ଚାଷୀ ସାଜିଛନ୍ତି ମୋହରା; କୃଷକ ଆନ୍ଦୋଳନରୁ ଫାଇଦା ଉଠାଇବାକୁ ସବୁ ଦଳର ଉଦ୍ୟମ
Advertisement

ଚାଷୀ ସାଜିଛନ୍ତି ମୋହରା; କୃଷକ ଆନ୍ଦୋଳନରୁ ଫାଇଦା ଉଠାଇବାକୁ ସବୁ ଦଳର ଉଦ୍ୟମ

ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲି ଅର୍ଥାତ ୧୪ ତାରିଖ ଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ବିଭିନ କୃଷକ ସଙ୍ଗଠନର ନେତା ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି।

ଚାଷୀ ସାଜିଛନ୍ତି ମୋହରା; କୃଷକ ଆନ୍ଦୋଳନରୁ ଫାଇଦା ଉଠାଇବାକୁ ସବୁ ଦଳର ଉଦ୍ୟମ

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ଉଗ୍ରରୂପ ନେବାରେ ଲାଗିଛି କୃଷକ ଆନ୍ଦୋଳନ (Farmer Protest)। ଭାରତ ବନ୍ଦ ପରେ ଏବେ ସାରା ଦେଶର ବିଭିନ୍ନ ଜିଲ୍ଲାରେ ଏବେ ଆନ୍ଦୋଳନ ପାଇଁ ଚାଷୀ ପ୍ରସ୍ତୁତ। କେନ୍ଦ୍ରୀୟ କୃଷି ଆଇନ (Farm Act 2020) ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ସରକାରଙ୍କ ସହ ଲଗାତାର ଆଲୋଚନା ବିଫଳ ହେବା ପରେ କୃଷକ ସଙ୍ଗଠନ (Farmer Union) ନିଜ ଆଭିମୁଖ୍ୟକୁ ଆହୁରି କଠୋର କରିଛି। 

ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲି ଅର୍ଥାତ ୧୪ ତାରିଖ ଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ବିଭିନ କୃଷକ ସଙ୍ଗଠନର ନେତା ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ଠାରୁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ଦିଲ୍ଲୀ ଦରବାରରେ କୃଷକ ୧୮ ଦିନ ଧରି ଶୀତ କାକରରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଧିରେ ଧିରେ ଏହା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏବେ ରାଜନୈତିକ ପଶାପାଲିରେ ଫସିଯାଇଛି ଚାଷୀଙ୍କ ଭାଗ୍ୟ। ସେପଟେ କୃଷି ଆନ୍ଦୋଳନରୁ ଫାଇଦା ଉଠାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ।  

ସେପଟେ କୃଷକ ଆନ୍ଦୋଳନକୁ କଂଗ୍ରେସ (Congress) ପୂର୍ଣମାତ୍ରାରେ ସମର୍ଥନ କରିବା ସହ ଆନ୍ଦୋଳନରେ ସାମିଲ ହେବ ବୋଲି କହିଛି। କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଶାସକ ବିଜେଡି (BJD) ଦୋମୁହାଁ ନୀତି ଧରିଛି ବୋଲି କଂଗ୍ରେସ କହିଛି। ଶେଷ ରକ୍ତବିନ୍ଦୁ ଥିବା ଯାଏଁ ଦଳ ଚାଷୀଙ୍କ ସହ ରହିବ ବୋଲି ଦଳୀୟ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ବିଜେପି ପ୍ରେସମିଟ କରି ଚାଷୀଙ୍କୁ ମିଛ କଥା କହିଲେ ଚାଷୀ ଗ୍ରହଣ କରିବେ ନାହିଁ। ବିଜେଡି-ବିଜେପି ଦଳର ଚାଷୀ ମାରଣ ନୀତିକୁ କଂଗ୍ରେସ କେବେ ଗ୍ରହଣ କରିବ ନାହିଁ। 

Also Read: କୃଷକ ଆନ୍ଦୋଳନ ସମର୍ଥନରେ ପଞ୍ଜାବ DIGଙ୍କ ଇସ୍ତଫା

ସେପଟେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ନବୀନ (CM Naveen) କ୍ୟାବିନେଟ ବୈଠକରେ ସ୍ୱାମୀନାଥନ କମିଟି (Swaminathan Committee) ପ୍ରସ୍ତାବକୁ ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି। ରାଜ୍ୟର ଚାଷୀକୂଳ ସହିତ ଦଳ   ରହିଛି। ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (MSP-Minium Support Price) ପ୍ରଦାନ କରିବା ପାଇଁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରିଛୁ ଏବଂ ଆଗକୁ ମଧ୍ୟ କରିବୁ। ଚାଷୀଙ୍କ ସମସ୍ୟା ପ୍ରତି ସବୁବେଳେ ଦଳ ସମ୍ବେଦନଶୀଳ। ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂକଳ୍ପ ପାରିତ ହୋଇଛି। କେନ୍ଦ୍ର ଉପରେ ଦଳ ଚାପ ରଖିଛି ଆଗାମୀ ଦିନରେ ଚାଷୀଙ୍କ ହିତ ପାଇଁ ଦଳ ସଂକଳ୍ପବଦ୍ଧ ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି। 

Also Read: କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ

 

ସେପଟେ ବିଜେପି କୃଷି ଆଇନକୁ ନେଇ ଜିଦରେ ଅଟଳ ରହିଛି। କୃଷି ଆଇନ ବିଷୟରେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି କିଛି ନ୍ୟାସ୍ତସ୍ୱାର୍ଥ ଗୋଷ୍ଠୀ। ଦେଶର ୭୦ ପ୍ରତିଶତ ଚାଷୀଙ୍କ ସ୍ୱାର୍ଥ ପାଇଁ ଏହି ଆଇନ ଅଣାଯାଇଛି। ଏଥିରେ ପଛକୁ ଘୁଞ୍ଚିବାର ସମ୍ଭାବନା ନାହିଁ। ସେଥିପାଇଁ ଦଳ ପକ୍ଷରୁ ଦେଶର ୭୦୦ରୁ ଅଧିକ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କୁ ଏହି ଆଇନ ବାବଦରେ ଅବଗତ କରାଯିବ। ଏହା ସହିତ କଟକ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜୟପୁର ଆଦି ସ୍ଥାନରେ କୃଷକ ସମାବେଶ କରି କେନ୍ଦ୍ରୀୟ କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି।