କେନ୍ଦ୍ରୀୟ କୃଷି ଆଇନ ଭଳି ସଂଶୋଧିତ ନାଗରିକତା ଆଇନ ରଦ୍ଦ କରିବାକୁ ଉଠିଛି ଦାବି।
Trending Photos
ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନକୁ ହଟାଇବା ପାଇଁ ସୋମବାର ସଂସଦରେ ଆଗତ ହୋଇଥିବା ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଯାଇଛି। ଏହା ସହିତ ଚଳିତ ବର୍ଷ ନଭମ୍ବର ୨୯ ତାରିଖରୁ ଆରମ୍ଭ ହୋଇଯାଇଛି ସଂସଦର ଶୀତକାଳୀନ ଅଧିବେଶନ।
କେନ୍ଦ୍ରୀୟ କୃଷି ଆଇନ ଭଳି ସିଏଏ (CAA) ଅର୍ଥାତ ସଂଶୋଧିତ ନାଗରିକତା ଆଇନ (Citizenship Amendment Act 2019) ରଦ୍ଦ କରିବାକୁ ଦାବି କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରରେ (BJP laid NDA Govt ) ଅଂଶୀଦାର ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି (National People's Party) ଏନପିପି ସାଂସଦ (NPP MP) ଅଗାଥା ସାଙ୍ଗମା (Agatha Sangma)।
ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଯୋଗଦେଇ ସାଂସଦ ସାଙ୍ଗମା କହିଛନ୍ତି ଏନପିପି ସିଏଏ ରଦ୍ଦ କରିବାକୁ ଦାବି କରୁଛି। ଏନେଇ ସେ କହିଛନ୍ତି ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କୃଷି ଆଇନ ରଦ୍ଦ ହୋଇଛି। ଦେଶର ପୂର୍ବୋତ୍ତର ରାଜ୍ୟର ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ସିଏଏ ରଦ୍ଦ କରିବାକୁ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ କରୁଛି। କେନ୍ଦ୍ର ସରକାର ଏହି ଦାବି ଉପରେ ବିଚାର କରନ୍ତୁ।
Also Read: Asaduddin Owaisi ଙ୍କ ଚେତାବନୀ; NPR-NRC ଲାଗୁ କଲେ ହେବ ଶାହୀନବାଗ ଭଳି ଆନ୍ଦୋଳନ
ଅନ୍ୟପଟେ ସିଏଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ମୁଖ୍ୟ (AIMIM Chief) ଅସାଦୁଦ୍ଦିନ ଓୱେସୀ (Asaduddin Owaisi)। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଲାଗି ଦଳ ପକ୍ଷରୁ ରାଜ୍ୟର ବଳରାମପୁର ଜିଲ୍ଲାସ୍ଥିତ ମହୁଆ ବଜାର ଠାରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରି ଓୱେସୀ ସିଏଏ ଆଇନକୁ ମୁସଲମାନଙ୍କ ଜୀବନ ମୃତ୍ୟୁ ସହ ଜଡି଼ତ ମାମଲା ବୋଲି ଦର୍ଶାଇଛନ୍ତି। ଆମେ ସମସ୍ତ ଲୋକଙ୍କୁ ଏହା ବିରୁଦ୍ଧରେ ଏକାଠି କରି ସ୍ୱର ଉଠାଇବୁ।
କେନ୍ଦ୍ର ସରକାର ଯେପରି କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କଲେ ସେପରି ସିଏଏ ହଟାଇବା ପାଇଁ ପଦକ୍ଷେପ ନିଅନ୍ତୁ। ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Assembly Election 2022) ପରାଜୟ ଭୟରେ କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର କରିଥିବା କହିଛନ୍ତି ଏଆଇଏମଆଇଏମ ମୁଖ୍ୟ। ଆସନ୍ତାବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ପ୍ରଭୃତି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି।