ହିଜାବ ସମର୍ଥନରେ ରାଲି କରି ବିବାଦରେ ମୌଳବାଦୀ ସଙ୍ଗଠନ PFI; ଜାଣନ୍ତୁ କାରଣ
ପିଏଫଆଇ ପକ୍ଷରୁ କୁହାଯାଇଛି ସଙ୍ଗଠନ ବିରୋଧରେ ଆସିଥିବା ଅଭିଯୋଗ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।
ଜୟପୁର: କର୍ଣ୍ଣାଟକ ଉଡୁପି ଜିଲ୍ଲାରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ରାଜସ୍ଥାନ ଠାରେ ପହଞ୍ଚିଛି। ବିବାଦୀୟ ତଥା ମୌଳବାଦୀ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଗୁରୁବାର କୋଟା ଠାରେ ହିଜାବ ସମର୍ଥନରେ ଏକ ପଦଯାତ୍ରା କରିଛି। ବିଜେପି ଏହାକୁ ବିରୋଧ କରି ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ତୁଷ୍ଟିକରଣ ରାଜନୀତି କରୁଥିବା ନେଇ ଅଭିଯୋଗ କରିଛି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଏଭଳି ଏକ ସଙ୍ଗଠନକୁ ରାଲି କରିବାକୁ ଅନୁମତି ଦିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି।
ଏନେଇ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ପକ୍ଷରୁ କହାଯାଇଛି ସଙ୍ଗଠନକୁ ୭୫ ବର୍ଷ ପୂର୍ଣ୍ଣ ହୋଇଛି। ସେ ନେଇ ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଲି କରାଯାଉଛି। କୋଟା ଠାରେ କରାଯାଇଥିବା ରାଲି ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ହିଜାବ ଆମ ଲାଗି କୌଣସି ପ୍ରସଙ୍ଗ ନୁହେଁ। ଏହା ହେଉଛି ଆମର ସାମ୍ବିଧାନିକ ଅଧିକାର। ଆମେ ସାମ୍ବିଧାନିକ ଅଧିକାରକୁ ଛାଡି଼ ପାରିବୁ ନାହିଁ ବୋଲି କହିଛନ୍ତି ପିଏଫଆଇ କୋଟା ଜିଲ୍ଲା ଅଧ୍ୟକ୍ଷ ସାଜିଦ ଖାନ। ଏହା ସହିତ ପିଏଫଆଇ କହିଛି ଯେ ସଙ୍ଗଠନ ବିରୋଧରେ ଆସିଥିବା ଅଭିଯୋଗ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି (BJP) ପକ୍ଷରୁ କୁହାଯାଇଛି ଅନେକ ରାଜ୍ୟରେ ପିଏଫଆଇ ଭଳି ଏକ ମୌଳବାଦୀ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଭଳି ସଙ୍ଗଠନକୁ ରାଲି କରିବାକୁ ଅନୁମତି ଦେବା ତୁଷ୍ଟିକରଣ ରାଜନୀତି କରିବା ବ୍ୟତୀତ ଅନ୍ୟ କିଛି ନୁହେଁ।
ରାଜ୍ୟରେ ପିଏଫଆଇ ଭଳି ଏକ ସଙ୍ଗଠନ ପକ୍ଷରୁ ରାଲି ଆୟୋଜନ କରାଯିବା ଘଟଣାରେ ମତ ରଖି ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି ମୋତେ ଏହା ଲାଗୁନାହିଁ ପିଏଫଆଇ ଭଳି ଏକ ସଙ୍ଗଠନର ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରକୁ ବଞ୍ଚାଇବା। ଅନେକ ସ୍ଥାନରେ ଏହାକୁ ନିଷେଧ କରାଯାଇଛି। ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ଏହି ସଙ୍ଗଠନ ବିରୋଧରେ ଅଭିଯୋଗ ରହିଛି। ହିଜାବ ପ୍ରସଙ୍ଗ ବ୍ୟତୀତ ଦେଶରେ ଅନେକ ପ୍ରସଙ୍ଗ ଅଛି ଯାହା ଉପରେ ଆଲୋଚନା ହେବା ଆବଶ୍ୟକ। ପିଏଫଆଇ ଭଳି ଏକ ସଂସ୍ଥାକୁ ରାଲି ଆୟୋଜନ କରିବା ଭଳି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ ନାହିଁ ତାହା ମୁଁ ଜାଣେ ନାହିଁ। ଏପରି କାର୍ଯ୍ୟକ୍ରମ ସମାଜ ପାଇଁ ବିପଦ।
Also Read: Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର
ଏହା ସହିତ ପିଏଫଆଇ କହିଛି ଯେ ସଙ୍ଗଠନ ବିରୋଧରେ ଆସିଥିବା ଅଭିଯୋଗ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।
ପିଏଫଆଇ ବିରୋଧରେ ରହିଥିବା ଅଭିଯୋଗ
ଗତ ୨୦୧୦ ବର୍ଷରେ କେରଳରେ ଜଣେ ପ୍ରଫେସରଙ୍କ ହାତ କାଟି ଦେଇଥିଲା ପିଏଫଆଇ
ସାଉଦି ଆରବ ଭଳି ମୁସଲମାନ ଦେଶରୁ ପାଣ୍ଠି ସଂଗ୍ରହ କରୁଛି ପିଏଫଆଇ
ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ ସହିତ ରହିଛି ସମ୍ପର୍କ
ଜବରଦସ୍ତ ଧର୍ମାନ୍ତରଣ ଏବଂ ଲଭ ଜିହାଦ ଭଳି ଘଟଣାରେ ଜଡି଼ତ ରହିଛି ପିଏଫଆଇ
ପିଏଫଆଇ କ'ଣ?
