କୋରୋନା ମୃତ୍ୟୁର କାରଣ କହିଲେ ରାହୁଲ ଗାନ୍ଧୀ
Advertisement

କୋରୋନା ମୃତ୍ୟୁର କାରଣ କହିଲେ ରାହୁଲ ଗାନ୍ଧୀ

ଅକ୍ସିଜେନ ଏବଂ ICU ବେଡ୍ ଅଭାବ ଖବର ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ପରିସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣିଥରେ ସାରା ଦେଶରେ ମହାମାରୀ କୋରୋନା ଅତି ଦ୍ରୁତ ଗତିରେ ବ୍ୟାପୁଛି। ବଢୁଥିବା ମାମଲାଗୁଡ଼ିକର ନିୟନ୍ତ୍ରଣ ପାଇବାକୁ ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଏବଂ ଲକଡାଉନ୍ ଭଳି ପରିସ୍ଥିତି ଉପୁଜିଛି। ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଅକ୍ସିଜେନ ଏବଂ ICU ବେଡ୍ ଅଭାବ ଖବର ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ପରିସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି, "ଅକ୍ସିଜେନ୍ ସ୍ତର ହ୍ରାସ ହେବାର କାରଣ କୋରୋନା ହୋଇପାରେ। କିନ୍ତୁ ଅକ୍ସିଜେନ୍ ଏବଂ ICU ବେଡ୍ ଅଭାବ ରହିଛି, ଯେଉଁ କାରଣରୁ ଅନେକ ଲୋକ ମରୁଛନ୍ତି। ଏହା ଭାରତ ସରକାରଙ୍କ ଉପରେ ନିର୍ଭର କରେ।"

Also Read: କୋଭିଡ୍ ହସ୍ପିଟାଲ ICUରେ ଅଗ୍ନିକାଣ୍ଡ; ୧୩ ରୋଗୀ ମୃତ

ମହାରାଷ୍ଟ୍ରର ପାଲଘର (Palgarh) ଜିଲ୍ଲାର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ହେତୁ କୋଭିଡରେ ପୀଡିତ ୧୩ ରୋଗୀଙ୍କ ମୃତ୍ୟୁ ପରେ ରାହୁଲ ଏହି ଟୁଇଟ୍ କରିଛନ୍ତି। ରାହୁଲ ଗାନ୍ଧୀ (Rahul Gandhi) ଲଗାତାର ମୋଦି ସରକାର (Modi Govt) ଙ୍କୁ ଟାର୍ଗେଟ କରୁଛନ୍ତି। ଏହାପୂର୍ବରୁ ରାହୁଲ ଏକ ଟୁଇଟ୍‌ରେ କହିଥିଲେ, "ଭାରତରେ ସଙ୍କଟ କେବଳ କୋରୋନା ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ଲୋକ ବିରୋଧୀ ନୀତି। ମିଥ୍ୟା ଉତ୍ସବ ଏବଂ ଫମ୍ପା ଭାଷଣ ନୁହେଁ, ଦେଶକୁ ସମାଧାନ ଦିଅ।"

ଉଲ୍ଲେଖନୀୟ ଯେ, ଦେଶର ଅନେକ ସହରରେ ଅକ୍ସିଜେନ ଅଭାବ ଖବର ଆସିଛି। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ (Sir Gangaram Hospital) ରେ ଅକ୍ସିଜେନ (Oxygen) ଅଭବରୁ ଗତ ୨୪ ଘଣ୍ଟାରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଅଛନ୍ତି। ବିରରରର ICU ୱାର୍ଡ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, 'ବିରରର Vijay Vallabh COVID care hospitalରୁ ଦୁଃଖଦ ଖବର ଆସିଛି। ଅଗ୍ନିକାଣ୍ଡରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି। ପୀଡିତଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।'

Also Read: କୋରୋନା ଭୟ; ମାଆର ମୃତଦେହକୁ ଛୁଇଁଲାନି ବଡ ପୁଅ, ଟ୍ରଲିରେ ବୋହିଲା ସାନ

ଏହି ସମୟରେ ରାହୁଲ ଗାନ୍ଧୀ ନିଜେ କୋରୋନା (Coronavirus) ରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ବ୍ୟତୀତ କଂଗ୍ରେସର (Congress) ଅନେକ ବଡ ନେତା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୩.୩୨ ଲକ୍ଷ ନୂତନ କୋଭିଡ ମାମଲା ସାମନାକୁ ଆସିଛି। ଏହା ପରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ କୋଟି ସାଢେ ୬୨ ଲକ୍ଷ ଟପିଛି। ସେହିପରି ଗତକାଲି ମହାମାରୀ ହେତୁ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଥିଲା।