ଭାରତ ଭଳି ଜନବହୁଳ ଓ ବିକାଶଶୀଳ ଦେଶର ୧୩୦ କୋଟି ଜନତାଙ୍କୁ ଟିକା ଦେବେ ଯେତିକି କଷ୍ଟସାଧ୍ୟ ତାଠାରୁ ଅଧିକ ବ୍ୟୟବହୁଳ। ତେଣୁ ଏହି ଟିକାକରଣରେ ସହଯୋଗର ହାତ ବଢାଇବାକୁ ଦେଶର ଶ୍ରେଷ୍ଠ ୨୦ ଜଣ ଧନୀ ବ୍ୟକ୍ତିଙ୍କୁ ସାଂସଦ ଅମର ପଟ୍ଟନାୟକ ଅପିଲ କରିଛନ୍ତି।
Trending Photos
ଭୁବନେଶ୍ୱର: ଦିନକୁ ଦିନ ମାୟାଜାଲ ଭଳି ଦେଶରେ ବ୍ୟାପିବାକୁ ଲାଗାଛି ମହାମାରୀ କୋରୋନା। ଏହି ମାରାତ୍ମକ ସଂକ୍ରମଣ ଠାରୁ ରକ୍ଷା ପାଇବାର ଗୋଟିଏ ମାତ୍ର ଉପାୟ ହେଉଛି ଟିକାକରଣ। କିନ୍ତୁ ଭାରତ ଭଳି ଜନ ବହୁଳ ଓ ବିକାଶଶୀଳ ଦେଶର ୧୩୦ କୋଟି ଜନତାଙ୍କୁ ଟିକା ଦେବେ ଯେତିକି କଷ୍ଟସାଧ୍ୟ ତାଠାରୁ ଅଧିକ ବ୍ୟୟବହୁଳ। ତେଣୁ ଏହି ଟିକାକରଣରେ ସହଯୋଗର ହାତ ବଢାଇବାକୁ ଦେଶର ଶ୍ରେଷ୍ଠ ୨୦ ଜଣ ଧନୀ ବ୍ୟକ୍ତିଙ୍କୁ ସାଂସଦ ଅମର ପଟ୍ଟନାୟକ ଅପିଲ କରିଛନ୍ତି।
ଗତ ଜାନୁଆରୀ ୧୬ ଠାରୁ ଭାରତରେ କୋରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି। ତେବେ ଏବେ ମଧ୍ୟ ପ୍ରାୟ ୧୨୦ କୋଟି ଲୋକଙ୍କର ଟିକାକରଣ ହେବା ବାକି ଅଛି। ଏହାରି ମଧ୍ୟରେ ଭାରତର ୨ ପ୍ରମୂଖ ଟିକା ନିର୍ମାତା ସେମାନଙ୍କ କୋରୋନା ଟିକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। Covishield ଟିକାର ଗୋଟିଏ ଡୋଜ୍ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ବୋଲି ସେରମ ଘୋଷଣା କରିଛି। ସେହିପରି ଭାରତବାୟୋଟେକର Covaxin ଟିକା ରାଜ୍ୟ ସରକାରଙ୍କୁ ୬୦୦ ଓ ଘରୋଇ ହସ୍ପିଟାଲକୁ ୧୨୦୦ ଟଙ୍କାରେ ମିଳିବ।
Also Read: ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ
ଉଭୟ ଦେଶୀ କମ୍ପାନୀ (Indian Companies) ପକ୍ଷରୁ ଟିକାର ଦର ଧାର୍ଯ୍ୟ ପରେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି। ଗୋଟିଏ ଦେଶ, ଗୋଟିଏ ରାସନର କଥା କହୁଥିବା ସରକାରରେ ଗୋଟିଏ ଦେଶ, ଗୋଟିଏ ମୂଲ୍ୟ କାହିଁକି ହୋଇପାରିବ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏପରି କି ଦେଶବାସୀଙ୍କୁ ଦିଆଯାଉଥିବା କୋରୋନା ଟିକାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରନ୍ତୁ ବୋଲି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ (Jayram Ramesh) କହିଛନ୍ତି। ବିଜେଡି ସାଂସଦ ଅମର ପଟ୍ଟନାୟକ ମଧ୍ୟ ସମାନ ଦାବି କରିଛନ୍ତି।
