Satya Pal Malik: ମହଙ୍ଗା ପଡ଼ିଲା ମଦିଙ୍କୁ ସମାଲୋଚନା! କାର୍ଯ୍ୟକାଳ ସରିବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1386480

Satya Pal Malik: ମହଙ୍ଗା ପଡ଼ିଲା ମଦିଙ୍କୁ ସମାଲୋଚନା! କାର୍ଯ୍ୟକାଳ ସରିବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ


CBI examines Satya Pal Malik: ମହଙ୍ଗା ପଡ଼ିଲା ମଦିଙ୍କୁ ସମାଲୋଚନା! କାର୍ଯ୍ୟକାଳ ସରିବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ୨୨୦୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ପୂର୍ବତନ ରାଜ୍ୟପାଳଙ୍କୁ ସିବିଆଇର ଜେରା।

Satya Pal Malik: ମହଙ୍ଗା ପଡ଼ିଲା ମଦିଙ୍କୁ ସମାଲୋଚନା! କାର୍ଯ୍ୟକାଳ ସରିବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

CBI examines Satya Pal Malik, ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରିବା ପୂର୍ବତନ ରାଜ୍ୟପାଳଙ୍କୁ ମହଙ୍ଗା ପଡିଛି। କାର୍ଯ୍ୟକାଳ ସରିବାର ଦିନକ ପରେ ସିବିଆଇ ଜେରା ହୋଇଛି। ଦୁଇଟି ଦୁର୍ନୀତି ମାମଲାରେ ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କୁ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ପଚରାଉଚରା କରିଛି। ଏପ୍ରିଲ୍ ମାସରେ ମଲିକଙ୍କ ବିରୋଧ ଦୁର୍ନୀତି ମାମଲା ଆସିଥିଲା। ଗତ ଅକ୍ଟୋବର ୪ରେ ରାଜ୍ୟପାଳ ଭାବରେ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାଳ ସମାପ୍ତ ହେଲାପରେ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାନୁଷ୍ଠାନ ନେଇଛି।

ଗତ କିଛି ବର୍ଷ ହେଲା ବିଜେପିର ପୂର୍ବତନ ନେତା ସତ୍ୟ ପାଲ ମଲିକ ଖୁବ ଚର୍ଚ୍ଚାରେ ଅଛନ୍ତି। ବିଜେପି ସମର୍ଥନରେ ରାଜ୍ୟପାଳ ହୋଇଥିଲେ ସୁଦ୍ଧା, ମଲିକ ସବୁବେଳେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯାହାର ପରିଣାମ ଏବେ ତାଙ୍କୁ ଭୋଗିବାକୁ ପଡୁଛି! ଗତ ଏପ୍ରିଲରେ ଜାମ୍ମୁ କାଶ୍ମୀରରେ ପଞ୍ଜୀକୃତ ହୋଇଥିବା ଦୁଇଟି ଦୁର୍ନୀତି ମାମଲାରେ ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କୁ ସିବିଆଇ ଜେରା କରିଛି। ସତ୍ୟ ପାଲ ମଲିକ ଦାବି କରିଛନ୍ତି ଯେ, ଜମ୍ମୁ-କଶ୍ମୀର ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇଟି ଫାଇଲ ପାସ କରିବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଯଚା ଯାଇଥିଲା। 

Alo Read:  ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାତି ଉଠିଲେ ଶଶୀ ଥରୁର

ସତ୍ୟ ପାଲ ମଲିକଙ୍କୁ ୨୦୧୭ରେ କେନ୍ଦ୍ର ସରକାର, ବିହାରର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ପରେ ୨୦୧୮ରେ ତାଙ୍କୁ ଜାମ୍ମୁ କାଶ୍ମୀରକୁ ପଠାଇଦିଆଗଲା। ଯେଉଁଠାରେ ସେ ଅଗଷ୍ଟ ୨୦୧୯ରେ ଧାରା ୩୭୦ର ପ୍ରତ୍ୟାହାରର ତଦାରଖ କରିଥିଲେ। କୃଷକ ଆନ୍ଦୋଳନ ସମୟରେ ସେ କେନ୍ଦ୍ର ସରକାରକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ତା'ପରେ ସତ୍ୟପାଲ ମଲିକଙ୍କୁ ଗୋଆ ଏବଂ ପରେ ମେଘାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେ ୨୩ ଅଗଷ୍ଟ ୨୦୧୮ରୁ ୩୦ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ।

ଗତ ବର୍ଷ ଅକ୍ଟୋବରରେ ରାଜସ୍ଥାନରେ ସତ୍ୟ ପାଲ ମଲିକ କହିଥିଲେ, "କାଶ୍ମୀର ଯିବା ପରେ ମୋ ପାଖକୁ କ୍ଲିୟରାନ୍ସ ପାଇଁ ଦୁଇଟି ଫାଇଲ ଆସିଥିଲା। ଗୋଟିଏ ଅମ୍ବାନୀଙ୍କର ଏବଂ ଅନ୍ୟଟି ଆରଏସଏସ ସହ ଜଡିତ ତଥା ମେହବୁବା ମୁଫତି ନେତୃତ୍ୱାଧୀନ ପିଡିପି-ବିଜେପି ମିଳିତ ସରକାରରେ ମନ୍ତ୍ରୀ ଥିବା ଜଣେ ବ୍ୟକ୍ତିଙ୍କର ଥିଲା।  ସେହି ପୂର୍ବତନ ମନ୍ତ୍ରୀ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ନିକଟତର ଥିଲେ। କିନ୍ତୁ ଏହି ଫାଇଲରେ ଘୋଟାଲା ଥିବା ସଚିବଙ୍କ ଠାରୁ ସୂଚନା ପାଇଥିଲି। ପ୍ରତ୍ୟେକ ଫାଇଲ କ୍ଲିୟର କରିବା ପାଇଁ ୧୫୦ କୋଟି ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା, କିନ୍ତୁ ମୁଁ ତାକୁ ମନା କରିଦେଇଥିଲି।"

Alo Read: ଏହି ଜିଓ ଗ୍ରାହକମାନଙ୍କୁ ମିଳିବ ମାଗଣା 5G ସେବା, ସାମ୍ନାକୁ ଆସିଲା ଟେରିଫ୍ ଲଞ୍ଚର ଡିଟେଲ୍ସ

ତେବେ ଚଳିତ ବର୍ଷ ଏପ୍ରିଲରେ ସତ୍ୟ ପାଲ ମଲିକଙ୍କ ବିରୋଧରେ ସିବିଆଇରେ ଦୁଇଟି ଦୁର୍ନୀତି ମାମଲା ପଞ୍ଜିକୃତ ହୋଇଥିଲା। ସରକାରୀ କର୍ମଚାରୀଙ୍କ ପାଇଁ ଗୋଷ୍ଠୀ ଚିକିତ୍ସା ବୀମା ଯୋଜନା ଓ କିରୁ ଜଳ ବିଦ୍ୟୁତ୍ ପ୍ରକଳ୍ପର ସିଭିଲ୍ କାମରେ ୨୨୦୦ କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। Reliance General Insurance ଓ Trinity Re-Insurance Brokers Limited ନାମରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ମାମଲା ରୁଜୁ କରିଛି। ୨୦୧୮ରେ ମଲିକ ଏହି କମ୍ପାନୀଙ୍କୁ ଅନୁକମ୍ପା ଦେଖାଇଥିବା କୁହାଯାଉଛି।