ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ପେଟ୍ରୋଲ (Petrol), ଡିଜେଲ (Diesel) ରନ୍ଧନ ଗ୍ୟାସ (Cooking Gas) ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରତିବାଦ। ବିଗତ କିଛି ମାସ ଧରି ଲଗାତାର ଭାବେ ଇନ୍ଧନ ଦର ବଢିଚାଲିଥିବା ବେଳେ ରନ୍ଧନ ଗ୍ୟାସ ଦର ଦୁଇ ସପ୍ତାହରେ ୧୦୦ ଟଙ୍କା ବଢିଛି। ଏହାର ପ୍ରତିବାଦରେ ଦଳ ରାସ୍ତାକୁ ଓଲ୍ହାଇଛି। 


COMMERCIAL BREAK
SCROLL TO CONTINUE READING

ଦଳର ବରିଷ୍ଠ ନେତାଙ୍କ କର୍ମୀ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯିବା ସହ ସେଠାରେ କେନ୍ଦ୍ର-ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏପରିକି କିଛି ସମୟ ପାଇଁ ମାଷ୍ଟରକ୍ୟାଣ୍ଟିନ ଠାରେ ଧାରଣା ଦେଇଥିଲେ। ଏପରିକି ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) ସମେତ ପେଟ୍ରୋଲିୟମ ମନ୍ତ୍ରୀ (Petroleum Minister) ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan), ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Maveen Pattnaik) କୁଶପୁତ୍ତଳିକା ଦାହ କରିଛନ୍ତି। 


ଆଗାମୀ ଦିନରେ ଏପ୍ରସଙ୍ଗକୁ ନେଇ ପଞ୍ଚାୟତ ସ୍ତରକୁ ଆନ୍ଦୋଳନକୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏପରିକି ତୈଳ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଥିବାରୁ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛି କଂଗ୍ରେସ। ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଏକ ବଡ଼ ଆନ୍ଦୋଳନ ଆରମ୍ଭ କରିଛି। ଏହି ଆନ୍ଦୋଳନରେ ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଯୁବ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତାଙ୍କ ସହିତ ନେତା ସାମିଲ ହୋଇଥିଲେ।


Also Read: ଚାଷୀ ସାଜିଛନ୍ତି ମୋହରା; କୃଷକ ଆନ୍ଦୋଳନରୁ ଫାଇଦା ଉଠାଇବାକୁ ସବୁ ଦଳର ଉଦ୍ୟମ


ସେପଟେ ତୈଳ ଦର ବୃଦ୍ଧି ପାଇଁ ରାଜ୍ୟର ମୁଖ୍ୟ ବିରୋଧି ବିଜେପି (BJP) ଆନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧିକୁ ଦାୟୀ କରିଛି। ରାଜ୍ୟ ସରକାର ଚାହିଁଲେ ଟିକସ କମାଇ ଲୋକଙ୍କୁ ରିହାତି ଦେଇପାରନ୍ତେ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ଏପରିକି କଂଗ୍ରେସ ନିଜର ସ୍ଥିତି ବଞ୍ଚଇବା ପାଇଁ ଏହି ଆନ୍ଦୋଳନ କରୁଥିବା କହିଛନ୍ତି ବିଜେପିର ଏହି ବରିଷ୍ଠ ନେତା। 


Also Read: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ରିପୋର୍ଟ କାର୍ଡ; ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା


ସେପଟେ ଶାସକ ବିଜେଡି (BJD) ମୁଖ୍ୟ ବିରୋଧି ବିଜେପିକୁ ଟାର୍ଗେଟ କରିଛି। ତୈଳ ଉପରେ କେନ୍ଦ୍ର ସରକାର ଅଧିକ ଟିକସ ନେଉଛନ୍ତି। କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଏପରିକି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡି ସର୍ବାଧିକ ଆନ୍ଦୋଳନ କରିଛି ବୋଲି ବିଜେଡି ବିଧାୟକ (BJD MLA) ଶଶୀଭୂଷଣ ବେହେରା କହିଛନ୍ତି।