ପୂର୍ବତନ ବିଜେଡି ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ
Advertisement

ପୂର୍ବତନ ବିଜେଡି ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ

ସେ ୨୦୦୪-୦୯ ପର୍ଯ୍ୟନ୍ତ ସଂସଦକୁ ପ୍ରତିନିଧିତ୍ୱ କରିଥିଲେ। 

ପୂର୍ବତନ ବିଜେଡି ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ

କନ୍ଧମାଳ: ପୂର୍ବତନ ବିଜେଡି ଲୋକସଭା ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ ହୋଇଛି। କୋରୋନା କାରଣରୁ ତାଙ୍କର ମୃତ୍ଯୁ ଘଟିଥିବା ଜଣାପଡ଼ିଛି। କୋଭିଡ୧୯ ସଂକ୍ରମିତ ହେବା ପରେ ସେ  ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କର ବିୟୋଗ ହୋଇଛି।
 
ଗତ ୨୦୦୪ ଲୋକସଭା ନିର୍ବାଚନରେ ସେତେବେଳର ଫୁଲବାଣୀ ଲୋକସଭା ଆସନରୁ (Phulbani Lok Sabha Seat) ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେଡି ନେତା (BJD Leader) ସୁଗ୍ରୀବ ସିଂହ (Sugrib Singh)। ସେ ୨୦୦୪-୦୯ ପର୍ଯ୍ୟନ୍ତ ସଂସଦକୁ ପ୍ରତିନିଧିତ୍ୱ କରିଥିଲେ।