ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ରିପୋର୍ଟ କାର୍ଡ; ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା
Advertisement
Article Detail0/zeeodisha/odisha805434

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ରିପୋର୍ଟ କାର୍ଡ; ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା

ବିଭାଗୀୟ କାମର ଅଗ୍ରଗତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି ସିଏମ ନବୀନ। 

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ରିପୋର୍ଟ କାର୍ଡ; ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ରାଜ୍ୟ ପ୍ରଶାସନକୁ ପୁଣି ଥରେ ସ୍ୱାଭାବିକ ଭାବେ ଟ୍ରାକରେ ଦୌଡାଇବା ପାଇଁ ଅଣ୍ଟା ଭିଡିଛନ୍ତି ଓଡିଶା ସରକାର। ଏହି କ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ସେମାନଙ୍କ କାମର ହିସାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ (Naveen Pattnaik)। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ (Report Card) ପ୍ରଦାନ କରିଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ସ (Departmental Minister) ।     

ରାଜ୍ୟରେ କୋରୋନା ପ୍ରକୋପ ଧିରେ ଧିରେ କମୁଥିବାବେଳେ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଆଧାରରେ ଶୁକ୍ରବାର ସନ୍ଧ୍ୟାରେ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ନିଜ ବିଭାଗର ଜନକଲ୍ୟାଣମୂଳକ ଯୋଜନକୁ ସଫଳତାର ସହ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ଏହା ସହ ପଞ୍ଚମ ପାଳି ସରକାରରେ ଯେଉଁସବୁ ପ୍ରତିଶ୍ରୃତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିଭାଗୀୟ କାମର ଅଗ୍ରଗତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି ସିଏମ ନବୀନ (CM Naveen) । ଭବିଷ୍ୟତରେ ନିଜ ବିଭାଗରେ ହେବକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରତି ୨ ମାସରେ ଥରେ ପୁଣି ବିଭାଗୀୟ ରିର୍ପୋଟ କାର୍ଡ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ମନ୍ତ୍ରୀ। 

Also Read: କୃଷକ ଆନ୍ଦୋଳନ: ଉତ୍କଟ ହେବା ପୂର୍ବରୁ ଅଣ୍ଟା ଭିଡିଲେ ନବୀନ

ବିଭିନ୍ନ ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସେମାନଙ୍କ ଦକ୍ଷତା ପରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ଦେଢ ବର୍ଷ ମଧ୍ୟରେ ମନ୍ତ୍ରୀ ନିଜର ପାରିଦର୍ଶିତା ସହିତ ନିଜ ବିଭାଗକୁ ନେଇ କେତେ କ୍ରିୟାଶୀଳ କରିଛନ୍ତି ତାହା ଏହି ଆଲୋଚନା ମୂଳ ଲକ୍ଷ ବୋଲି ରାଜନୀତି ବିଶେଷଜ୍ଞ କହିଛନ୍ତି। ଏପରିକି ଆଗକୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଏହା ଏକ ପ୍ରକାର ପ୍ରସ୍ତୁତି ବୋଲି ଆକଳନ କରିଛନ୍ତି ସେମାନେ। ସେପଟେ ମନ୍ତ୍ରୀଙ୍କ ସହ କଥା ହେବା ଓ ମନ୍ତ୍ରୀମଣ୍ଡଳ ଅଦଳବଦଳ ସବୁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା।