ପୂର୍ବତନ ଆଇପିଏସ୍ ବସନ୍ତ ରଥଙ୍କ ବଡ଼ ଖୁଲାସା; ଜୀବନ ପ୍ରତି ବିପଦ ଅଛି, ବିଜେପି ହାଇକମାଣ୍ଡ ଚାହିଁଲେ...
Advertisement

ପୂର୍ବତନ ଆଇପିଏସ୍ ବସନ୍ତ ରଥଙ୍କ ବଡ଼ ଖୁଲାସା; ଜୀବନ ପ୍ରତି ବିପଦ ଅଛି, ବିଜେପି ହାଇକମାଣ୍ଡ ଚାହିଁଲେ...

ସୋମବାର ବିଳମ୍ବିତ ରାତିରେ ପୂର୍ବତନ ଓଡିଆ ଆଇପିଏସ୍ ବସନ୍ତ ରଥ (Basant Rath) ଦୁଇଟି ଟ୍ୱିଟ୍ କରିଛନ୍ତି। ଦୁଇଟା ୧୧ରେ କରାଯାଇଥିବା ପ୍ରଥମ ଟ୍ୱିଟରେ ବସନ୍ତ ନିଜକୁ ଅସୁରକ୍ଷିତ ଭାବୁଥିବା ପ୍ରକାଶ କରିଛନ୍ତି।

ଡିଜାଇନ୍ ଫଟୋ

ଶ୍ରୀନଗର: ଗତ ଦୁଇ ଦିନ ହେଲା ଓଡିଆ ଆଇପିଏସ୍ ବସନ୍ତ ରଥ ଚର୍ଚ୍ଚାରେ ଅଛନ୍ତି। ଗତ ୨୫ ତାରିଖରେ ସେ ଆଇପିଏସରୁ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ରାଜନୀତି କରିବେ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିନ୍ତି। ତେବେ ସେ କାହା ବିପକ୍ଷରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ସେ ନେଇ ସୋମବାର ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି। ଏପରି କି ସେ ନିଜକୁ ଅସୁରକ୍ଷିତ ମନେ କରୁଥିବା ମଧ୍ୟ ସୋସିଆଲ ମିଡିଆରେ ଜଣାଇଛନ୍ତି।

ସୋମବାର ବିଳମ୍ବିତ ରାତିରେ ପୂର୍ବତନ ଓଡିଆ ଆଇପିଏସ୍ ବସନ୍ତ ରଥ (Basant Rath) ଦୁଇଟି ଟ୍ୱିଟ୍ କରିଛନ୍ତି। ଦୁଇଟା ୧୧ରେ କରାଯାଇଥିବା ପ୍ରଥମ ଟ୍ୱିଟରେ ବସନ୍ତ ନିଜକୁ ଅସୁରକ୍ଷିତ ଭାବୁଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି, 'ପ୍ରିୟ ବନ୍ଧୁ, ଯଦି ମୋର ସମ୍ମାନ କିମ୍ବା ସୁରକ୍ଷା ପ୍ରତି କୌଣସି ବିପଦ ଆସେ ସେଥିପାଇଁ ବର୍ତ୍ତମାନ ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟ ଥିବା ଆଇପିଏସ, ଦିଲବାଗ ସିଂହ (ବଲବୀର ସିଂହଙ୍କ ପୁଅ) ଦାୟୀ ରହିବେ।' ଦିଲବାଗ ୩୧ ଅକ୍ଟୋବର ୨୦୧୮ରୁ ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟ ଅଛନ୍ତି ଓ ତାଙ୍କର ପେ ସ୍କେଲ୍ ଲେବଲ ୧୭ ଥିବା ବସନ୍ତ ରଥ କହିଛନ୍ତି।