I appeal to top20 wealthy Indians/ companies! Can't you shoulder the burden of vaccinating atleast 25% Indians as part of your duty to Motherland? Infact some of you can, just from one year of profits! If theres a time to give back, it's NOW! I'm sure shareholders would agree.1/2 pic.twitter.com/oKsDzHI30o
— Dr. Amar Patnaik (@Amar4Odisha) April 24, 2021
ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର, ରାଜ୍ୟ ଗୁଡିକୁ ମାଗଣାରେ କୋରୋନା ଟିକା (Corona Vaccine) ଯୋଗାଇ ଦେଉଛନ୍ତି। ଭାରତର ଜନସଂଖ୍ୟା ଅଧିକ ଥିବାରୁ ଟିକା ପାଇଁ ସରକାରଙ୍କ ରାଜକୋଷରେ ଅତ୍ୟଧିକ ଚାପ ପଡିବ। ତେଣୁ ଏଥିରେ ଦେଶର ଧନୀକ ଶ୍ରେଣୀ (Billionaires) ର ବ୍ୟକ୍ତିଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ। ଯାହାକୁ ସାଂସଦ ଅମର ପଟ୍ଟନାୟକ ହୃଦୟଙ୍ଗମ କରିଛନ୍ତି। ସେଥିପାଇଁ ସେ ଶ୍ରେଷ୍ଠ ୨୦ ଜଣ ଧନୀ ବ୍ୟକ୍ତିଙ୍କୁ ଦେଶର କୋରୋନା ଟିକାକରଣ (Vaccination) ରେ ସହାୟତାର ହାତ ବଢାଇବାକୁ ଅପିଲ କରିଛନ୍ତି।
Also Read: ଦେଶବ୍ୟାପୀ କୋରୋନାର ରୌଦ୍ର ରୂପ, ଜାଣନ୍ତୁ କେଉଁ ରାଜ୍ୟରେ ସ୍ଥିତି କ'ଣ?
ଅମର ପଟ୍ଟନାୟକ (Amar Patnaik) ଟ୍ୱିଟ କରି କହିଛନ୍ତି, 'ମୁଁ ଶ୍ରେଷ୍ଠ ୨୦ ଜଣ ଧନୀ ଭାରତୀୟ/କମ୍ପାନୀକୁ ନିବେଦନ କରୁଛି! ମାତୃଭୂମି (Motherland) ପ୍ରତି କର୍ତ୍ତବ୍ୟର ଅଂଶ ଭାବରେ ଆପଣମାନେ ଅତି କମରେ ୨୫% ଭାରତୀୟଙ୍କ ଟିକାକରଣର ଭାର ବହନ କରିପାରିବେ ନାହିଁ? ଆପଣମାନଙ୍କ ମଧ୍ୟରୁ କେତେକଙ୍କ ବର୍ଷକର ଲାଭରୁ ବହନ କରନ୍ତୁ! ବର୍ତ୍ତମାନ ହିଁ କିଛି ଫେରାଇବାକୁ ସମୟ ଅଛି! ମୁଁ ନିଶ୍ଚିତ ଯେ ଅଂଶୀଦାରମାନେ ରାଜି ହେବେ। ଯେତେବେଳେ ମହାମାରୀରେ ଲକ୍ଷ ଲକ୍ଷ ଭାରତୀୟ ଦାରିଦ୍ର୍ୟ ଟାଣି ହୋଇଛନ୍ତି, ସେହି ସମୟରେ ଭାରତୀୟ କୋଟିପତିଙ୍କର ସମ୍ପତ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି।'
I'll add that while millions of Indians have plunged into poverty in the pandemic, wealth of Indian billionaires has grown substantially during the same time.