୧୯୯୩ ମସିହାରେ କେରଳରେ ଗଠିତ ହୋଇଥିଲା ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ-ଏନଡିଏଫ (National Development Front)
୨୦୦୬ ବର୍ଷରେ PFI ନାମରେ ନାମିତ ହେଲା NDF
ନିଷିଦ୍ଧ ସଙ୍ଗଠନ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ-ସିମି (Students Islamic Movement of India-SIMI) ସହିତ ରହିଛି PFI ଲିଙ୍କ
ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ (ISIS Terrorist Organization) ସହିତ ଜଡିତ ରହିଥିବା ନେଇ ପିଏଫଆଇ ସଙ୍ଗଠନ ବିରୋଧରେ ରହିଛି ଅଭିଯୋଗ
ଦେଶର ୧୬ ରାଜ୍ୟରେ ରହିଛି PFI ସଙ୍ଗଠନର ଉପସ୍ଥିତି
PFI ସହ ଜଡି଼ତ ରହିଛନ୍ତି ଅନ୍ୟ ୧୫ ସଙ୍ଗଠନ
ଗତ ୨୦୧୭ ବର୍ଷରେ ISIS ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେଲେ ୬ PFI କର୍ମକର୍ତ୍ତା
ଅଲକାଏଦା (Al-Qaeda) ସଙ୍ଗଠନ ସହ ଜଡି଼ତ ଇସଲାମିକ ବ୍ୟାଙ୍କ (Islamic Bank) ଠାରୁ ପାଣ୍ଠି ସଂଗ୍ରହ କରିଥାଏ PFI
କାହିଁକି ପିଏଫଆଇ ବିରୋଧରେ ଉଠୁଛି ପ୍ରଶ୍ନ?
ଆତଙ୍କବାଦୀ ପାଣ୍ଠିରୁ ଦଙ୍ଗା ସୃଷ୍ଟି କରିଥିବା ନେଇ ହୋଇଛି ଅଭିଯୋଗ
ଦେଶ ବିରୋଧୀ କାର୍ଯ୍ୟକଳାପ ଚଳାଇବା ନେଇ PFI ବିରୋଧରେ ଆସିଛି ଅଭିଯୋଗ
CAA ବିରୋଧୀ ପ୍ରଦର୍ଶନକାରୀଙ୍କୁ ଉତ୍ତେଜିତ କରିଥିବାର ରହିଛି ଅଭିଯୋଗ
ଲଭ ଜିହାଦ ଭଳି ଘଟଣାକୁ ବଢାଇବା ନେଇ ହୋଇଛି ଅଭିଯୋଗ
ମୌଳବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଥିବାର ରହିଛି ଅଭିଯୋଗ
ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ଉସକାଇବା ନେଇ ହୋଇଛି ଅଭିଯୋଗ
ସଂଶୋଧିକତ ନାଗରିକତା ଆଇନ (CAA) ବିରୋଧରେ ଦେଶ ସାରା ଆନ୍ଦୋଳନ କରିଥିଲା PFI
CAA ବିରୋଧି ଆନ୍ଦୋଳନ ପାଇଁ PFI ପାଣ୍ଠି ଯୋଗାଇବା ନେଇ ରହିଛି ଅଭିଯୋଗ
CAA ବିରୋଧି ଆନ୍ଦୋଳନ ବେଳେ ଉତ୍ତେଜନାମୂଳକ ଭାଷଣ ଯୋଗୁଁ ହିଂସାତ୍ମକ ରୂପ ନେଇଥିଲା ପ୍ରଦର୍ଶନ
CAA-NPR ପାଇଁ ଦସ୍ତାବିଜ ନ ଦେଖାଇବା ପାଇଁ ଉସକାଇଥିଲା PFI
ପ୍ରଦର୍ଶନକାରୀଙ୍କୁ ନିଜ ପରିଚୟ ଲୁଚାଇବା ପାଇଁ ଉସକାଇଥିଲା PFI
ପିଏଫଆଇ ଭଳି ଏକ ସଙ୍ଗଠନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି ଝାଡ଼ଖଣ୍ଡ ସରକାର। ହେଲେ ଉତ୍ତର ପ୍ରଦେଶ, ଆସାମ, କର୍ଣ୍ଣାଟକ, କେରଳ ଭଳି ରାଜ୍ୟରେ ଏହି ସଙ୍ଗଠନ ଉପରେ କଟକଣା ଲଗାଇବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।