Also Read: ବିବାଦୀୟ ଓଡ଼ିଆ IPS ବସନ୍ତ ରଥଙ୍କ ଇସ୍ତଫା

ଅନ୍ୟ ଏକ ଟ୍ୱିଟରେ ନିଜ ରାଜନୈତିକ ଆକାଂକ୍ଷା ନେଇ ପୂର୍ବତନ ଆଇପିଏସ କହିଛନ୍ତି, 'ଯଦି ବିଜେପି ହାଇକମାଣ୍ଡ ଅନୁମତି ଦିଅନ୍ତି, ତେବେ ମୁଁ ଓମାର ଅବଦ୍ଦୁଲାଙ୍କ ବିପକ୍ଷରେ ନିର୍ବାଚନ ଲଢିବି। ମୁଁ ଜାମ୍ମୁ କାଶ୍ମୀରର ପୋଲିସ ମୁଖିଆ ଥିବା ବେଳେ ସେ ମୋର ମୁଖ୍ୟମନ୍ତ୍ରୀ ଥିଲେ।' ଓମାରଙ୍କ ବ୍ୟତୀତ ପିଡିବି ମୁଖ୍ୟ ମେହବୁବା ମୁଫତିଙ୍କ ବିପକ୍ଷରେ ମଧ୍ୟ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମୁଫତି ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବସନ୍ତ ରଥଙ୍କ ମୁଣ୍ଡରେ ରାଜ୍ୟର ଟ୍ରାଫିକ ପୋଲିସ ଦାୟିତ୍ୱ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ବସନ୍ତ ରଥଙ୍କୁ ନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ସୂଚନାଯୋଗ୍ୟ, ବିବାଦୀୟ ଓଡ଼ିଆ IPS ବସନ୍ତ ରଥ ଶନିବାର ଜାମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ରାଜନୀତିରେ ଯୋଗଦେବା ପାଇଁ ସେ ଇସ୍ତଫା ଦେଉଥିବା କହିଛନ୍ତି। ୨୦୦୦ ବ୍ୟାଚର ଓଡିଆ IPS ଅନେକ ସମୟରେ ବିବାଦ ଘେରରେ ରହୁଥିଲେ। ୨୦୨୦ ଜୁଲାଇରେ ତାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। IPS ବସନ୍ତ ରଥ ବର୍ତ୍ତମାନ ଜାମ୍ମୁ କାଶ୍ମୀରର ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ବିଭାଗରେ ନିଯୁକ୍ତ ହୋଇଥିଲେ। 

Also Read: ଭାରତର ଡିଜିଟାଲ୍ ଛାଟ ପରେ ବାଟକୁ ଆସିଲା ପାକିସ୍ତାନ; Twitterକୁ ଏମିତି ଗୁହାରି କଲା ବୈଦେଶିକ ମନ୍ତ୍ରାଳୟ

ଇସ୍ତଫା ଦେବା ପୂର୍ବରୁ ସେ ସୋସିଆଲ ମିଡିଆରେ କହିଥିଲେ, 'ଯଦି ମୁଁ କେବେ ରାଜନୈତିକ ଦଳରେ ସାମିଲ ହୁଏ, ତେବେ ବିଜେପିରେ ମିଶିବି। ଯଦି ନିର୍ବାଚନ ଲଢିବି, ତେବେ ଜାମ୍ମୁ କାଶ୍ମୀରରୁ ଲଢିବି। ଯଦି ରାଜନୀତିକୁ ଆସିବି, ତେବେ ୬ ମାର୍ଚ୍ଚ ୨୦୨୪ ପୂର୍ବରୁ ଆସିବି।' ତେବେ ଜାମ୍ମୁ କାଶ୍ମୀରର ରାଜନୈତିକ ସୀମା ନିର୍ଦ୍ଧାରଣ ହେବା ପରେ ୫୦ ବର୍ଷିୟ ବସନ୍ତ ରଥ ଇସ୍ତଫା ଦେଇଛନ୍ତି। ଖୁବଶୀଘ୍ର ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାର ଅଛି।

 

ପୁରୀ ଜିଲ୍ଲା ପିପିଲିରେ ବସନ୍ତ ରଥଙ୍କ ଘର। ସେ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। କୃଷକ ପରିବାରରୁ ଆସିଥିବା ବସନ୍ତ ଜେଏନୟୁରୁ ସମାଜବିଜ୍ଞାନ ବିଷୟରେ ସ୍ନାତ୍ତକତ୍ତୋର କରିଛନ୍ତି। ସେ ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ବହି ଦେଇ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପ୍ରତ୍ସାହନ ଦେଉଥିଲେ। ବସନ୍ତ ସବୁବେଳେ ନିଜ ସିନିୟରଙ୍କ ପାଇଁ ମୁଣ୍ଡବିନ୍ଧା ସାଜୁଥିଲେ। ଗତ ଜୁନ ୨୫ରେ ଡିଜିପି ଡିଲବାଗ ସିଂହଙ୍କ ସହ ବସନ୍ତ ରଥଙ୍କ ବାକ୍ ଯୁଦ୍ଧ ହୋଇଥିଲା। ଗତ ମାସରେ ସେ ଡିଜିପିଙ୍କ ନାମରେ ଏଫଆଇଆର ରୁଜୁ କରିବାକୁ ଯାଇଥିଲେ। ୨୦୧୮ରେ କିଛି ରାଜନେତାଙ୍କ ସହ ଯୁକ୍ତିତର୍କ ପରେ ତାଙ୍କୁ ଟ୍ରାଫିକ ବିଭାଗରୁ ହୋମଗାର୍ଡ ବିଭାଗକୁ ବଦଳି କରାଯାଇଥିଲା।