ନିଜ ଦୋଷ 'ଦୋଷ', ଅନ୍ୟର ଦୋଷ 'ବିଷ'
Advertisement
Article Detail0/zeeodisha/odisha890903

ନିଜ ଦୋଷ 'ଦୋଷ', ଅନ୍ୟର ଦୋଷ 'ବିଷ'

ରିପୋର୍ଟ ଅନୁସାରେ କୋଲକାତା (Kolkata) ରେ ଏବେ ପ୍ରତି ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋରୋନା ପଜିଟିଭ୍ ବାହାରୁଛନ୍ତି। ଗତକାଲି ଏକ ମାମଲାର ଶୁଣାଣି ବେଳେ ମାଡ୍ରାସ୍ ହାଇକୋର୍ଟ ଏଥିପାଇଁ ନିର୍ବାଚନ ଆୟୋଗକୁ ଦୋଷ ଦେଇଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାମନାକୁ ଆସିଲା ଦିଦିଙ୍କ ଡବଲ ଷ୍ଟାଣ୍ଡାର୍ଡ! ନିଜ ଦୋଷ ମିଛ ଓ ଅନ୍ୟର ଦୋଷ 'ବିଷ' ଭଳି ବ୍ୟବହାର କରିଛନ୍ତି। ଗତକାଲି ମାଦ୍ରାସ ହାଇକୋର୍ଡ ଦେଇଥିବା ମନ୍ତ୍ରବ୍ୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱାଗତ କରିଛନ୍ତି। ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ ଆୟୋଗ ଉପରେ ଖୁବ ବର୍ଷିଛନ୍ତି। ଆଉ ସେ ନିଜେ କରିଥିବା ଭୁଲକୁ ଲୁଚାଇ ଭଲ ହେବାକୁ ଚେଷ୍ଟା କରିଛନ୍ତି।

ରିପୋର୍ଟ ଅନୁସାରେ କୋଲକାତା (Kolkata) ରେ ଏବେ ପ୍ରତି ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋରୋନା ପଜିଟିଭ୍ ବାହାରୁଛନ୍ତି। ଗତକାଲି ଏକ ମାମଲାର ଶୁଣାଣି ବେଳେ ମାଡ୍ରାସ୍ ହାଇକୋର୍ଟ ଏଥିପାଇଁ ନିର୍ବାଚନ ଆୟୋଗକୁ ଦୋଷ ଦେଇଛନ୍ତି। ପଶ୍ଚିମବଙ୍ଗର ବର୍ତ୍ତମାନର ଅବସ୍ଥା ପାଇଁ ନିର୍ବାଚନ ଆୟୋଗ ଦାୟୀ, ଏଥିପାଇଁ ଅଧିକାରୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରିବା କଥା ବୋଲି ହାଇକୋର୍ଟ କହିଥିଲେ। କୋର୍ଟଙ୍କ ଏହି ମନ୍ତବ୍ୟକୁ ନିଜେ ଅନେକ ବିଶାଳ ରାଲି କରିଥିବା ମମତା ବାନାର୍ଜୀ ସ୍ୱାଗତ କରିବା ସହ ଏହାକୁ ନେଇ ECକୁ ଟାର୍ଗେଟ କରିଛନ୍ତି।

Also Read: PPE kitsରେ ସରିଲା ବିବାହ; ଅଟକାଇବାକୁ ଆସି ଅଟକିଗଲା ପ୍ରଶାସନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ସୋମବାର ନିର୍ବାଚନ ଆୟୋଗକୁ “ବିଜେପିର ପାରା” ବୋଲି କହି ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, “ମୁଁ ମାଡ୍ରାସ ହାଇକୋର୍ଟଙ୍କ ମନ୍ତବ୍ୟକୁ ସ୍ୱାଗତ କରୁଛି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୋଭିଡ ମାମଲାର ବୃଦ୍ଧି ରୋକିବାରେ ନିର୍ବାଚନ ଆୟୋଗ (EC) ନିଜ ଦାୟିତ୍ୱ ତୁଲାଇ ପାରିବ ନାହିଁ। EC ଅଧିକାରୀମାନେ BJPର ଏକ ପାରା ଏବଂ ମଇନା ପାଲଟିଛି। ସେମାନଙ୍କ କାରଣରୁ କୋଭିଡ ମାମଲା ବଢିଛି” ବୋଲି ବାନାର୍ଜୀ ଏକ ଭର୍ଚୁଆଲ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି।

