ଜିତିବାର ସମ୍ଭାବନା ରହିଛି। ନିର୍ବାଚନରେ ​​ଶାସକ AIDMK-BJPର ସହଯୋଗୀ - ପ୍ରଥମ ଥର ବିଧାନସଭା ନିର୍ବାଚନରେ ​​୬୬ଟି ଆସନ ସହ ଅଟକି ଯିବେ। କିନ୍ତୁ ଅନେକ ସର୍ଭେ ଏଜେନ୍ସି ତାମିଲନାଡୁରେ ବିଜେପି ସରକାର ଆସିବା ନେଇ ପୂର୍ବାନୁମାନ ବି କରିଛନ୍ତି।


ଆସାମରେ କଂଗ୍ରେସ ପୁଣି ଥରେ ନିରାଶ ହେବାକୁ ଯାଉଛି। Exit Pollsରୁ ଜଣାପଡିଛି ଯେ, ୧୨୬ଟି ଆସନ ବିଶିଷ୍ଚ ଆସମାରେ ୭୨ଟି ଆସନ ଜିତି BJP କ୍ଷମତା ବଜାୟ ରଖିବ। ନିଜର ପୂର୍ବ ଗଡକୁ ଅଧିକାର କରିବା ପାଇଁ ଆକ୍ରମଣାତ୍ମକ ପ୍ରଚାର କରିଥିବା କଂଗ୍ରେସ ୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ସେହିପରି ପୁଡୁଚେରୀରେ NDA ମୋଟ ୩୦ଟି ଆସନରୁ ୨୪ଟି ଜିତି ସରକାର ଗଢିବ ବୋଲି Exit Pollsରେ ପୂର୍ବାନୁମାନ କରାଯାଇଛି।


Also Read: କୋରୋନା ମୃତ୍ୟୁର କାରଣ କହିଲେ ରାହୁଲ ଗାନ୍ଧୀ


ସୂଚନାଯୋଗ୍ୟ, କୋରୋନା ସଂକଟ ମଧ୍ୟରେ ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହୋଇଛି। ମାର୍ଚ୍ଚ ୨୭ରୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ବଙ୍ଗଳାରେ ଅଷ୍ଟମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ମେ ୨ ତାରିଖରେ ଫଳାଫଳ ବାହାରିବ। ସେପଟେ କିନ୍ତୁ ପ୍ରଚାର ବେଳେ ନିରବ ଥିବା ନିର୍ବାଚନ ଆୟୋଗ ବିଜୟ ଶୋଭାଯାତ୍ରା ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।