2/2https://t.co/6DYzyQPFoU— Dr. Amar Patnaik (@Amar4Odisha) April 24, 2021
ଏହି ଟ୍ୱିଟ୍ ସହ ବିଜେଡି ସାଂସଦ (BJD MP) ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଥିଲେ। ତାଲିକାର ଶୀର୍ଷରେ ମୁକେଶ ଅମ୍ବାନୀ (Mukesh Ambani) (୫.୪ ଲକ୍ଷ କୋଟି) ଅଛନ୍ତି। ତାଙ୍କ ପଛରେ ଗୌତମ ଆଦାନୀ (୪.୧ ଲକ୍ଷ କୋଟି), ଶିବ ନାଦାର (୧.୭୫ ଲକ୍ଷ କୋଟି), ଲକ୍ଷ୍ମୀ ମିତ୍ତଲ (୧.୩ ଲକ୍ଷ କୋଟି) ଓ ପଞ୍ଚମରେ ଉଦୟ କୋଟାକ ଅଛନ୍ତି। ଯାହାଙ୍କର ଏପ୍ରିଲ ୨୦୨୧ ସୁଦ୍ଧା ମୋଟ ସମ୍ପତ୍ତି ୧.୦୭ ଲକ୍ଷ କୋଟି ଅଛି। ଅମରଙ୍କ ତାଲିକାରେ ମଙ୍ଗଲମ ବିର୍ଲା (Mangalam Birla) , ସାଇରସ ପୁନାୱାଲା, ଅଜିମ ପ୍ରେମଜୀ, ରାହୁଲ ବଜାଜ୍, ରାଧାକୃଷ୍ଣ ଦମାନୀଙ୍କ ପରି ଶୀଳ୍ପପତି ଓ ବ୍ୟବସାୟୀ ମଧ୍ୟ ଅଛନ୍ତି।
Also Read: ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୪୬୪ କୋରୋନା ଆକ୍ରାନ୍ତ
ଅମର ପଟ୍ଟନାୟକ ଏକ ଜାତୀୟ ଗଣମାଧ୍ୟର ରିପୋର୍ଟକୁ ସେୟାର କରିବା ସହ ଭାରତୀୟ ଧନୀଙ୍କୁ ଟିକାକରଣରେ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି। ସେହି ରିପୋର୍ଟରେ କୁହାଯାଇଛି ଯେ, ଲକଡାଉନ (Lockdown) ସମୟରେ ଭାରତୀୟ କୋଟିପତିଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ବୃଦ୍ଧି ହୋଇଛି। ଯଦି ୨୦୦୯ରୁ ଦେଖାଯାଏ ତେବେ ଏମାନଙ୍କ ସମ୍ପତ୍ତି ୯୦ ପ୍ରତିଶତ ବଢିଛି, ଯାହାର ମୂଲ୍ୟ ୪୨୨.୯ ବିଲିୟନ ଡଲାର ହେବ। ଗତ ମାର୍ଚ୍ଚରେ ସରକାର ଲକଡାଉନ ଘୋଷଣା ପରେ ଭାରତର ୧୦୦ ଜଣ କୋଟିପତିଙ୍କ ସମ୍ପତ୍ତିର ମୂଲ୍ୟ ୧୨.୯୭ ଟ୍ରିଲିୟନ ଟଙ୍କା ହୋଇଥିଲା। ଏହି ଟଙ୍କାକୁ ଯଦି ୧୩୮ କୋଟି ଭାରତୀୟଙ୍କ ମଧ୍ୟରେ ବଣ୍ଟାଯାଏ ତେବେ ମୁଣ୍ଡପିଛା ୯୪ ହଜାର ୪୫ ଟଙ୍କା ଲେଖାଏ ପଡିବ।