“କୋରୋନା (Coronavirus) ମାମଲାର ବୃଦ୍ଧି ପାଇଁ ମୁଁ ECକୁ କାଠଗଡାକୁ ଆଣିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଏବଂ ନିର୍ବାଚନ ଆୟୋଜ ଉଭୟ ଦାୟୀ। ଏହା ଏକ ସ୍ମରଣୀୟ ଅକ୍ଷମତାର ଉଦାହରଣ।” ବୋଲି ଦିଦି କହିଛନ୍ତି। କେନ୍ଦ୍ରରେ BJP ନେତୃତ୍ୱାଧୀନ ସରକାରଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟଗ ପରିଚାଳିତ ହେଉଥିବା ନେଇ TMC  ବାରମ୍ବାର ଅଭିଯୋଗ କରି ବିବାଦ ଘେରକୁ ଆସିଛି। ସେପଟେ କିନ୍ତୁ ଏଭଳି ଅଭିଯୋଗକୁ ଉଭୟ BJP ଏବଂ ନିର୍ବଚନ ଅୟୋଗ ଖଣ୍ଡନ କରିଛନ୍ତି।

Also Read: ସମସ୍ତ ମଦ ଦୋକାନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ

ମମତା ବାନାର୍ଜୀ କହିଛନ୍ତି, “କୋରୋନାର ଦ୍ୱିତୀୟ ଲହର ମଧ୍ୟରେ ଗତ ନିର୍ବାଚନ (West Bengal Election 2021) ର କିଛି ପର୍ଯ୍ୟାୟ ମିଶ୍ରଣ କରିବାକୁ ଆମେ ବାରମ୍ବାର ECକୁ ଅନୁରୋଧ କରିଥିଲୁ। କେବଳ BJPକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଏପରି କରିନାହାଁନ୍ତି। ଯେଉଁ ଦିନ BJPର ଜଣେ ବରିଷ୍ଠ ନେତା ତାଙ୍କ ବୈଠକ ବାତିଲ କରିଥିଲେ, ସେହି ଦିନ ଆୟୋଗ (election commission) ମଇନା ଭଳି ବୋବେଇ ଅନ୍ୟ ଦଳମାନଙ୍କୁ କହିଥିଲା ଯେ, ପ୍ରଚାର ଶେଷ ହୋଇଛି।”

ଗତ ସପ୍ତାହରେ କଲିକତା ହାଇକୋର୍ଟ ECଙ୍କୁ ସମାଲୋଚନା କରି କହିଥିଲେ ଯେ, ସର୍କୁଲାର ଜାରି କରିବା ଏବଂ କୋଭିଡ ଗାଇଡଲାଇନରେ ବୈଠକ କରିବା ପର୍ଯ୍ୟାପ୍ତ ନୁହେଁ। ପଶ୍ଚିମବଙ୍ଗ ନିର୍ବାଚନର ଶେଷ ଦୁଇଟି ପର୍ଯ୍ୟାୟର ସାଧାରଣ କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି ଦେବାକୁ କହିଥିଲେ। ସେପଟେ ଶେଷ ବେଳକୁ EC ତତ୍ପରତା ଦେଖାଇ ଅନ୍ତିମ ପର୍ଯ୍ୟାୟ ଭୋଟ ପାଇଁ ନିର୍ଦ୍ଧାରିତ ସମୟ ୪୮ ଘଣ୍ଟା ପୂର୍ବରୁ ବନ୍ଦ ହେବାକୁ ଥିବା ପ୍ରଚାରକୁ ୭୨ ଘଣ୍ଟା ପୂର୍ବରୁ ବନ୍ଦ କରିଛି। 

Also Read: କୋରୋନାର ଦ୍ୱିତୀୟ ଲହରୀ ପାଇଁ ନିର୍ବାଚନ ଆୟୋଗକୁ ଦାୟୀ କଲେ ମାଡ୍ରାସ ହାଇକୋର୍ଟ, କହିଲେ- EC ର ଅଧିକାରୀଙ୍କ ବିରୋଧରେ ରୁଜୁ ହେବା ଉଚିତ ହତ୍ୟାର ମାମଲା

ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ EC ନିରବ ଥିବା ବେଳେ BJP ପ୍ରତିକ୍ରିୟା ଦେଇଛି। ଦଳର ରାଜ୍ୟ ଉପାଧ୍ୟକ୍ଷ ଜୟ ପ୍ରକାଶ ମଜୁମଦାର କହିଛନ୍ତି, “ଭୋଟ ଗଣନା ଦିନ ଯେତିକି ପାଖେଇ ଆସୁଛି ସେ ସେତିକି ଅଧିକ ଚିନ୍ତିତ ହୋଇପଡୁଛନ୍ତି। ମମତା ବାନାର୍ଜୀ ଜାଣନ୍ତି ଯେ, ମେ ୨ ପରେ ତାଙ୍କ ଦଳ ବିଲୋପ ହୋଇଯିବ ଏବଂ ତେଣୁ ସେ ଏପରି ଅଭିଯୋଗ କରୁଛନ୍ତି। EC ଯାହା ନିର୍ଦ୍ଦେଶ ଦେଇଛନ୍ତି ତାହା BJP ପାଳନ କରିଛି। ତାଙ୍କୁ ପଚାରିବା ଉଚିତ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଡକାଯାଇଥିବା କୋରୋନା ବୈଠକରେ ସେ କାହିଁକି ଯୋଗ ଦେଇନାହାଁନ୍ତି?”